ବିଗୁଡ଼ୁଛି ପାକିସ୍ତାନର ଆର୍ଥିକ ଅବସ୍ଥା, 3 ବିଲିୟନ ଡ଼ଲାରରୁ କମ୍ ରହିଛି ବୈଦେଶିକ ମୁଦ୍ରା
ଗୁରୁବାର ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର 3 ବିଲିୟନ ଡ଼ଲାରରୁ କମ୍ କୁ ଖସି ଆସିଛି । ଅର୍ଥାତ୍ ପାକିସ୍ତାନ ନିକଟରେ ବର୍ତ୍ତମାନ ଦେଶ ଚଳାଇବା ପାଇଁ 3 ବିଲିୟନ ଡଲାରରୁ କମ୍ ଟଙ୍କା ରହିଛି ।

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦେଶରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେବା ସହ ହାହାକାର ଅବସ୍ଥାରେ ଅଛନ୍ତି ପାକିସ୍ତାନ ନାଗରିକ । କିନ୍ତୁ ପାକ୍ ସରକାର କୌଣସି ସମାଧାନର ବାଟ ଖୋଜିପାଉନି । ଏଥି ମଧ୍ୟରେ ପ୍ରାୟ 10 ଦିନ ଧରି ଚାଲିଥିବା ମାରାଥନ୍ ବୈଠକ ପରେ ଆଇଏମ୍ଏଫ୍ ପାକିସ୍ତାନକୁ ଋଣର ପରବର୍ତ୍ତୀ କିସ୍ତି ଦେବାକୁ ମନା କରିଦେଇଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଅଧିକାରୀମାନେ 10 ଦିନ ଧରି କରିଥିବା ବୈଠକ ପରେ ମଧ୍ୟ କର୍ମଚାରୀ ସ୍ତରୀୟ ଚୁକ୍ତି କରିବାରେ ବିଫଳ ହୋଇଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ 1.1 ବିଲିୟନ ଡ଼ଲାରର ଏକ ନୂତନ ଋଣ ଯୋଗାଡ଼ କରିବା ବୈଠକର ଉଦ୍ଦେଶ୍ୟ ଥିଲା । କିନ୍ତୁ ଶେଷରେ ଏହା ମଧ୍ୟ ବିଫଳ ହୋଇଛି ।
ହ୍ରାସ ପାଉଛି ବୈଦେଶିକ ମୁଦ୍ରା ଭଣ୍ଡାର
ଗୁରୁବାର ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର 3 ବିଲିୟନ ଡ଼ଲାରରୁ କମ୍ କୁ ଖସି ଆସିଛି । ଅର୍ଥାତ୍ ପାକିସ୍ତାନ ନିକଟରେ ବର୍ତ୍ତମାନ ଦେଶ ଚଳାଇବା ପାଇଁ 3 ବିଲିୟନ ଡଲାରରୁ କମ୍ ଟଙ୍କା ରହିଛି । ଅନ୍ୟପକ୍ଷରେ, ଋଣ ନେବା ନେଇ ପାକିସ୍ତାନ ସରକାର ଏବଂ ଆଇଏମ୍ଏଫ୍ ମଧ୍ୟରେ ହୋଇଥିବା ଆଲୋଚନା ପୁଣି ଥରେ ବିଫଳ ହୋଇଛି । ଆଇଏମ୍ଏଫ୍ ଅଧିକାରୀମାନେ ବର୍ତ୍ତମାନ ପାକିସ୍ତାନକୁ ଋଣ ଦେବାକୁ ମନା କରି ଦେଇଛନ୍ତି । ଆଇଏମଏଫ ସହ ହୋଇଥିବା ଆଲୋଚନା ସଫଳ ହେବ ବୋଲି ପାକିସ୍ତାନ ସରକାର ଆଶା ପ୍ରକଟ କରିଥିଲେ ମଧ୍ୟ ଆଇଏମଏଫର କଠୋର ପରିସ୍ଥିତି ମଧ୍ୟରେ ଏହି ଆଲୋଚନା ବିଫଳ ହୋଇଛି । ପାକିସ୍ତାନ ଆଇଏମଏଫରୁ 1.1 ବିଲିୟନ ଡଲାର ଋଣ ପାଇବା ନେଇ ଆଶା କରିଥିଲା ।
ଆପଣଙ୍କୁ କହି ରଖୁଛୁ ଯେ 2019 ମସିହାରେ ପାକିସ୍ତାନ ସରକାର ଏବଂ ଆଇଏମ୍ଏଫ୍ ମଧ୍ୟରେ 6.5 ବିଲିୟନ ଡ଼ଲାରର ଏକ ବେଲ୍ଆଉଟ୍ ପ୍ୟାକେଜ୍ ଚୁକ୍ତି ହୋଇଥିଲା, ଯାହାର ସର୍ତ୍ତକୁ ପାକିସ୍ତାନ ଉଲ୍ଲଂଘନ କରିଥିଲା । ଏହା ପରେ ଆଇଏମ୍ଏଫ୍ ପାକିସ୍ତାନକୁ ଋଣ ଦେବା ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ଥାନ (ଏସବିପି) ଏହାର ସାପ୍ତାହିକ ଅପଡେଟ୍ ରେ କହିଛନ୍ତି ଯେ ବାହ୍ୟ ଋଣ ପରିଶୋଧ ହେତୁ 3 ଫେବୃଆରୀ 2023 ଶେଷ ସପ୍ତାହରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର 170 ମିଲିୟନ ଡ଼ଲାର ହ୍ରାସ ପାଇଛି । ପାକିସ୍ତାନ ବ୍ୟାଙ୍କ ନିଜ ରିପୋର୍ଟରେ କହିଛି ଯେ ବର୍ତ୍ତମାନ କେବଳ 2.92 ବିଲିୟନ ଡ଼ଲାର ବାକି ଅଛି ଏବଂ ବ୍ୟାଙ୍କ ଏକ ବିପଦପୂର୍ଣ୍ଣ ପରିସ୍ଥିତିକୁ ସୂଚାଇ ଦେଇଛି ଯେ ବର୍ତ୍ତମାନ ପାକିସ୍ତାନ ଋଣ ପରିଶୋଧ କରିବାରେ ବିଫଳ ହୋଇପାରେ । ଏଭଳି ପରିସ୍ଥିତିରେ ଦେଶ ଦେବାଳିଆ ହୋଇପାରେ । ପାକିସ୍ତାନୀ ବ୍ୟାଙ୍କ କହିଛି ଯେ ବର୍ତ୍ତମାନ ପାକିସ୍ତାନ ନିକଟରେ ମାତ୍ର 2 ସପ୍ତାହର ସାମଗ୍ରୀ କିଣିବାକୁ ଟଙ୍କା ବାକି ଅଛି । ତେବେ ଆଇଏମଏଫ ଅଧିକାରୀମାନେ ପାକିସ୍ତାନ ଛାଡିଥିଲେ ହେଁ ଆଇଏମଏଫ ସହ ଆଲୋଚନା ସଫଳ ହେବ ବୋଲି ପାକିସ୍ତାନର ଅର୍ଥମନ୍ତ୍ରୀ ଆଶାବାଦୀ ଅଛନ୍ତି ।
ପାକିସ୍ତାନ ଏବଂ ଆଇଏମ୍ଏଫ୍ ମଧ୍ୟରେ ହୋଇଥିବା ଋଣ କଥାବାର୍ତ୍ତାର ବିଫଳତା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ । କାରଣ ଆଇଏଏଫ୍ ମନା କରିବା ପରେ ପାକିସ୍ତାନ ବନ୍ଧୁ ଦେଶରୁ ମଧ୍ୟ ସାହାଯ୍ୟ ପାଇପାରିବ ନାହିଁ । ଯଦି ପାକିସ୍ତାନ ଆଇଏମଏଫରୁ 1.1 ବିଲିୟନ ଡଲାରର ଋଣ କିସ୍ତି ପାଇବାରେ ସଫଳ ହୋଇଥାନ୍ତା, ତେବେ ଏହା ଡିଫଲ୍ଟ ହେବାକୁ ଏଡାଇ ଦେଇଥାନ୍ତା ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications