ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେଲେ ଶାହବାଜ ସରିଫ
ପାକିସ୍ତାନକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । PML-N ନେତା ଶାହବାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ।
ଇସଲାମାବାଦ : ପାକିସ୍ତାନକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । PML-N ନେତା ଶାହବାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ଶାହବାଜଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ (ଏନ), ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ଅନ୍ୟାନ୍ୟ ଦଳ ତାଙ୍କୁ ନେତା ଭାବେ ମନୋନୀତ କରିଛନ୍ତି । ଶାହବାଜ ସରିଫ ପାକିସ୍ତାନ ରାଜନୀତିର ଏକ ବଡ଼ ଚେହେରା । ସେ ପଞ୍ଜାବର ସିଏମ ଏବଂ ତାଙ୍କ ଭାଇ ନୱାଜ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟନ୍ତି । ଆଜି ରାତି 8 ଟା 30 ମିନିଟରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।

ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓହରିବା ପରେ ନିର୍ଦ୍ୱନ୍ଦରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପିଏମଏଲ-ଏନ ନେତା ଶାହବାଜ୍ ଶରିଫ୍ ।
ଦୁଇ ଦିନ ପୂର୍ବେ (ଶନିବାର) ନ୍ୟାସନାଲ ଆସେମ୍ବଲିରେ ଇମରାନ୍ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଯାହା ପରେ ଆଜି ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚନକୁ ନେଇ ନ୍ୟାସନାଲ ଆସେମ୍ବଲିରେ ମତଦାନ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ଥାନ ପିପୁଲ୍ସ ପାର୍ଟି (ପିପିପି) ନେତା ଆସିଫ ଅଲି ଜରାଦାରୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହବାଜଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯାହାଙ୍କୁ ସମସ୍ତେ ସମର୍ଥନ କରିଥିଲେ । ଏହା ପରେ ଶାହବାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ଇମରାନ୍ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ଭୋଟିଂକୁ ବର୍ଜନ କରିଥିଲେ ମଧ୍ୟ ଶାହାବାଜ ନିର୍ବାଚନରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲେ ।
ପ୍ରଧାନମନ୍ତ୍ରୀ ପଦ ହରାଇବା ଏବଂ ସରକାର ଛାଡିବା ପରେ ଇମରାନ୍ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫର ସମସ୍ତ ଏମଏନଏ ନ୍ୟାସନାଲ ଆସେମ୍ବଲି ସଦସ୍ୟତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ଦଳ ପକ୍ଷରୁ କୁହାଯାଇଛି ଯେ ଶାହବାଜ ସରିଫଙ୍କ ଶପଥ ଗ୍ରହଣ ପୂର୍ବରୁ ସମସ୍ତେ ଇସ୍ତଫା ଦେବେ । ପିଟିଆଇ ନେତା ଫୱାଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ତେହେରିକ-ଇ-ଇନସାଫର ସମସ୍ତ ଏମଏନଏ ସେମାନଙ୍କ ଇସ୍ତଫା ଦାଖଲ କରିବାକୁ ଯାଉଛନ୍ତି ।












Click it and Unblock the Notifications