For Quick Alerts
Turn On Notification  
For Daily Alerts
Oneindia App Download

ତିନି ଦିନିଆ ଗସ୍ତରେ ବାଂଲାଦେଶରେ ପହଞ୍ଚି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ବିଶେଷ ଅତିଥି ଭାବରେ ବାଂଲାଦେଶର 50 ତମ ବିଜୟ ଦିବସ ଉତ୍ସବରେ ରାମନାଥ କୋବିନ୍ଦ ଯୋଗଦେବେ । ରାଷ୍ଟ୍ରପତି କୋବିନ୍ଦ ବୁଧବାର ଢାକାରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି ।

|

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବାଂଲାଦେଶ ଗସ୍ତରେ ଯାଇ ବୁଧବାର ଢାକାରେ ପହଞ୍ଚିଛନ୍ତି । ଢାକାରେ ପହଞ୍ଚିବା ପରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଶେଷ ଅତିଥି ଭାବରେ ବାଂଲାଦେଶର 50 ତମ ବିଜୟ ଦିବସ ଉତ୍ସବରେ ରାମନାଥ କୋବିନ୍ଦ ଯୋଗଦେବେ । ରାଷ୍ଟ୍ରପତି କୋବିନ୍ଦ ବୁଧବାର ଢାକାରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି ।

ram nath kovind

ବୁଧବାର ବାଂଲାଦେଶର ରାଜଧାନୀ ଢାକାରେ ଅବତରଣ କରିବା ସମୟରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହାମିଦ ଗ୍ରହଣ କରିଥିଲେ । ଏହା ପରେ ରାଷ୍ଟ୍ରପତି କୋବିନ୍ଦ ଢାକାରେ ଜାତୀୟ ଶହୀଦ ମେମୋରିଆଲ ସମାରୋହ ପରିଦର୍ଶନ କରି ବାଂଲାଦେଶ ମୁକ୍ତି ଯୁଦ୍ଧରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବଙ୍ଗବନ୍ଧୁ ସ୍ମାରକ ସଂଗ୍ରହାଳୟ ପରିଦର୍ଶନ କରି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ram nath kovind - Bangladesh
ବଙ୍ଗବନ୍ଧୁ ମେମୋରିଆଲ ସଂଗ୍ରହାଳୟ ପରିଦର୍ଶନ ପରେ ଡାକାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡ଼ ଏ.କେ ଅବଦୁଲ ମୋମେନଙ୍କୁ ଭେଟିଛନ୍ତି । ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ପରେ ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଥିଲେ । ଏହି ବୈଠକରେ ଦୁଇ ନେତା ଭାରତ ଏବଂ ବାଂଲାଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ଏବଂ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

1971 ମସିହାରେ ବାଂଲାଦେଶର ପାକିସ୍ତାନରୁ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଂଶଗ୍ରହଣ କରିବେ । ସେ ବିଶେଷ ଅତିଥି ଭାବରେ ବାଂଲାଦେଶର 50 ତମ ବିଜୟ ଦିବସ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ । ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି କୋବିନ୍ଦ ଡିସେମ୍ବର 16 ରେ ବାଂଲାଦେଶର ବିଜୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ 'ସମ୍ମାନନୀୟ ଅତିଥି' ଭାବରେ ଜାତୀୟ ପ୍ୟାରେଡ ଗ୍ରାଉଣ୍ଡରେ ଯୋଗଦେବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
President Ram Nath Kovind Met With Bangladesh PM Sheikh Hasina in Dhaka
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X