Get Updates
Get notified of breaking news, exclusive insights, and must-see stories!

ଭାରତ ଆସୁଥିବା 190 ହିନ୍ଦୁଙ୍କୁ ସୀମାରେ ଅଟକାଇଲା ପାକିସ୍ତାନ

90 ଜଣ ହିନ୍ଦୁଙ୍କୁ ସୀମାରେ ଅଟକାଇଛି ପାକିସ୍ତାନ । ଏହି ପାକିସ୍ତାନୀ ହିନ୍ଦୁମାନେ ତୀର୍ଥଯାତ୍ରା ପାଇଁ ଭାରତ ଆସିବାକୁ ଚାହୁଁଥିଲେ । କିନ୍ତୁ ୱାଗା ସୀମାରେ ପହଞ୍ଚିବା ପରେ ସେମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଦିଆଯାଇନଥିଲା ।

pakistan

ନୂଆଦିଲ୍ଲୀ: ପାକିସ୍ତାନରେ ରହୁଥିବା ହିନ୍ଦୁ ସୁଯୋଗ ପାଇଲେ ଭାରତ ଆସିବାକୁ ମନ ବଳାଉଛନ୍ତି । ପାକିସ୍ତାନର ନିର୍ଯ୍ୟାତନା ଏବଂ ସେଠାକାର ସମସ୍ୟାରେ ଅତିଷ୍ଠ ହୋଇ ଭାରତ ଆସିବାକୁ ଚାହୁଁଛନ୍ତି ହିନ୍ଦୁ । ଏପରି 190 ଜଣ ହିନ୍ଦୁଙ୍କୁ ସୀମାରେ ଅଟକାଇଛି ପାକିସ୍ତାନ । ଏହି ପାକିସ୍ତାନୀ ହିନ୍ଦୁମାନେ ତୀର୍ଥଯାତ୍ରା ପାଇଁ ଭାରତ ଆସିବାକୁ ଚାହୁଁଥିଲେ । କିନ୍ତୁ ୱାଗା ସୀମାରେ ପହଞ୍ଚିବା ପରେ ସେମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଦିଆଯାଇନଥିଲା ।
ପାକିସ୍ତାନ ପକ୍ଷରୁ କୁହାଯାଉଛି ଯେ ପ୍ରାୟ 190 ହିନ୍ଦୁ ଭାରତ ଗସ୍ତ ପାଇଁ ସ୍ପଷ୍ଟ କାରଣ ଦେଇ ପାରି ନଥିଲେ । ତେଣୁ ସେମାନଙ୍କୁ ଭାରତ ଆସିବାକୁ ଅନୁମତି ଦିଆଯାଇନଥିଲା । କେବଳ ପାକିସ୍ତାନୀ ଖବରକାଗଜରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି ।

ଉଲ୍ଲେଖଥାଉ କି, ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷ କରି ହିନ୍ଦୁ ଏବଂ ଶିଖଙ୍କ ସହ ବାରମ୍ବାର ନିର୍ଯ୍ୟାତନାର ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ସେଠାରେ ଥିବା ଅଧିକାଂଶ ହିନ୍ଦୁ ଜନସଂଖ୍ୟା ସିନ୍ଧ ପ୍ରଦେଶରେ ସୀମିତ ଏବଂ ସେମାନଙ୍କର ଜନସଂଖ୍ୟା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି ।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ଶେଷ ମୁହୂର୍ତ୍ତରେ 190 ହିନ୍ଦୁଙ୍କୁ ଦେଶ ଛାଡିବାକୁ ଅଟକାଇଛି । ପାକିସ୍ତାନର ସିନ୍ଧ ପ୍ରଦେଶର ଏହି ହିନ୍ଦୁମାନେ ଭାରତ ଯାତ୍ରା କରିବାକୁ ଚାହୁଁଥିଲେ । ଏହି ହିନ୍ଦୁ ପରିବାରରେ ଶିଶୁ ଏବଂ ମହିଳାମାନେ ମଧ୍ୟ ସାମିଲ ଥିଲେ ।

ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, ଏହି ସମସ୍ତ ହିନ୍ଦୁ ମଙ୍ଗଳବାର ୱାଗା ସୀମାରେ ପହଞ୍ଚିଥିଲେ ଏହା ପରେ ସେମାନେ ଜାଣିବାକୁ ପାଇଲେ ଯେ ସେମାନେ ଭାରତ ଯାଇପାରିବେ ନାହିଁ । ଏହି ଲୋକମାନେ ଧାର୍ମିକ ଉଦ୍ଦେଶ୍ୟରେ ପାଇଥିବା ଭିସା ନେଇ ଭାରତ ଆସିବାକୁ ଚାହୁଁଥିଲେ, କିନ୍ତୁ ପାକିସ୍ତାନୀ ଅଧିକାରୀମାନେ ସେମାନଙ୍କ ନିବେଦନକୁ ଅଣଦେଖା କରିଥିବା ଜଣାପଡିଛି ।

ଖବରକାଗଜ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେହି ହିନ୍ଦୁମାନଙ୍କୁ ଭାରତ ଆସିବାକୁ ଦେଇନଥିଲା, କାରଣ ସେମାନେ ପାକିସ୍ତାନୀ ଇମିଗ୍ରେସନ ଅଧିକାରୀଙ୍କୁ କାହିଁକି ଭାରତ ଆସିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ । ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନୀ ହିନ୍ଦୁମାନେ ସାଧାରଣତଃ ତୀର୍ଥଯାତ୍ରା ନାମରେ ଭିସା ନେଇଥାନ୍ତି ଏବଂ ପରେ ଭାରତରେ ଦୀର୍ଘ ସମୟ ରହିଥା'ନ୍ତି ।

ପାକିସ୍ତାନୀ ଖବରକାଗଜ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବର୍ତ୍ତମାନ ବହୁ ସଂଖ୍ୟକ ପାକିସ୍ତାନୀ ହିନ୍ଦୁ ଭାରତରେ ରହୁଛନ୍ତି । ପାକିସ୍ତାନୀ ହିନ୍ଦୁମାନେ ରାଜସ୍ଥାନ ଏବଂ ଦିଲ୍ଲୀରେ ରହୁଛନ୍ତି । ପାକିସ୍ତାନର ସେଣ୍ଟର ଫର୍ ପିସ୍ ଆଣ୍ଡ ଜଷ୍ଟିସ୍ ର ଏକ ରିପୋର୍ଟ ଅନୁଯାୟୀ, ସଂଖ୍ୟାଲଘୁ ହିନ୍ଦୁମାନଙ୍କର ଜନସଂଖ୍ୟା 22 ଲକ୍ଷ 10 ହଜାର 566, ଯାହାକି ପାକିସ୍ତାନର ମୋଟ ଜନସଂଖ୍ୟାର ମାତ୍ର 1.18% ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+