ଉତ୍ତର କୋରିଆରେ ଚିହ୍ନଟ ହେଲା କରୋନାର ପ୍ରଥମ ମାମଲା, ଦେଶବ୍ୟାପୀ ଘୋଷଣା ହେଲା ଲକଡାଉନ୍
ଉତ୍ତର କୋରିଆ ପ୍ରଥମ ଥର ପାଇଁ କରୋନା ସଂକ୍ରମଣର ପ୍ରଥମ ମାମଲା ଚିହ୍ନଟ ହୋଇଛି । କରୋନା ପ୍ରଥମ ମାମଲାର ନିଶ୍ଚିତ ହେବା ସହିତ ଉତ୍ତର କୋରିଆ ସମଗ୍ର ଦେଶରେ ଏକ ଗୁରୁତର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
ନୂଆଦିଲ୍ଲୀ : ଉତ୍ତର କୋରିଆ ପ୍ରଥମ ଥର ପାଇଁ କରୋନା ସଂକ୍ରମଣର ପ୍ରଥମ ମାମଲା ଚିହ୍ନଟ ହୋଇଛି । କରୋନା ପ୍ରଥମ ମାମଲାର ନିଶ୍ଚିତ ହେବା ସହିତ ଉତ୍ତର କୋରିଆ ସମଗ୍ର ଦେଶରେ ଏକ ଗୁରୁତର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶବ୍ୟାପୀ ଲକଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ କିମ ଜୋଙ୍ଗ ଉନ୍ ଦେଶରେ ଏକ ଗମ୍ଭୀର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ରିପୋର୍ଟ ହୋଇଥିବା କରୋନାର ପ୍ରଥମ ମାମଲାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମିଳିଛି । ଯାହା ପରେ ଦେଶରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି, ଯାହା ଦ୍ୱାରା କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ହୋଇପାରିବ । କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କିମ୍ ଜୋଙ୍ଗ ଉନ୍ ଏବଂ ଦେଶର ବରିଷ୍ଠ ଅଧିକାରୀମାନେ ଏହି ସଙ୍କଟର ମୁକାବିଲା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ଏବଂ ଏହି ରୋଗକୁ କିପରି ରୋକାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ପେଙ୍ଗୋଙ୍ଗର ଆଖପାଖ ଅଞ୍ଚଳକୁ ଦୁଇ ଦିନ ପାଇଁ ଲକଡାଉନ୍ କରାଯାଇଛି । ଲକଡାଉନ୍ ଯୋଗୁଁ ଲୋକମାନେ ଭୟଭୀତ ହୋଇ ସପିଂ କରିବା ଆରମ୍ଭ କରିଥିଲେ । ଏହି ଲକଡାଉନ୍ କେବେ ଶେଷ ହେବ ଲୋକମାନେ ଜାଣନ୍ତି ନାହିଁ । ଏହାପୂର୍ବରୁ ଉତ୍ତର କୋରିଆ ଦାବି କରିଆସୁଥିଲା ଯେ ତାଙ୍କ ଦେଶରେ କରୋନା ଜୀବାଣୁ ସଂକ୍ରମଣ ନାହିଁ । ଦେଶ ସୀମାବର୍ତ୍ତୀ ଅଞ୍ଚଳରେ ସଜାଗତା ବୃଦ୍ଧି କରିଛି, ସଂକ୍ରମଣକୁ ରୋକିବା ପାଇଁ ସମୁଦ୍ର, ବାୟୁ ଏବଂ ସ୍ଥଳଭାଗରେ ତିନୋଟି ସୀମାରେ ସଜାଗ ରହିଆସିଛି । ସଂକ୍ରମଣ ବନ୍ଦ କରିବା ଏବଂ ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ଉତ୍ତର କୋରିଆ କହିଛି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications