ନୋବେଲ ପୁରସ୍କାର : ପଦାର୍ଥ ବିଜ୍ଞାନରେ ତିନିଜଣଙ୍କୁ ମିଳିବ ନୋବେଲ ପୁରସ୍କାର
ପଦାର୍ଥ ବିଜ୍ଞାନ ପାଇଁ 2021 ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସସ୍ ସୁକୁରୋ ମାନାବେ, କ୍ଲାଉସ୍ ହସେଲମ୍ୟାନ୍ ଏବଂ ଜର୍ଜିଓ ପ୍ୟାରିସିଙ୍କୁ 2021 ନୋବେଲ ପୁରସ୍କାର ପାଇଁ ମନୋନୀତ କରିଛି ।
ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ 2021 ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସସ୍ ସୁକୁରୋ ମାନାବେ, କ୍ଲାଉସ୍ ହସେଲମ୍ୟାନ୍ ଏବଂ ଜର୍ଜିଓ ପ୍ୟାରିସିଙ୍କୁ 2021 ନୋବେଲ ପୁରସ୍କାର ପାଇଁ ମନୋନୀତ କରିଛି ।

ଭୌତିକ ପ୍ରଣାଳୀ ବିଷୟରେ ପଦାର୍ଥ ବିଜ୍ଞାନର ଜଟିଳ ବ୍ୟବସ୍ଥାକୁ ରଳ ଭାବରେ ବୁଝିବା ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ତିନି ବୈଜ୍ଞାନିକଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ । ମଙ୍ଗଳବାର (ଅକ୍ଟୋବର 05) ନୋବେଲ ଆଲେମ୍ବ୍ଲିଂ ଦ୍ୱାରା ଏହି ନାମ ଘୋଷଣା କରାଯାଇଛି । ଏପର୍ଯ୍ୟନ୍ତ 216 ଜଣଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଯେଉଁଥିରେ ଚାରିଜଣ ମହିଳା ଅଛନ୍ତି ।
BREAKING NEWS:
— The Nobel Prize (@NobelPrize) October 5, 2021
The Royal Swedish Academy of Sciences has decided to award the 2021 #NobelPrize in Physics to Syukuro Manabe, Klaus Hasselmann and Giorgio Parisi “for groundbreaking contributions to our understanding of complex physical systems.” pic.twitter.com/At6ZeLmwa5
ସୁକୁରୋ ମାନାବେ : ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ସ୍ତର କିପରି ବୃଦ୍ଧି ପାଇ ପୃଥିବୀ ପୃଷ୍ଠରେ ତାପମାତ୍ରା ବଢିଥାଏ ଏହି ଆବିଷ୍କାର ପାଇଁ Tsukuro Manebe କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।
ଜର୍ଜିଓ ପ୍ୟାରିସି : ଅବ୍ୟବସ୍ଥିତ ଜଟିଳ ସାମଗ୍ରୀରେ ଲୁକ୍କାୟିତ ଢାଞ୍ଚା ଆବିଷ୍କାର କରିଥିବାରୁ ଜର୍ଜିଓ ପ୍ୟାରିସିଙ୍କୁ ନୋବେଲ ପ୍ରଦାନ କରାଯାଇଛି । ତାଙ୍କର ଆବିଷ୍କାରଗୁଡ଼ିକ ଜଟିଳ ପ୍ରଣାଳୀର ସିଦ୍ଧାନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
କ୍ଲାଉସ୍ ହାସେଲମ୍ୟାନ୍ : କ୍ଲାଉସ୍ ହାସେଲମ୍ୟାନ୍ ଏକ ମଡେଲ୍ ସୃଷ୍ଟି କରିଛନ୍ତି ଯାହା ପାଣିପାଗ ଏବଂ ଜଳବାୟୁକୁ ଏକତ୍ର ଯୋଡିଥାଏ । ପାଣିପାଗ ପରିବର୍ତ୍ତନଶୀଳ ଏବଂ ବିଶୃଙ୍ଖଳିତ ହେଲେ ମଧ୍ୟ ଜଳବାୟୁ ମଡେଲଗୁଡିକ କାହିଁକି ବିଶ୍ୱାସଯୋଗ୍ୟ ହୋଇପାରେ ତାହା ବ୍ୟାଖ୍ୟା କରିଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications