Get Updates
Get notified of breaking news, exclusive insights, and must-see stories!

ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦାବିଦାର ଖବରକୁ ଗୁଜବ କହିଲେ ନୋବେଲ କମିଟି ସଦସ୍ୟ

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବିଦାର ନେଇ ଭାଇରାଲ ଟ୍ୱିଟକୁ ସ୍ପଷ୍ଟ କରି ତୋଜେ କହିଛନ୍ତି ଯେ ଏହ ଖବର ଏକ ଗୁଜବ । ଟ୍ୱି୍ଟରେ ଦର୍ଶାଯାଇଥିବା ଭଳଇ କିଛି କହିନଥିବା ସ୍ପଷ୍ଚ କରିଛନ୍ତି ନୋବେଲ କମିଟି ସଦସ୍ୟ ।

aste toje- modi

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ ସାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ଼ ଦାବିଦାର ବୋଲି ଗତ କିଛି ଦିନ ତଳେ ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ଏହାକୁ ନେଇ ଅନଏକ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଏହି ଖବରକୁ ଗୁଜବ ତଥା ଫେକ୍ ବୋଲି କହିଛନ୍ତି ନରୱେ ସ୍ଥିତ ନୋବେଲ ପୁରସ୍କାର କମିଟି ସଦସ୍ୟ ଆସଲେ ତୋଜେ ।

ତୋଜେ ଖବରସରବରାହ ସଂସ୍ଥା ANI ସହ କଥା ହେବାବେଳେ ଏହି ରିପୋର୍ଟଗୁଡ଼ିକୁ ଫେକ୍ ବୋଲି କହିଛନ୍ତି । "ଏକ ଫେକ୍ ନ୍ୟୁଜ୍ ଟ୍ୱିଟ୍ ସବୁଆଡ଼େ ପ୍ରସାରିତ ହେଉଛି ଏବଂ ମୁଁ ଭାବୁଛି ଏହାକୁ ମିଥ୍ୟା ଖବର ଭାବେ ଗ୍ରହଣ କରିବା ଉଚିତ୍ । ଏହା ସମ୍ପୂର୍ଣ୍ଣ ଗୁଜବ ।

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବିଦାର ନେଇ ଭାଇରାଲ ଟ୍ୱିଟକୁ ସ୍ପଷ୍ଟ କରି ତୋଜେ କହିଛନ୍ତି ଯେ ଏହ ଖବର ଏକ ଗୁଜବ । "ମୁଁ ନୋବେଲ କମିଟିର ଡେପୁଟି ନେତା । ଏକ ମିଥ୍ୟା ଖବର ଟ୍ୱିଟ୍ ପ୍ରସାର କରାଯାଇଛି । ଆମେ ସମସ୍ତେ ଏହାକୁ ମିଥ୍ୟା ଖବର ବୋଲି ମାନିବା ଉଚିତ୍ । ଏ ନେଇ କୌଣସି ଚର୍ଚ୍ଚା କରନ୍ତୁ ନାହିଁ । ଏ ଖବର କୁ କୌଣସି ପ୍ରାଧ୍ୟାନ୍ୟ ଦିଆନଯାଉ ।"

ରୁଷ-ୟୁକ୍ରେନ ଯୁଦ୍ଧକୁ ବୃଦ୍ଧି ନକରିବାକୁ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଥିବା ବେଳେ ତୋଜେ କହିଛନ୍ତି ଯେ ୟୁକ୍ରେନ ସଙ୍କଟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସକରାତ୍ମକ ନୋଟରେ ହସ୍ତକ୍ଷେପ କରି ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ରୁଷକୁ ଚେତାବନୀ ଦେଇଛନ୍ତି । ୟୁକ୍ରେନ ସଙ୍କଟକୁ ସମ୍ବୋଧିତ କରିବାବେଳେ ତୋଜେ ମୋଦୀଙ୍କ ମନ୍ତବ୍ୟକୁ ଉଲ୍ଲେଖ କରିଥିଲେ ଯେଉଁଠାରେ ସେ ଭାବରେ କହିଥିଲେ ଯେ "ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ" ।

ଏହା ସହିତ ବିକାଶଶୀଳ ଅର୍ଥନୀତି ଠାରୁ ଆରମ୍ଭ କରି 'ଏହି ଦୁନିଆର ଏକ ପ୍ରାଥମିକ ଅର୍ଥନୀତି' ହେବା ପର୍ଯ୍ୟନ୍ତ ତୋଜେ ଭାରତର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ । ଭାରତକୁ ଅଧିକ ଗୁରୁତର ସହ ନିଆଯାଉଛି । ଯେତେବେଳେ ଭାରତ କଥା ହୁଏ, ସେତେବେଳେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ସ୍ୱର ଏବଂ ବିନା ଧମକ ସହିତ କଥା ହେବାକୁ ଲାଗେ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+