Get Updates
Get notified of breaking news, exclusive insights, and must-see stories!

ସାମ୍ନାକୁ ଆସିଲା ପାକିସ୍ତାନର ଅସଲ ଚେହେରା, ନିର୍ଦ୍ଦୋଷରେ ଖଲାସ ହେଲେ ହାଫିଜ୍ ସଇଦର 6 ଦୁର୍ଦ୍ଦାନ୍ତ ଆତଙ୍କବାଦୀ

ଜାତିସଂଘ ଦ୍ୱାରା ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଭାବେ ଚିହ୍ନଟ ଏବଂ ଭାରତରେ ହୋଇଥିବା ଅନେକ ଆକ୍ରମଣ ପାଇଁ ଦାୟୀ ହାଫିଜ ସଇଦର 6 ଜଣ ସହଯୋଗୀଙ୍କୁ ଲାହୋର ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି, ଯାହାକୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ ।

ଲାହୋର : ପାକିସ୍ତାନକୁ ବର୍ତ୍ତମାନ ପର୍ଯ୍ୟନ୍ତ FATF ର ଗ୍ରେ- ଲିଷ୍ଟରେ ରଖାଯାଇଛି ତାହା ଲାହୋର ହାଇକୋର୍ଟଙ୍କ ନିଷ୍ପତ୍ତି ଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି । ଜାତିସଂଘ ଦ୍ୱାରା ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଭାବେ ଚିହ୍ନଟ ଏବଂ ଭାରତରେ ହୋଇଥିବା ଅନେକ ଆକ୍ରମଣ ପାଇଁ ଦାୟୀ ହାଫିଜ ସଇଦର 6 ଜଣ ସହଯୋଗୀଙ୍କୁ ଲାହୋର ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି, ଯାହାକୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ ।

hafiz saeed

ନିର୍ଦ୍ଦୋଷରେ ଖଲାସ ହାଫିଜ ସଇଦର 6 ଜଣ ସହଯୋଗୀ

ଶନିବାର ଦିନ ଲାହୋର ହାଇକୋର୍ଟ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଉପରେ ନିଷିଦ୍ଧ ଜମାତ-ଉଦ-ଦାୱାର 6 ଜଣ ବରିଷ୍ଠ ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଏକ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି । ସଇତ ନେତୃତ୍ୱାଧୀନ ଜମାତ-ଉଦ-ଦାୱା ନିଷିଦ୍ଧ ଲସ୍କର-ଏ-ତୋଏବା (LeT) ପାଇଁ ଏକ ପ୍ରମୁଖ ସଂଗଠନ, 2008 ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ସଂଗଠନ ଯେଉଁଥିରେ 6 ଜଣ ଆମେରିକୀୟଙ୍କ ସମେତ 166 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆମେ ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ଅପ୍ରେଲରେ ଲାହୋରର ଆତଙ୍କବାଦ ନିରୋଧୀ କୋର୍ଟ କାଉଣ୍ଟର ଆତଙ୍କବାଦ ବିଭାଗ ଦ୍ୱାରା ଏଫଆଇଆର ପଞ୍ଜୀକୃତ ହେବା ପରେ ଜମାତ-ଉଦ-ଦାୱାର ଏହି ଆତଙ୍କବାଦୀ ମଲିକ ଜାଫର ଇକବାଲ, ୟାହୟା ମୁଜାହିଦ୍, ନାସରୁଲ୍ଲା, ସମିଉଲ୍ଲା, ଉମର ବାହାଦୁର ଏବଂ ହାଫିଜ ଅବଦୁଲ ରେହମାନ ମକ୍କିକୁ 6 ମାସ ଜେଲ ଦଣ୍ଡାଦେଶ ଦେଇଥିଲେ ।

ଲାହୋରର ଟ୍ରାଏଲ କୋର୍ଟ ଏହି ସମସ୍ତ ଅଭିଯୁକ୍ତଙ୍କୁ ଆତଙ୍କବାଦକୁ ଆର୍ଥିକ ସହାୟତା ଦେବାରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେମାନେ ଟଙ୍କା ସଂଗ୍ରହ କରୁଥିଲେ ଏବଂ ଲସ୍କର -ଏ-ତୋଏବା (LeT) କୁ ବେଆଇନ ଭାବେ ଅର୍ଥ ପ୍ରଦାନ କରୁଥିଲେ । ଆତଙ୍କବାଦ ଆର୍ଥିକ ଜରିଆରେ ସଂଗୃହୀତ ଅର୍ଥରୁ ସମ୍ପତ୍ତି ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । କିନ୍ତୁ, ହାଇକୋର୍ଟ ସମସ୍ତ ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଶନିବାର ଦିନ ପ୍ରଧାନ ବିଚାରପତି ମହମ୍ମଦ ଆମୀର ଭଟ୍ଟି ଏବଂ ଜଷ୍ଟିସ ତାରିକ ସଲିମ ଶେଖଙ୍କୁ ନେଇ ଗଠିତ ଏକ ଡିଭିଜନ ବେଞ୍ଚ ଏହି ଜେୟୁଡି ନେତାଙ୍କ ବିରୋଧରେ CTD ର FIR 18 ରେ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି । ପ୍ରତିପକ୍ଷ କୋର୍ଟରେ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+