ଗୁଲଜାର ଅହମ୍ମଦ ହୋଇପାରନ୍ତି ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ, ମନୋନୀତ କଲେ ଇମ୍ରାନ ଖାନ
ପାକିସ୍ତାନରେ ରାଜନୈତିକ ସଙ୍କଟ ଜାରି ରହିଛି । ସଂସଦ ଭଙ୍ଗ ହେବା ପରେ ଇମ୍ରାନ ଖାନ ସୋମବାର ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜର ଅହମ୍ମଦଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ।
ନୂଆଦିଲ୍ଲୀ : ପାକିସ୍ତାନରେ ରାଜନୈତିକ ସଙ୍କଟ ଜାରି ରହିଛି । ସଂସଦ ଭଙ୍ଗ ହେବା ପରେ ଇମ୍ରାନ ଖାନ ସୋମବାର ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜର ଅହମ୍ମଦଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି । ତେବେ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତିକୁ ବିରୋଧୀ ଲଗାତାର ବିରୋଧ କରୁଛନ୍ତି । ସେ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି, କିନ୍ତୁ ଏହାକୁ ସଂସଦରେ ପ୍ରମାଣ କରିବାକୁ ଦିଆଯାଇନଥିଲା ।

ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ ଗୁଲଜାର ଅହମ୍ମଦ 21 ଡିସେମ୍ବର 2019 ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଏହି ପଦବୀରେ 1 ଫେବୃଆରୀ 2022 ପର୍ଯ୍ୟନ୍ତ ରହିଥିଲେ ।
ବର୍ତ୍ତମାନ ସଂସଦ ଭଙ୍ଗ ହେବା ପରେ ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବିରୋଧୀ ଦଳର ନେତାଙ୍କୁ ନିର୍ବାଚନରେ ଜଣେ ବ୍ୟକ୍ତିଙ୍କ ନାମ ସୁପାରିଶ କରିବାକୁ କହିଥିଲେ । ଯେଉଁଥିରେ ଇମ୍ରାନ ଖାନ୍ ଗୁଲଜାରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛନ୍ତି ।












Click it and Unblock the Notifications