SCO Summit : ଜିନପିଙ୍ଗ, ଶାହାବାଜ ସରିଫ ଏବଂ ଭ୍ଲାଦିମିର ପୁଟିନଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ସମରକନ୍ଦ ଗସ୍ତରେ ଯାଇ ଏସସିଓ ପରିଷଦର 22 ତମ ବୈଠକରେ ଯୋଗଦେବେ ।
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସପ୍ତାହରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର ସମ୍ଭାବନା ରହିଛି । ସେପ୍ଟେମ୍ବର 15 ଏବଂ 16 ରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଶାହାବାଜ ସରିଫ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ବୋଲି ଆଶା କରାଯାଉଛି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ସମରକନ୍ଦ ଗସ୍ତରେ ଯାଇ ଏସସିଓ ପରିଷଦର 22 ତମ ବୈଠକରେ ଯୋଗଦେବେ । ଉଜବେକିସ୍ତାନର ରାଷ୍ଟ୍ରପତି ଶବକ ମିର୍ଜିୟୋଏଭଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ସମରକନ୍ଦ ଗସ୍ତରେ ଯିବେ । ଏହି ବୈଠକରେ ଚୀନ୍, ପାକିସ୍ଥାନ ଏବଂ ରୁଷର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିବେ ।
ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଉଜବେକିସ୍ତାନର ରାଷ୍ଟ୍ରପତି ଶବକତ ମିର୍ଜିୟୋଏଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 15 ରୁ 16 ପର୍ଯ୍ୟନ୍ତ ସଂଘାଇ ସହଯୋଗ ସଂଗଠନ (SCO) ର ମୁଖ୍ୟ ପରିଷଦର 22 ତମ ବୈଠକରେ ଯୋଗଦେବେ ।
ଏହି ସମ୍ମିଳନୀରେ ଏସସିଓ ସଂଗଠନର ନେତାମାନେ ଗତ ଦୁଇ ଦଶନ୍ଧି ମଧ୍ୟରେ ସଂଗଠନର କାର୍ଯ୍ୟକଳାପ ସମୀକ୍ଷା କରିବେ ଏବଂ ରାଜ୍ୟ ତଥା ବହୁପକ୍ଷୀୟ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଏଥିରେ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମସାମୟିକ ପ୍ରସଙ୍ଗଗୁଡ଼ିକ ମଧ୍ୟ ଆଲୋଚନା ହେବ ବୋଲି ଆଶା କରାଯାଉଛି । କିନ୍ତୁ, ଶିଖର ସମ୍ମିଳନୀ ବାଦ୍ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କିଛି ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି ।












Click it and Unblock the Notifications