Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇ କାଶ୍ମୀର ପ୍ରସଙ୍ଗ ଉଠାଇଲେ ଶାହବାଜ ସରିଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ଦେଶ ଭାରତ ସହ ଶାନ୍ତିପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ଚାହୁଁଛି ।

ଇସଲାମାବାଦ : ପାକିସ୍ତାନରେ ଅନେକ ଦିନ ଧରି ଚାଲିଥିବା ରାଜନୈନିକ ଅସ୍ଥିରତା ପରେ ଶାହବାଜ ସରିଫ ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭାରତ ମଧ୍ୟ ଶାନ୍ତି ଚାହୁଁଛି, ଯେଉଁଠାରେ ଆତଙ୍କବାଦର କୌଣସି ନାମ ନଥିବ । ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତାରେ ଶାହବାଜ ସରିଫ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆହୁରି ମଧ୍ୟ ଲେଖିଛନ୍ତି ଯେ ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହୁଁଛି । ତେବେ ପାକିସ୍ତାନ ପୁଣି ଥରେ କାଶ୍ମୀରକୁ ନେଇ କହିଥିବା ଦେଖିବାକୁ ମିଳିଛି ।

Shehbaz Sharif-Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ଦେଶ ଭାରତ ସହ ଶାନ୍ତିପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ଚାହୁଁଛି । ସୋମବାର ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସରିଫଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆତଙ୍କବାଦମୁକ୍ତ ଅଞ୍ଚଳରେ ଭାରତ ଶାନ୍ତି ଏବଂ ସ୍ଥିରତା ଚାହୁଁଛି, ଯାହା ଦ୍ୱାରା ଆମେ ଆମର ବିକାଶ ଆହ୍ୱାନ ଉପରେ ଧ୍ୟାନ ଦେଇପାରିବା ଏବଂ ଆମ ଲୋକଙ୍କ କଲ୍ୟାଣ ତଥା ସମୃଦ୍ଧତାକୁ ନିଶ୍ଚିତ କରିପାରିବା ।"

ଏଥି ସହ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟକୁ ଜବାବ ଦେଇ କହିଛନ୍ତି, 'ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ଭାରତ ସହ ଶାନ୍ତିପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ରଖିବାକୁ ପାକିସ୍ତାନ ଚାହୁଁଛି । ଜାମ୍ମୁ କାଶ୍ମୀର ସମେତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଅନିବାର୍ଯ୍ୟ । ଆତଙ୍କବାଦ ମୁକାବିଲା ପାଇଁ ପାକିସ୍ତାନର ବଳିଦାନ ସମସ୍ତଙ୍କୁ ଜଣା । ଆସନ୍ତୁ ଶାନ୍ତି ସୁନିଶ୍ଚିତ କରିବା ଏବଂ ଆମ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଧ୍ୟାନ ଦେବା ।"

ଆମେ ଆପଣଙ୍କୁ କହି ରଖୁଛୁ ପ୍ରଧାନମନ୍ତ୍ରୀଙ୍କ ଚେୟାରରେ ବସିବା ପୂର୍ବରୁ ମଧ୍ୟ ଶାହବାଜ ସରିଫ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଥିଲେ । ସେ ପ୍ରଧାନମନ୍ତ୍ରୀ ହେବା ମାତ୍ରେ କାଶ୍ମୀର ପ୍ରସଙ୍ଗରେ ଏକ ବିବୃତ୍ତି ଦେବାବେଳେ ସରିଫ୍ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗକୁ ସେଠାକାର ଲୋକଙ୍କ ଇଚ୍ଛା ଅନୁଯାୟୀ ସମାଧାନ କରାଯିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+