ରାଷ୍ଟ୍ରପତି ଭବନକୁ ଧସେଇ ପଶିଲେ ବିକ୍ଷୋଭକାରୀ, ଖାଦ୍ୟ ଖାଇଥିଲେ, ସୁଇମିଂ ପୁଲରେ ନାଚିଲେ
ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡ଼ି ପଳେଇଛନ୍ତି । କଲମ୍ବୋରେ ବିକ୍ଷୋଭକାରୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଛି । ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ରୋଷେଇ ଘରକୁ ଯାଇ ସେଠାରେ ଖାଦ୍ୟ ଖାଇବା ସହ ସୁଇମିଂ ପୁଲକୁ ଯାଇ ନାଚିଥିଲେ ।
କଲମ୍ବୋ : ଶ୍ରୀଲଙ୍କାରେ ସରକାର ବିରୋଧରେ ବିକ୍ଷୋଭକାରୀମାନେ ପୁଣି ଏକ ତୀବ୍ର ରୂପ ନେଇଛନ୍ତି । ଆଜି ସରକାରଙ୍କ ନୀତିରେ କ୍ରୋଧିତ ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରିଯାଇ ପରିସର ଭିତରକୁ ଧସେଇ ପଶିଥିଲେ ।
ଖବର ଅନୁଯାୟୀ, ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡ଼ି ପଳେଇଛନ୍ତି । କଲମ୍ବୋରେ ବିକ୍ଷୋଭକାରୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଛି । ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ରୋଷେଇ ଘରକୁ ଯାଇ ସେଠାରେ ଖାଦ୍ୟ ଖାଇବା ସହ ସୁଇମିଂ ପୁଲକୁ ଯାଇ ନାଚିଥିଲେ । କେବଳ ଏତିକି ନୁହେଁ, ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନର ଅନେକ ଗୁରୁତ୍ୱପୂର୍ଣ୍ଣ କୋଠରୀରେ ପ୍ରବେଶ କରି ସାମଗ୍ରୀ ଉଠାଇ ନେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଆପଣଙ୍କୁ କହି ରଖୁଛୁ ଶ୍ରୀଲଙ୍କାର ଅବସ୍ଥା ଆହୁରି ବିଗିଡି ଯାଇଛି । ପ୍ରକାଶ ଯେ, ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରି ରହିଥିଲେ, ଏହା ପରେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ବାସଭବନ ଛାଡି ଅନ୍ୟ ଏକ ସ୍ଥାନକୁ ପଳେଇଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମେସିଙ୍ଘେ ଦେଶର ନେତାଙ୍କ ଜରୁରୀକାଳୀନ ବୈଠକ ଡାକି ଦେଶର ସ୍ଥିତିର ସମୀକ୍ଷା କରିଛନ୍ତି ।
This is Colombo right now. Outside Presidential Secretariat. GR's whereabouts unknown. A resignation to be announced soon?#SriLanka #SriLankaProtests pic.twitter.com/iRPF89NfW6
— Jamila Husain (@Jamz5251) July 9, 2022
େବର୍ତ୍ତମାନ ଦେଶର ସର୍ବୋଚ୍ଚ ବାସସ୍ଥାନ ରାଷ୍ଟ୍ରପତି ଭବନକୁ ବିକ୍ଷୋଭକାରୀମାନେ ଘେରି ରହିଛନ୍ତି । ସେମାନେ ସେଠାରେ ଭଙ୍ଗାରୁଜା କରୁଛନ୍ତି । ସୂଚନା ଅନୁଯାୟୀ, ଅନେକ ଲୋକ ରୋଷେଇ ଘରେ ପ୍ରବେଶ କରି ରାଷ୍ଟ୍ରପତି ଏବଂ ସେଠାରେ ଥିବା ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଖାଇ ଦେଇଥିଲେ । ଏଥି ସହିତ ଅନ୍ୟ ଏକ ଫଟୋରେ ବିକ୍ଷୋଭକାରୀମାନେ ସୁଇମିଂ ପୁଲରେ ନାଚୁଥିବା ନଜର ଆସିଛନ୍ତି । ଏହି ଦୃଶ୍ୟ ଶ୍ରୀଲଙ୍କାର ପତନର କାହାଣୀ କହୁଛି । ସରକାରଙ୍କ ଭୁଲ ନୀତି କିପରି ଜନସାଧାରଣଙ୍କୁ ହିଂସାତ୍ମକ ହେବାକୁ ବାଧ୍ୟ କରୁଛି ତାହା ସଫା ଦେଖିବାକୁ ମିଳୁଛି ।
Protestors explore the kitchen at President’s House. pic.twitter.com/6nI90PdWvo
— DailyMirror (@Dailymirror_SL) July 9, 2022
ସୂଚନାଯୋଗ୍ୟ, ବିକ୍ଷୋଭକାରୀମାନେ କଲମ୍ବୋରେ ତାଙ୍କ ଘରକୁ ଘେରିଯିବା ପରେ ଶନିବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ସରକାରୀ ବାସଭବନରୁ ପଳାଇଥିବା ଜଣାପଡ଼ିଛି । ଶ୍ରୀଲଙ୍କାର ରାଷ୍ଟ୍ରପତି ତାଙ୍କ କାର୍ଯ୍ୟାଳୟ ନ ଛାଡିବାକୁ ଜିଦ୍ ଧରିଥିଲେ ଏବଂ କୌଣସି ପରିସ୍ଥିତିରେ ସେ ଦେଶର ରାଷ୍ଟ୍ରପତି ପଦ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଥଲେ, କିନ୍ତୁ ବିକ୍ଷୋଭକାରୀ ତାଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ପରେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ସେଠାରୁ ପଳାଇଥିଲେ ।












Click it and Unblock the Notifications