ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ବିନା ଭିସାରେ ଫେରାଇ ଆଣିବାରେ ସାହାଯ୍ୟ କରୁଛି ପୋଲାଣ୍ଡ

ଭାରତରେ ଥିବା ପୋଲାଣ୍ଡର ରାଷ୍ଟ୍ରଦୂତ ଆଦାମ ବୁରାକୋସ୍କି ରବିବାର (27 ଫେବୃଆରୀ) କହିଛନ୍ତି ଯେ ୟୁକ୍ରେନ୍ର ରୁଷ ଆକ୍ରମଣ ମଧ୍ୟରେ ସେଠାରୁ ଭାରତୀୟ ଛାତ୍ରମାନଙ୍କୁ ପୋଲାଣ୍ଡ କୌଣସି ଭିସା ବିନା ପୋଲାଣ୍ଡରେ ପ୍ରବେଶ କରିବାକୁ ଅନୁମତି ଦେଉଛି ।

ପୋଲାଣ୍ଡ : ରୁଷର ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ଏହି ସମୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସରକାର ଅଭିଯାନ ଚଳାଇଛନ୍ତି । ଏଥିସହିତ ବର୍ତ୍ତମାନ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ପୋଲାଣ୍ଡ ଭାରତକୁ ସାହାଯ୍ୟ କରୁଛି । ଭାରତରେ ଥିବା ପୋଲାଣ୍ଡର ରାଷ୍ଟ୍ରଦୂତ ଆଦାମ ବୁରାକୋସ୍କି ରବିବାର (27 ଫେବୃଆରୀ) କହିଛନ୍ତି ଯେ ୟୁକ୍ରେନ୍ର ରୁଷ ଆକ୍ରମଣ ମଧ୍ୟରେ ସେଠାରୁ ଭାରତୀୟ ଛାତ୍ରମାନଙ୍କୁ ପୋଲାଣ୍ଡ କୌଣସି ଭିସା ବିନା ପୋଲାଣ୍ଡରେ ପ୍ରବେଶ କରିବାକୁ ଅନୁମତି ଦେଉଛି ।

poland

ଆପଣଙ୍କୁ କହି ରଖୁଛୁ ଭାରତ ସରକାର ୟୁକ୍ରେନରୁ ନାଗରିକମାନଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ଫେରାଇ ଆଣୁଛନ୍ତି । ଏୟାର ଇଣ୍ଡିଆର ଏକ ବିମାନ ଶନିବାର (ଫେବୃଆରୀ 26) ଅପରାହ୍ନରେ ୟୁକ୍ରେନରେ ଫସି ରହିଥିବା ପ୍ରାୟ 250 ଭାରତୀୟଙ୍କୁ ନେଇ ବୁଖାରେଷ୍ଟ (ରୋମାନିଆର ରାଜଧାନୀ) ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା । 250 ଛାତ୍ର ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଏହା ଏୟାର ଇଣ୍ଡିଆର ପ୍ରଥମ ଉଡ଼ାଣ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ସଡ଼କ ପଥରେ ୟୁକ୍ରେନ-ରୋମାନିଆ ସୀମାରେ ପହଞ୍ଚିଥିବା କିମ୍ବା ପହଞ୍ଚିବାକୁ ଥିବା ଭାରତୀୟ ନାଗରିକମାନଙ୍କୁ ଭାରତୀୟ ସରକାରୀ ଅଧିକାରୀମାନେ ବୁଖାରେଷ୍ଟକୁ ନେଇଥିଲେ ଯାହାଦ୍ୱାରା ସେମାନଙ୍କୁ ଏୟାର ଇଣ୍ଡିଆ ବିମାନ ଦ୍ୱାରା ଘରକୁ ଅଣାଯାଇପାରିବ । ଏହି କାର୍ଯ୍ୟ ଏହିପରି ଜାରି ରହିବ ।

ଏୟାର ଇଣ୍ଡିଆର ଅଧିକାରୀଙ୍କ କହିବାନୁସାରେ, ରବିବାର ସକାଳେ 250 ଜଣ ଭାରତୀୟ ନାଗରିକଙ୍କୁ ନେଇ ଦ୍ୱିତୀୟ ଏଭ୍ୟୁଏନ୍ସ ବିମାନ AI1942 ଫେରିଥିଲା । ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ 20,000 ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି ।

ସେହିପରି ବର୍ତ୍ତମାନ ଯଦି ଭାରତର କୌଣସି ନାଗରିକ ୟୁକ୍ରେନରୁ କୌଣସି ପ୍ରକାରେ ପୋଲାଣ୍ଡର ସୀମାରେ ପହଞ୍ଚନ୍ତି, ତେବେ ପୋଲାଣ୍ଡ ସରକାର ସେମାନଙ୍କୁ ବିନା ଭିସାରେ ଦେଶରେ ପ୍ରବେଶ କରିବାକୁ ଅନୁମତି ଦେଉଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନର ଅନେକ ଭାରତୀୟ ଛାତ୍ର ଭୟଙ୍କର ଯୁଦ୍ଧରୁ ରକ୍ଷା ପାଇବା ଆଶାରେ ପୋଲାଣ୍ଡ ସୀମାରେ ଏକାଠି ହୋଇଛନ୍ତି । ସେମାନେ ସେଠାରେ ସ୍ୱଦେଶୀ ବିମାନ ପାଇଁ ସେଠାରେ ଅପେକ୍ଷା କରିଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତୀୟମାନେ ପୋଲାଣ୍ଡ ସୀମାରେ ଥିବା ପାର୍କରେ ମାଇନସ୍ 4 ଡିଗ୍ରୀ ସେଲସିୟସରେ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କର ଖାଦ୍ୟ ସାମଗ୍ରୀ ମଧ୍ୟ କମ୍ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+