ଶ୍ରୀନଗର-ଶାରଜାହା ବିମାନ ଉଡ଼ାଣ ପାଇଁ ନିଜ ଆକାଶପଥ ଖୋଲିବ ନାହିଁ ପାକିସ୍ତାନ
ପ୍ରାୟ 11 ବର୍ଷ ପରେ ଆରମ୍ଭ ହୋଇଥିବା ଏହି ସେବାଦ୍ୱାରା ଉପତ୍ୟକାର ଲୋକଙ୍କୁ ବହୁତ ଲାଭ ଦେଇଥାନ୍ତା, କିନ୍ତୁ ପାକିସ୍ତାନ ଏହାର ଆକାଶପଥକୁ ବ୍ୟବହାର କରିବାକୁ ଅନୁମତି ଦେବାକୁ ମନା କରିଦେଇଛି ।
ନୂଆଦିଲ୍ଲୀ : କାଶ୍ମୀରର ବିକାଶ ପାଇଁ ସରକାର ଏବଂ ଦୁବାଇ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ଅଧୀନରେ ଶ୍ରୀନଗରରୁ ଶାରଜାହ ଅଭିମୁଖେ ବିମାନ ସେବା ଆରମ୍ଭ ହୋଇଥିଲା । ପ୍ରାୟ 11 ବର୍ଷ ପରେ ଆରମ୍ଭ ହୋଇଥିବା ଏହି ସେବାଦ୍ୱାରା ଉପତ୍ୟକାର ଲୋକଙ୍କୁ ବହୁତ ଲାଭ ଦେଇଥାନ୍ତା, କିନ୍ତୁ ପାକିସ୍ତାନ ଏହାର ଆକାଶପଥକୁ ବ୍ୟବହାର କରିବାକୁ ଅନୁମତି ଦେବାକୁ ମନା କରିଦେଇଛି । ଏହି ନିଷ୍ପତ୍ତି ଯୋଗୁଁ ବିମାନ ସବୁ ଉଦୟପୁର, ଅହମଦାବାଦ ଏବଂ ଓମାନ ଦେଇ ଯାତ୍ରା କରିବ। ଫଳରେ ଯାତ୍ରା ଘଣ୍ଟାଏ ଅଧିକ ଲାଗିବ ଏବଂ ଯାତ୍ରା ଖର୍ଚ୍ଚ ମଧ୍ୟ ଅଧିକ ହେବ ।

ବାସ୍ତବରେ ଶ୍ରୀନଗରର ଅନେକ ଲୋକ ୟୁଏଇରେ ରୁହନ୍ତି । ଏହାକୁ ଦୃଷ୍ଟିରେ ରଖି 23 ଅକ୍ଟୋବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରର ଶେଖ ଉଲ-ଆଲାମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶାରଜାହ ଅଭିମୁଖେ ବିମାନ ଉଡ଼ାଣ ସେବା ଆରମ୍ଭ କରିଥିଲେ, କିନ୍ତୁ ବର୍ତ୍ତମାନ ପାକିସ୍ତାନ ଏହା ସ୍ପଷ୍ଟ କରିଛି ଯେ ବିମାନ ସେବାକୁ ଏହାର ଆକାଶ ସୀମା ବ୍ୟବହାର କରିବାକୁ ଅନୁମତି ଦେବ ନାହିଁ ।
ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି ଯେ 2009-2010 ମସିହାରେ ଶ୍ରୀନଗରରୁ ଦୁବାଇ ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଚଳାଚଳ ବେଳେ ମଧ୍ୟ ପାକିସ୍ତାନ ଏହା କରିଥିଲା । ପାକିସ୍ତାନ ଆକାଶ ଦେଇ ବିମାନଯାତ୍ରା ପାଇଁ ଅନୁମତି ମିଳିଥିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବ ବିଚାରି ମୁଁ ପ୍ରଥମେ ଯିବି ବୋଲି ଆଶା କରିଥିଲି। କିନ୍ତୁ, ତାହା ହେବନାହିଁ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications