ପ୍ରଥମ ଥର ପାଇଁ ଝିଅ ସହ ବିଶ୍ୱ ସାମ୍ନାକୁ ଆସି ହ୍ୱାଇଟ ହାଉସକୁ ଉଡ଼ାଇବା ନେଇ ଚେତାବନୀ ଦେଲେ କିମ ଜଙ୍ଗ
ପ୍ରଥମ ଥର ପାଇଁ ସାଧାରଣଙ୍କ ସମ୍ନାରେ ନିଜ ଝିଅ ସହିତ ଆସିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ । କିମ ଜଙ୍ଗ ଉନ ତାଙ୍କ ଝିଅ ସହିତ ବିଶ୍ୱ ସାମ୍ନାକୁ ଆସି ଆମେରିକାର ହ୍ୱାଇଟ ହାଉସକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି ।
ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ସାଧାରଣଙ୍କ ସମ୍ନାରେ ନିଜ ଝିଅ ସହିତ ଆସିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ । କିମ ଜଙ୍ଗ ଉନ ତାଙ୍କ ଝିଅ ସହିତ ବିଶ୍ୱ ସାମ୍ନାକୁ ଆସି ଆମେରିକାର ହ୍ୱାଇଟ ହାଉସକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ କିମ ଜଙ୍ଗ ଉନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ତାଙ୍କ ଝିଅ ସହିତ ଏକ ଫଟୋରେ ଦେଖାଦେଇଛନ୍ତି । ତେଣୁ, ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ କିମ ଜଙ୍ଗ ଉନ ତାଙ୍କ ଉତ୍ତରାଧିକାରୀଙ୍କୁ ବିଶ୍ୱ ନିକଟରେ ଉପସ୍ଥାପନ କରିଛନ୍ତି । କିମ ଜଙ୍ଗ ଉନ ସେୟାର କରିଥିବା ଛବିରେ ମିସାଇଲ ମଧ୍ୟ ଦେଖିବାକୁ ମିଳିଛି ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ଶନିବାର ଦିନ କହିଛି ଯେ 'କିମ ଜଙ୍ଗ ଉନ ତାଙ୍କ ପ୍ରିୟ ଝିଅ ଏବଂ ପତ୍ନୀଙ୍କ ସହ ପରୀକ୍ଷା ସ୍ଥାନକୁ ଆସିଛନ୍ତି ।' କିମ ଜୋଙ୍ଗ ଉନ୍, ଯିଏକି ଗତ ଏକ ମାସ ଧରି ସର୍ବସାଧାରଣରେ ଦୃଶ୍ୟମାନ ହେଉ ନଥିଲେ ଏବଂ ଯେତେବେଳେ ଆମେରିକା ସହିତ ଉତ୍ତର କୋରିଆର ତିକ୍ତତା ଆହୁରି ବଢିଚାଲିଛି, ସର୍ବସାଧାରଣରେ କିମ ଜଙ୍ଗ ଉନଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନ ଉଠାଉଛି ।
କିନ୍ତୁ, ବର୍ତ୍ତମାନ ଦେଶର ମୁଖ୍ୟ ଖବରକାଗଜ ରୋଡୋଙ୍ଗ ସିନମୁନ୍ ରେ କିମ ଜଙ୍ଗ ଉନଙ୍କ ଝିଅ ସହିତ ତାଙ୍କର ଏକ ଚିତ୍ର ପ୍ରକାଶ କରିଛି, ଯେଉଁଥିରେ ସେ ହାତ ଧରି କ୍ଷେପଣାସ୍ତ୍ର ଆଗରେ ବୁଲୁଥିବାର ନଜର ଆସିଛନ୍ତି । ଉତ୍ତର କୋରିଆର ନ୍ୟୁଜ୍ ଏଜେନ୍ସି କେସିଏନ୍ଏ କହିଛି ଯେ ପ୍ୟୋଙ୍ଗୟାଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦରରେ ହାୱାସଙ୍ଗ -17 ଆଇସିବିଏମରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି । ଏହି କ୍ଷେପଣାସ୍ତ୍ର 6041 କିଲୋମିଟର ଉଚ୍ଚରେ ଯାତ୍ରା କରି 999 କିଲୋମିଟର ଦୂରରେ ସମୁଦ୍ରରେ ପଡିଥିଲା । ରିପୋର୍ଟ ଅନୁଯାୟୀ, ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 15 ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି, ଅର୍ଥାତ୍ କିମ ଜଙ୍ଗ ଉନଙ୍କ କ୍ଷେପଣାସ୍ତ୍ର ବର୍ତ୍ତମାନ ଆମେରିକା ଉପରେ ଆକ୍ରମଣ କରିପାରିବ ।
କିମ ଜଙ୍ଗ ଉନଙ୍କ ସଦ୍ୟତମ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ବାଇଡେନ ପ୍ରଶାସନ ପାଇଁ ସିଧାସଳଖ ବିପଦ ଭାବରେ ଦେଖାଯାଉଛି, ଯାହା ଉତ୍ତର କୋରିଆକୁ କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ଚେତାବନୀ ଦେଇଛି । ଏଥି ସହିତ ରୁଷ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ସମର୍ଥନ କରିଛି ଏବଂ ରୁଷର ଉପ ବୈଦେଶିକ ମନ୍ତ୍ରୀ ସର୍ଗଇ ରିୟାବକୋବ କହିଛନ୍ତି ଯେ "ମସ୍କୋ କୋରିଆ ଉପଦ୍ୱୀପ ପ୍ରତି ରାଜନୈତିକ ଆଭିମୁଖ୍ୟକୁ ପ୍ରାଥମିକତା ଦେଉଛି । ଏଥିରୁ ଜଣାପଡୁଛି ଯେ ନିକଟ ଅତୀତରେ ଆମେରିକା ଏବଂ ଏହାର ସହଯୋଗୀ ଦେଶ ଆଡକୁ ଯିବାକୁ ଚେଷ୍ଟା କରୁଛନ୍ତି । ଉତ୍ତର କୋରିଆର ଧୈର୍ଯ୍ୟ ପରୀକ୍ଷା କରାଯାଉଥିବା ଜଣାପଡିଛି ।"
ଆମେ ଆପଣଙ୍କୁ କହିରଖୁଛୁ ଯେ, ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ ଉତ୍ତର କୋରିଆ 50 ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଏବଂ ଉତ୍ତର କୋରିଆ ଖୁବ ଶୀଘ୍ର ଆଣବିକ ବୋମା ପରୀକ୍ଷା କରିପାରେ ବୋଲି ଆଶଙ୍କା ରହିଛି ।












Click it and Unblock the Notifications