ବିଲାୱାଲ ଭୁଟ୍ଟୋଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ପାକିସ୍ତାନୀ ସେନା !

ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ୍ ଗଣମାଧ୍ୟମ ଏକ ବଡ଼ ଦାବି କରିଛି । ବର୍ତ୍ତମାନର ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ପାକ୍ ସେନା ଯୋଜନା କରୁଛି ବୋଲି କୁହାଯାଇଛି ।
ସାଉଥ୍ ଚାଇନାର ମର୍ଣ୍ଣିଂ ପୋଷ୍ଟ ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ସାମରିକ ନେତୃତ୍ୱାଧୀନ କଟକଣା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈ ତିକ ଭାଗ୍ୟ ବୁଡ଼ି ଯାଇଛି ଏବଂ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଜେନେରାଲଙ୍କ ନିକଟରେ ତାଙ୍କର ଶକ୍ତି ପ୍ରମାଣ କରିଛନ୍ତି । ତେଣୁ ସେ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ପ୍ରାର୍ଥୀ ବୋଲି ଜଣାପଡ଼ିଛି ।
ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟରେ ଦର୍ଶାଯାଇଛି ଯେ ଜାତୀୟ ତଥା ପ୍ରାଦେଶିକ ସ୍ତରରେ ଦଳରୁ ଇସ୍ତଫା ଦେଇଥିବା ଇମରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ନେତାମାନେ ଖୁବ୍ ଶୀଘ୍ର ବିଲାୱାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟିରେ ଯୋଗ ଦେଇପାରନ୍ତି ।
ଚୀନ୍ ଗଣମାଧ୍ୟମ ଲେଖିଛି ଯେ ପାକିସ୍ତାନର ସର୍ବଶକ୍ତିମାନ ସେନାର ଚାପରେ ଇମନ ଖାନଙ୍କ ଦଳରୁ ଇସ୍ତଫା ଦେଇଥିବା ନେତା ବିଲାୱାଲ ଭୁଟ୍ଟୋଙ୍କ ଦଳ ସହ ହାତ ମିଳାଇ ତାଙ୍କ ଦଳ ପାଇଁ କାର୍ଯ୍ୟ କରିବେ ଏବଂ ବିଲାୱାଲଙ୍କ ରାଜନୈତିକ ଦଳ ପିପିପି କୁ ଦେଶରେ ମଜବୁତ କରିବେ ।
ରିପୋର୍ଟରେ କୁହାଯାଇଛି ଯେ ଇମରାନ ଖାନଙ୍କ ସମର୍ଥକମାନେ ଯେଉଁଭଳି ଭାବରେ ସାମରିକ ସ୍ଥାପନକୁ ଟାର୍ଗେଟ କରିଥିଲେ ତାହା ଇମରାନ ଖାନଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ କରିଦେଇଛି ।
ଆପଣଙ୍କୁ କହି ରଖୁଛୁ ଇମରାନ ଖାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଭଲ ନଥିଲା । ସେ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡରର କାର୍ଯ୍ୟ ବନ୍ଦ କରିଦେଇଥିବାରୁ ଇମରାନ ଖାନଙ୍କ ସରକାରକୁ ଚାଇନା ପସନ୍ଦ କରୁନଥିଲା । ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଇମରାନ ଖାନଙ୍କୁ କ୍ଷମତାରୁ ହଟାଇବା ପଛରେ ଆମେରିକା ନୁହେଁ ଚୀନ୍ ର ହାତ ଅଛି । କିନ୍ତୁ, ଇମରାନ ଖାନ ଆମେରିକାକୁ ଦୋଷାରୋପ କରିଥିଲେ ଯାହା ଦ୍ୱାରା ସେ ପାକିସ୍ତାନୀ ଲୋକଙ୍କ ଆମେରିକୀୟ ବିରୋଧୀ ଭାବନାର ଫାଇଦା ଉଠାଇ ପାରିବେ ।












Click it and Unblock the Notifications