ଡନ୍ ଦାଉଦ୍ କୁ କେବେ ଭାରତକୁ ହସ୍ତାନ୍ତର କରିବେ ? ପ୍ରଶ୍ନରେ ପାଟିରେ ଆଙ୍ଗୁଳି ଦେଲେ ପାକିସ୍ତାନୀ ଅଧିକାରୀ
ସାମ୍ବାଦିକମାନେ ପାକିସ୍ତାନରୁ ଆସିଥିବା ଏଫଆଇଆର ମହାନିର୍ଦ୍ଦେଶକ ମୋହସିନ୍ ବଟଙ୍କୁ ପଚାରିଥିଲେ ସେମାନେ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମ୍ ଏବଂ ଲସ୍କର - ଏ-ତୋଏବା ମୁଖ୍ୟ ହାଫିଜ ସଇଦଙ୍କୁ ଭାରତ ହସ୍ତାନ୍ତର କରିବେ କି ନାହିଁ, ସେ ଉତ୍ତର ଦେବାକୁ ମନା କରିଥିଲେ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ମଙ୍ଗଳବାର ଦିନ 90 ତମ ଇଣ୍ଟରପୋଲ ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ 195 ଟି ଦେଶର ପ୍ରତିନିଧୀ ଯୋଗ ଦେଉଛନ୍ତି । ଏଥିରେ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ର ମହାନିର୍ଦ୍ଦେଶକ ମୋହସିନ୍ ବଟ ମଧ୍ୟ ପାକିସ୍ତାନ ପକ୍ଷରୁ ଯୋଗ ଦେଇଛନ୍ତି । ଇଣ୍ଟରପୋଲ ସମ୍ମିଳନୀରେ ଯେତେବେଳେ ସାମ୍ବାଦିକମାନେ ପାକିସ୍ତାନରୁ ଆସିଥିବା ଏଫଆଇଆର ମହାନିର୍ଦ୍ଦେଶକ ମୋହସିନ୍ ବଟଙ୍କୁ ପଚାରିଥିଲେ ଯେ ସେମାନେ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମ୍ ଏବଂ ଲସ୍କର - ଏ-ତୋଏବା ମୁଖ୍ୟ ହାଫିଜ ସଇଦଙ୍କୁ ଭାରତ ହସ୍ତାନ୍ତର କରିବେ କି ନାହିଁ, ମୋହସିନ୍ ବଟ ଏହାର ଉତ୍ତର ଦେବାକୁ ମନା କରି ଦେଇଛନ୍ତି ।

ଏହି ଘଟଣାର ଭିଡିଓ ANI ଦ୍ୱାରା ଟ୍ୱିଟ୍ କରାଯାଇଛି । ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ମୋହସିନ୍ ବଟ କିପରି ପାଟିରେ ଆଙ୍ଗୁଠି ଦେଇ ନୀରବ ରହିବାକୁ ସୂଚାଇ ଦେଇଛନ୍ତି ତାହା ଟ୍ୱିଟରେ ସେୟାର ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି । ସାମ୍ବାଦିକ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଏବଂ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସଇଦଙ୍କୁ ଭାରତ ହସ୍ତାନ୍ତର କରିବା ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ନ ଦେଇ ମୋହସିନ୍ ବଟ ପାଟିରେ ଆଙ୍ଗୁଠି ଦେଇ ଚୁପ୍ ରହିବାକୁ ଇସାରା ଦେଇଥିଲେ ।
#WATCH | Pakistan's director-general of the Federal Investigation Agency (FIA) Mohsin Butt, attending the Interpol conference in Delhi, refuses to answer when asked if they will handover underworld don Dawood Ibrahim & Lashkar-e-Taiba chief Hafiz Saeed to India. pic.twitter.com/GRKQWvPNA1
— ANI (@ANI) October 18, 2022
ପ୍ରଧାନମନ୍ତ୍ରୀ କାର୍ଯ୍ୟାଲୟ ଅନୁଯାୟୀ, 25 ବର୍ଷ ବ୍ୟବଧାନ ପରେ ଭାରତରେ ଇଣ୍ଟରପୋଲ ସମ୍ମିଳନୀର ବୈଠକ ଅନୁଷ୍ଠିତ ହେଉଛି । ଏହା ପୂର୍ବରୁ ଭାରତରେ 1997 ରେ ଭାରତରେ ଇଣ୍ଟରପୋଲ ସମ୍ମିଳନୀର ବୈଠକ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଭାରତ ସ୍ୱାଧୀନତାର 50 ତମ ବାର୍ଷିକୀ ଭାବରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଥିଲା । ଏଥର ଭାରତର ସ୍ୱାଧୀନତାର 75 ତମ ବାର୍ଷିକୀ ଅବସରରେ ନୂଆଦିଲ୍ଲୀରେ ଇଣ୍ଟରପୋଲ ସମ୍ମିଳନୀ ଆୟୋଜନ କରାଯାଉଛି । ପିଏମଓ କହିଛି ଯେ ଏହି ଆୟୋଜନ ବିଶ୍ୱକୁ ଭାରତର ଆଇନ ଶୃଙ୍ଖଳା ବିଷୟରେ ଅବଗତ କରାଇବା ପାଇଁ ଏକ ସୁଯୋଗ । ଇଣ୍ଟରପୋଲ ସମ୍ମିଳନୀ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଇଣ୍ଟରପୋଲ ସଭାପତି ଅହମ୍ମଦ ନାସିର ଅଲ ରଇସୀ ଏବଂ ଏହାର ମୁଖ୍ୟ ଶାସନ ସଚିବ ଜୁର୍ଗନ ଷ୍ଟକ ମଧ୍ୟ ଅଂଶଗ୍ରହଣ କରିବେ ।












Click it and Unblock the Notifications