ଅନ୍ୟମନସ୍କ ହୋଇଗଲେ ନର୍ସ ! ମହିଳାଙ୍କୁ ଦେଲେ ଟିକାର ୬ ଡୋଜ୍, ଆଉ ତାପରେ
ଇଟାଲୀର ଜଣେ ମହିଳା ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇଥିଲେ । ହେଲେ ନର୍ସ ତାଙ୍କୁ ଟିକା ଦେବା ସମୟରେ ଭୁଲରେ ଉକ୍ତ ମହିଳାଙ୍କୁ ଫାଇଜର୍ ଟିକାର ୬ ଡୋଜ୍ ଦେଇଥିଲେ ।
ଇଟାଲୀ : କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏବେ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦେଉଛି । ପ୍ରତିଟି ନାଗରିକ ଏବେ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ଏହି ସମୟରେ ଇଟାଲୀର ଜଣେ ମହିଳା ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇଥିଲେ । ହେଲେ ନର୍ସ ତାଙ୍କୁ ଟିକା ଦେବା ସମୟରେ ଭୁଲରେ ଉକ୍ତ ମହିଳାଙ୍କୁ ଫାଇଜର୍ ଟିକାର 6 ଡୋଜ୍ ଦେଇଥିଲେ । ଟୀକା ନେବା ପରେ ମହିଳାଙ୍କ ଉପରେ ଟିକାର ଖରାପ ପ୍ରଭାବ ପଡିବ ତେଣୁ ତାଙ୍କୁ ହସ୍ପିଟାଲରେ 24 ଘଣ୍ଟା ପାଇଁ ରଖାଯାଇଥିଲା ।

ସୂଚନା ଅନୁସାରେ, ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଛି । ଏଥିସହ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଏନେଇ ହସ୍ପିଟାଲ୍ ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ମହିଳାଙ୍କୁ 24ଘଣ୍ଟା ପାଇଁ ହସ୍ପିଟାଲରେ ରଖାଯାଇଥିଲା । ତାଙ୍କ ଉପରେ କଡା ନଜର ରଖାଯାଇଥିଲା । ହେଲେ ସେ ଏବେ ସୁସ୍ଥ ଅଛନ୍ତି ଏବଂ ଡିସଚାର୍ଜ କରିଦିଆଯାଇଛି । ଗୋଟିଏ ସିରିଞ୍ଜରେ ଥିବା 6ଟି ଯାକ ଡୋଜ୍ ତାଙ୍କୁ ହସ୍ପିଟାଲର ଜଣେ ନର୍ସ ଦେଇ ଦେଇଥିଲେ । ଏହାପରେ ଟିକା ଦେଇଥିବା ନର୍ସ ଜଣକ ନିଜ ଭୁଲ୍ ମାନି ମହିଳାଙ୍କୁ ଏ ବିଷୟରେ ଅବଗତ ମଧ୍ୟ କରାଇଥିଲେ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications