ପାକିସ୍ତାନ ହେଉଛି ସବୁଠାରୁ ବିପଦପୂର୍ଣ୍ଣ ଦେଶ ଆମେରିକାର ରାଷ୍ଟ୍ରପତି ବାଇଡେନ୍
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି କହିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ପରମାଣୁ ବୋମା ରଖିଥିବା ପାକିସ୍ତାନ ହେଉଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ।
ୱାସିଙ୍ଗଟନ୍ ଡିସି : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି କହିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ପରମାଣୁ ବୋମା ରଖିଥିବା ପାକିସ୍ତାନ ହେଉଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ । ସମଗ୍ର ବିଶ୍ୱରେ ଆଣବିକ କାର୍ଯ୍ୟକ୍ରମ ବିଷୟରେ ଜୋ ବାଇଡେନ ଏହି ବଡ ବିବୃତ୍ତି ଦେଇଛନ୍ତି ଏବଂ ବାଇଡେନଙ୍କ ଏହି ବିବୃତ୍ତି ଉପରେ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ ।

ଡେମୋକ୍ରାଟିକ୍ କଂଗ୍ରେସ ଅଭିଯାନ କମିଟି ରିସେପ୍ସନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ମୁଁ ଭାବୁଛି ବୋଧହୁଏ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଦେଶ ମଧ୍ୟରେ ଗୋଟିଏ ହେଉଛି ପାକିସ୍ଥାନ । ଯାହା ପାଖରେ କୌଣସି ସମନ୍ୱୟ ବିନା ପରମାଣୁ ଅସ୍ତ୍ର ଅଛି ।
ବିଶ୍ୱ ଉପରେ ଆଣବିକ ବିପଦ ବିଷୟରେ କହି ବାଇଡେନ କହିଛନ୍ତି ଯେ ଆମର ଅନେକ ପ୍ରକାରର ଆହ୍ୱାନ ଅଛି, ଆମେ ଏହାକୁ କିପରି ପରିଚାଳନା କରିବୁ ? ରୁଷ ବର୍ତ୍ତମାନ ଯାହା କରୁଛି ତାହା ଆମେ କିପରି ପରିଚାଳନା କରିବୁ । ଏବଂ ମୁଁ ବିଶ୍ୱାସ କରେ ଦୁନିଆର ସବୁଠାରୁ ବିପଜ୍ଜନକ ଦେଶ ହେଉଛି ପାକିସ୍ତାନ, ଯାହାର ସମନ୍ୱୟ ବିନା ପରମାଣୁ ଅସ୍ତ୍ର ଅଛି ।
ପରିବର୍ତ୍ତିତ ବିଶ୍ୱ ପରିସ୍ଥିତି ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଘଟୁଥିବାରୁ ରାଷ୍ଟ୍ରମାନେ ନିଜ ନିଜର ମିତ୍ର ରାଷ୍ଟ୍ରଙ୍କ କଥା ପୁନର୍ବିଚାର କରୁଛନ୍ତି । କିନ୍ତୁ, ମୋର ଯାହା ବିଶ୍ୱାସ ସତ କଥା ହେଲା, ବିଶ୍ୱ ଆମ ଆଡ଼କୁ ଦୃଷ୍ଟିପାତ କରୁଛି । ଏଇଟା ପରିହାସ ନୁହେଁ । ଆମ ଶତ୍ରୁ ରାଷ୍ଟ୍ରମାନେ ବି ଆମ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଉଛନ୍ତି ।
ଅନ୍ୟରାଷ୍ଟ୍ରମାନଙ୍କ ସହିତ ୱାସିଂଟନ୍ର ସମ୍ପର୍କ କଥା ମଧ୍ୟ ସେ କହିଛନ୍ତି । ଆମେରିକା ବିଶ୍ୱର ନେତୃତ୍ୱ ନେଇପାରିବ ବୋଲି କହି ସେ କହିଛନ୍ତି, ବିଶ୍ୱକୁ ଏଭଳି ସ୍ଥାନକୁ ନେଇଯିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ସାମର୍ଥ୍ୟ ଅଛି ଯେଉଁ ସ୍ଥାନରେ ବିଶ୍ୱ କେବେ ପହଞ୍ଚି ପାରି ନ ଥିଲା ।
ଚାଲିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ ଏବଂ ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ କହିବା ବେଳେ ରାଷ୍ଟ୍ରପତି ବାଇଡେନ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।












Click it and Unblock the Notifications