ଗତ ବର୍ଷ ତୁଳନାରେ ପୂର୍ବ ଲଦାଖରେ ବହୁତ ବୃଦ୍ଧି ପାଇଛି ଚୀନ୍ର ସୈନ୍ୟବାହିନୀ
ପୂର୍ବ ଲଦାଖରେ ଚୀନ୍ ନିଜର ସାମରିକ ଭିତ୍ତିଭୂମି ଉପରେ ଅଧିକ ବିନିଯୋଗ କରୁଛି ଏବଂ ଏହି କ୍ଷେତ୍ରରେ ପିପୁଲ୍ସ ଲିବରେସନ୍ ଆର୍ମିର ସାମରିକ କାର୍ଯ୍ୟକଳାପ ବୃଦ୍ଧି ନେଇ ଭାରତ ଚୀନ୍ ପ୍ରତି ଉଦବେଗ ପ୍ରକାଶ କରିଛି ।
ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଚୀନ୍ ନିଜର ସାମରିକ ଭିତ୍ତିଭୂମି ଉପରେ ଅଧିକ ବିନିଯୋଗ କରୁଛି ଏବଂ ଏହି କ୍ଷେତ୍ରରେ ପିପୁଲ୍ସ ଲିବରେସନ୍ ଆର୍ମିର ସାମରିକ କାର୍ଯ୍ୟକଳାପ ବୃଦ୍ଧି ନେଇ ଭାରତ ଚୀନ୍ ପ୍ରତି ଉଦବେଗ ପ୍ରକାଶ କରିଛି । ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ବେଳେ ଭାରତ ଚୀନ୍କୁ ଏ ନେଇ ଚେତାବନୀ ଦେଇଛି । ଗତ ବର୍ଷ ତୁଳନାରେ ଚୀନ୍ ଏଥର LAC ରେ ନିଜକୁ ଅଧିକ ପ୍ରସ୍ତୁତ କରିଛି ।

ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ଯେଉଁଭଳି ଭାବରେ ନୂତନ ରାଜପଥ ନିର୍ମାଣ କରୁଛି, ଏହାର ପାର୍ଶ୍ୱରେ ମିସାଇଲ୍ ରେଜିମେଣ୍ଟ ବ୍ୟତୀତ ନୂତନ ବେସ୍ ବିସ୍ତାର କରୁଛି, ଅସ୍ତ୍ରଶସ୍ତ୍ର ନିୟୋଜନ କରୁଛି ତାହା ଭାରତ ପାଇଁ ଚିନ୍ତାର ବିଷୟ । ସୂଚନାନୁସାରେ, ଚୀନ୍ ରାଜପଥକୁ ପ୍ରଶସ୍ତ କରିବା ସହ ମିସାଇଲ୍ ଓ ରକେଟ୍ ରେଜିମେଣ୍ଟ୍ ମୁତୟନ କରୁଛି ଏଂ ଏକ ନୂତନ ଏୟାରଷ୍ଟ୍ରିପ୍ ନିର୍ମାଣ କରୁଥିବାରୁ ସାମରିକ ଭିତ୍ତିଭୂମି ସମ୍ପ୍ରସାରଣ କରିଛି । ସୂତ୍ରରୁ ପ୍ରକାଶ ଯେ ଚୀନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶସ୍ତ ରାଜପଥ ବିକାଶରେ ନିୟୋଜିତ ଅଛି, ଯାହା ଚୀନ୍ ସେନାର ସଂଯୋଗକୁ ହିନଟେରଲ୍ୟାଣ୍ଡରୁ LAC ସହିତ ଏହାର ସ୍ଥିତିକୁ ବିସ୍ତାର କରିବ । ସବୁଠୁ ବଡ଼ କଥା ହେଉଛି ଚାଇନା ଏହାର ବାୟୁସେନା ଏବଂ ସେନା ପାଇଁ ଏପରି ଗୁପ୍ତଚର ଭିତ୍ତିଭୂମି ନିର୍ମାଣ କରୁଛି, ଯାହା ଆମେରିକୀୟ ତଥା ଅନ୍ୟାନ୍ୟ ଉପଗ୍ରହକୁ ମଧ୍ୟ ଚକମା ଦେବାରେ ସକ୍ଷମ ।

ଏହା ସହିତ ଚୀନ୍ ମଧ୍ୟ ତିବ୍ଦତୀୟମାନଙ୍କୁ ଏହାର ସୈନ୍ୟବାହିନୀରେ ନିଯୁକ୍ତ କରୁଛି, ଯେଉଁମାନେ ଉଚ୍ଚ ତିବ୍ଦତୀୟ ମାଳଭୂମିରେ ନିଜର ହାନ୍ ସୈନିକମାନଙ୍କୁ ସାହାଯ୍ୟ କରିପାରିବେ । କାରଣ, ତିବ୍ଦତର କଠିନ ଅଞ୍ଚଳରେ ଶୀତ ଋତୁରେ ଚୀନ୍ର ନିଜସ୍ୱ ସୈନ୍ୟବାହିନୀ ବଞ୍ଚିବା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ । ସୂତ୍ରରୁ ପ୍ରକାଶ ଯେ ଗତ ବର୍ଷ ତୁଳନାରେ ଚୀନ୍ ଏଥର ବହୁତ ଭଲ ପ୍ରସ୍ତୁତି କରିଛି । ଏଥିରେ ସୈନିକମାନଙ୍କ ପାଇଁ ଭଲ ଆଶ୍ରୟସ୍ଥଳ, ଭଲ ସଡକ ସଂଯୋଗ ଏବଂ ସେମାନେ ଗତଥର ଅପେକ୍ଷା ଏହି ଅଞ୍ଚଳରେ ଅଧିକ ଅଭ୍ୟସ୍ତ ହୋଇଛନ୍ତି । ଏହା ବ୍ୟତୀତ, ଡ୍ରାଗନ୍ LAC କ୍ଷେତ୍ର ଉପରେ ନଜର ରଖିବା ପାଇଁ ବହୁ ସଂଖ୍ୟକ ଡ୍ରୋନ୍ ମଧ୍ୟ ନିୟୋଜିତ କରିଛି । ସୂତ୍ରରୁ ପ୍ରକାଶ ଯେ ଚୀନ୍ ଏହି କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦେଇଛି ।

ଭାରତର ପ୍ରସ୍ତୁତିକୁ ନେଇ ସୂତ୍ରରୁ ପ୍ରକାଶ ଯେ ଗତ ବର୍ଷ ତୁଳନାରେ ଏହା ମଧ୍ୟ ଅଧିକ ପ୍ରସ୍ତୁତ । ଏହି ଅଞ୍ଚଳରେ କୌଣସି ପରିସ୍ଥିତିକୁ ଜବାବ ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଗତ ବର୍ଷ ଭାରତୀୟ ସୀମା ନିକଟ ଅକସାଇ ଚିନ୍ ଅଞ୍ଚଳରେ ଚୀନ୍ ସେନା ଦ୍ୱାରା ଆକ୍ରମଣାତ୍ମକ ପଦକ୍ଷେପ ହୋଇଥିବାରୁ LAC ର ଅନେକ ସ୍ଥାନରେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସେଠାରେ ପ୍ରାୟ 50,000 ସୈନିକ ନିୟୋଜିତ ହୋଇଥିଲେ । ତା'ପରେ ଭାରତ ଡ୍ରାଗନ ସେନାକୁ ଉପଯୁକ୍ତ ଜବାବ ଦେଇଥିଲା । ଭାରତ ମଧ୍ୟ ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖାରେ ଥିବା ନିଜର ସୈନ୍ୟମାନଙ୍କୁ ଶୀତଳ ମରୁଭୂମି ଅଞ୍ଚଳକୁ ପଠାଇ ଦେଇଛି । ସେହି ଅଞ୍ଚଳର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି ଏବଂ ଭାରତୀୟ ବାୟୁସେନା ମଧ୍ୟ ପ୍ରମୁଖ ବିମାନ ଉଡ଼ାଣ ଅଭ୍ୟାସ କରିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications