ଇରାନ ଉପରେ ପାଲଟା ଆକ୍ରମଣ କଲା ପାକିସ୍ଥାନ, ଏହି ସହର ଉପରେ କଲା ଏୟାର ଷ୍ଟ୍ରାଇକ୍
ଇରାନରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍: ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଉପରେ ଇରାନ ଆକ୍ରମଣ କରିଛି । ଏହା ପରେ ଆକ୍ରମଣାତ୍ମକ ହୋଇ ଉଠିଛି ପାକିସ୍ତାନ । ଏହା ବାୟୁସେନାର ସୀମା ଉଲଙ୍ଘନ ଏବଂ ଆକ୍ରମଣର ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ ବୋଲି ଚେତାବନୀ ଦେଇଥିଲା ପାକିସ୍ତାନ ।

ଏହା ପରେ ପାକିସ୍ତାନ ଇରାନରେ ଆତଙ୍କବାଦୀଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି । ରିପୋର୍ଟ ଅନୁଯାୟୀ, ପୂର୍ବ ଇରାନର ସୋରୱନ ସହରରେ ଥିବା ବଲୁଚ ଆତଙ୍କବାଦୀ ଗୋଷ୍ଠୀ ଉପରେ ପାକିସ୍ତାନ ବାୟୁସେନା ଏୟାର ଷ୍ଟ୍ରାଇକ କରିଛି ।
ଏହୀ ପୂର୍ବରୁ ମଙ୍ଗଳବାର ରାତିରେ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦାଲ ଉପରେ ଇରାନ ଆକ୍ରମଣ କରିଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନ ଏହି ପାଲଟା ଜବାବ ଦେଇଛି ।
ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ ସୂଚନାନୁସାରେ, ପାକିସ୍ତାନୀ ସେନା ଅନୁଯାୟୀ ବୁଧବାର ରାତିରେ ପୂର୍ବ ଇରାନର ସରୱାନ ସହର ନିକଟରେ ଥିବା ବାଲୁଚ ଆତଙ୍କବାଦୀ ଗୋଷ୍ଠୀ ଉପରେ ବାୟୁସେନା ଅନେକ ଥର ଆକ୍ରମଣ କରିଥିଲା । ଆକ୍ରମଣ ପରେ ସହରରେ ଉତ୍ତେଜନା ଦେଖାଦେଇଛି ।
ପାକିସ୍ତାନରେ ଇରାନର ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । କୁଟନୈତିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ଆହୁରି ବିଗିଡିପାରେ । ପାକିସ୍ତାନ ନିଜ ରାଷ୍ଟ୍ରଦୂତଙ୍କୁ ଇରାନରୁ ଡକାଇଥିବା ବେଳେ ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ପଠାଇଦେଇଛି । ଏଥିସହ ସବୁ ଗସ୍ତକୁ ତୁରନ୍ତ ବାତିଲ କରାଯାଇଛି । ପାକିସ୍ତାନର ବେଲୁଚିସ୍ତାନରେ ସକ୍ରିୟ ଆତଙ୍କବାଦୀ ଜୈଶ-ଏ-ଅଦଲର ଶିବିର ଉପରେ ଆକ୍ରମଣ କରିଥିଲା ଇରାନ ।
ଆକ୍ରମଣ ଘଟଣାରେ ବାୟୁସୀମାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି ଇରାନ ରାଷ୍ଟ୍ରଦୂତଙ୍କୁ ସମନ କରିଛି ପାକିସ୍ତାନ । ଆକ୍ରମଣର ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ ବୋଲି ଚେତାବନୀ ଦେଇଛି ପାକିସ୍ତାନ । ଇରାନ ସେନା ଉପରେ ଜୈସ ଏ ଅଦଲର ଆତଙ୍କୀ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନର ରିଭୋଲ୍ୟୁଶାନାରୀ ଗାର୍ଡ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......











Click it and Unblock the Notifications