ଇମରାନ ଖାନଙ୍କ ଘରେ ଲୁଚି ରହିଛନ୍ତି 30-40 ଆତଙ୍କବାଦୀ ! ସମଗ୍ର ଅଞ୍ଚଳକୁ ଘେରି ରହିଛି ଲାହୋର ପୋଲିସ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଗିରଫ କରିବା ପରେ ମଧ୍ୟ ତାଙ୍କ ସମସ୍ୟା ହ୍ରାସ ପାଉନାହିଁ । ବର୍ତ୍ତମାନ ପାକିସ୍ତାନର ପଞ୍ଜାବ ସରକାର ଦାବି କରିଛନ୍ତି ଯେ ଲାହୋରରେ ଇମରାନ ଖାନଙ୍କ ଘରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ସରକାର ସନ୍ଦେହ କରୁଛନ୍ତି ଯେ ଅତି କମରେ 30 ରୁ 40 ଆତଙ୍କବାଦୀ ଇମରାନ ଖାନଙ୍କ ଘରେ ଆଶ୍ରୟ ନେଇଛନ୍ତି, ଏହା ପରେ ପୋଲିସ ତାଙ୍କ ଘରକୁ ଘେରି ରହିଛି ।
ପଞ୍ଜାବ ସରକାର ସନ୍ଦେହ କରୁଛନ୍ତି ଯେ ଲାହୋରର ଜମାନ ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଘରେ 30-40 ଆତଙ୍କବାଦୀ ଲୁଚି ରହିଛନ୍ତି । କେବଳ ଏତିକି ନୁହେଁ ଆତଙ୍କବାଦୀଙ୍କୁ ପୋଲିସକୁ ହସ୍ତାନ୍ତର କରିବାକୁ ସରକାର 24 ଘଣ୍ଟା ସମୟ ମଧ୍ୟ ଦେଇଛନ୍ତି । କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ଆମୀର ମୀରଙ୍କ ଅନୁଯାୟୀ ଇମରାନ ଖାନଙ୍କ ବାସଭବନରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା ଗୁପ୍ତଚର ରିପୋର୍ଟରୁ ଜଣାପଡିଛି ।
ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପିଟିଆଇ ଏହି ଆତଙ୍କବାଦୀଙ୍କୁ ପୋଲିସକୁ ହସ୍ତାନ୍ତର କରିବା ଉଚିତ, ନଚେତ୍ ଆଇନ ନିଜେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ଏହା ସହ ଗୁପ୍ତଚର ରିପୋର୍ଟକୁ ଦର୍ଶାଇ ସେ କହିଛନ୍ତି ଯେ ଏହି ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସରକାର ଅବଗତ ଅଛନ୍ତି ।
ଆତଙ୍କବାଦୀ ଅତ୍ୟନ୍ତ ବିପଜ୍ଜନକ ବୋଲି ମନ୍ତ୍ରୀ ଆମୀର ମୀର ଦାବି କରିଛନ୍ତି । ସେ କହିଛନ୍ତି ଯେ ଜିଓ ଫେନସିଂ ମାଧ୍ୟମରେ ଲାହୋରର ଜମାନ ପାର୍କରେ ଆତଙ୍କବାଦୀଙ୍କ ଅବସ୍ଥିତି ଗୁପ୍ତଚର ସଂସ୍ଥା ନିଶ୍ଚିତ କରିଛି ।
ପାକିସ୍ତାନ ପଞ୍ଜାବ ସରକାର ପିଟିଆଇର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ୟାସ୍ମିନ ରାଶିଦ, ମିଆଁ ମହମୁଦର ରଶୀଦଙ୍କୁ ମେ 9 ତାରିଖ ହୋଇଥିବା ଜିନ୍ନା ହାଉସ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ବୋଲି କହିଛି । ଆହୁରି କହିଛନ୍ତି, ଇମରାନଙ୍କ ସହଯୋଗୀଙ୍କ ଇଶାରାରେ ଏହି ଆକ୍ରମଣ ହୋଇଥିଲା । ପିଟିଆଇ ନେତାମାନେ ବିକ୍ଷୋଭକାରୀଙ୍କୁ ଜିନ୍ନା ହାଉସରେ ନିଆଁ ଲଗାଇ ଦେବା ପାଇଁ କହିଥିଲେ ।












Click it and Unblock the Notifications