ରସାୟନ ବିଜ୍ଞାନରେ ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲନଙ୍କୁ ମିଳିବ ନୋବେଲ ପୁରସ୍କାର
ଦୁଇ ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର 2021 ପ୍ରଦାନ କରାଯିବ । ବୈଜ୍ଞାନିକ ବେଞ୍ଜାମିନ୍ ଲିଷ୍ଟ ଏବଂ ଡେଭିଡ ମ୍ୟାକମିଲନଙ୍କୁ 2021 ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
ନୂଆଦିଲ୍ଲୀ : ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଦୁଇ ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର 2021 ପ୍ରଦାନ କରାଯିବ । ବୈଜ୍ଞାନିକ ବେଞ୍ଜାମିନ୍ ଲିଷ୍ଟ ଏବଂ ଡେଭିଡ ମ୍ୟାକମିଲନଙ୍କୁ 2021 ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଏସିମେଟ୍ରିକ୍ ଅର୍ଗାନୋକାଟାଲାଇସିସ୍ କ୍ଷେତ୍ରରେ ଗବେଷଣା ପାଇଁ ଉଭୟ ବୈଜ୍ଞାନିକଙ୍କୁ ଏହି ନୋବେଲ ପୁରସ୍କାର ଦିଆଯାଇଛି ।

ନୋବେଲ ପୁରସ୍କାରର ଅଫିସିଆଲ୍ ଆକାଉଣ୍ଟରେ ଏହି ସୂଚନା ଦିଆଯାଇ କୁହାଯାଇଛି ଯେ ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସ 2021 ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବେଞ୍ଜାମିନ୍ ଲିଷ୍ଟ ଏବଂ ଡେଭିଡ ମ୍ୟାକମିଲନଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।
ଗତ 120 ବର୍ଷରେ ଏପର୍ଯ୍ୟନ୍ତ ମୋଟ 186 ଜଣ ବୈଜ୍ଞାନିକ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇସାରିଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ମହିଳା ଅଛନ୍ତି ।












Click it and Unblock the Notifications