'ଟିକା ନେଇଥିଲେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ'
‘ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍'ର ସଦ୍ୟତମ ମାର୍ଗଦର୍ଶିକାକୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶଂସା କରିବା ସହ ଟିକା ଡୋଜ୍ ଶେଷ କରି ନ ଥିବା ଲୋକେ ମାସ୍କ୍ ପିନ୍ଧିବା ଉଚିତ କହିଛନ୍ତି ।
ୱାସିଂଟନ୍ : ଯେଉଁମାନେ ଟିକା ନେଇ ସାରିଛନ୍ତି ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ । 'ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍'ର ସଦ୍ୟତମ ମାର୍ଗଦର୍ଶିକାକୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶଂସା କରିବା ସହ ଟିକା ଡୋଜ୍ ଶେଷ କରି ନ ଥିବା ଲୋକେ ମାସ୍କ୍ ପିନ୍ଧିବା ଉଚିତ ବୋଲି କହିଛନ୍ତି ।

ତେଣୁ ବର୍ତ୍ତମାନ ସ୍ଥିତିରେ ଟିକା ନେଇସାରିଥିବା ବ୍ୟକ୍ତି ଯଦି ମାସ୍କ ନପିନ୍ଧନ୍ତି ତେବେ କୈଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଆମେରିକା ଡ୍ରଗ୍ସ କଣ୍ଟୋଲର । ଟିକା ନେଇଥିବା ବ୍ୟକ୍ତି ବିନା ମାସ୍କରେ ସର୍ବସାଧାରଣରେ ବୁଲିପାରିବେ । ସଂକ୍ରମିତ ଦେଶ ତାଲିକାରେ ଆମେରିକାର ସ୍ଥାନ ପ୍ରଥମ ରହିଛି । ଏହାରି ଭିତରେ ଟୀକାକରଣ ମଧ୍ୟ ଚାଲିଛି । ତେବେ ସମ୍ପୂର୍ଣ୍ଣ କରୋନା ଟିକା ନେଇ ସାରିଥିଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ।
ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଅଳ୍ପ କିଛି ସମୟ ତଳେ 'ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍' (ସିଡିସି) ଘୋଷଣା କରିଛି ଯେ, ଟିକା ସମ୍ପୂର୍ଣ୍ଣ କରିଥିବା ଲୋକେ ଆଉ ମାସ୍କ୍ ପିନ୍ଧିବା ଅନାବଶ୍ୟକ । ଉଭୟ ଘର ଓ ବାହାର ପାଇଁ ଏହି ପରାମର୍ଶ ପ୍ରଯୁଜ୍ୟ । ମୋ ମତରେ ଏଇଟା ଅତି ଉନ୍ନତ ପରିସ୍ଥିତି । ଆଜି ଦିନଟି ଶୁଭଙ୍କର । ଏତେ ସଂଖ୍ୟକ ଆମେରିକୀୟଙ୍କୁ ଏତେ ଜଲ୍ଦି ଟିକା ଦିଆଯାଇ ପାରିଥିବାରୁ ଏଭଳି ଅସମ୍ଭବ ସଫଳତା ହାସଲ ସମ୍ଭବ ହୋଇଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
ସେ ଆହୁରି ମଧ୍ୟ କହିଛନ୍ତି, ଗତ 114 ଦିନ ହେବ ଆମର ଟୀକାକରଣ ଅଭିଯାନ ବିଶ୍ବରେ ଅଗ୍ରଣୀ ହୋଇ ରହିଆସିଛି । ଅନେକଙ୍କ କଠିନ ଶ୍ରମ ବଳରେ ଏହି ସଫଳତା ହାସଲ କରାଯାଇଛି । ଯଥା ସମ୍ଭବ ଅଧିକ ଆମେରିକୀୟଙ୍କୁ ଟୀକାକରଣ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିବା ବୈଜ୍ଞାନିକ ଏବଂ ଗବେଷକ, ଔଷଧ କମ୍ପାନି, ନ୍ୟାସ୍ନାଲ୍ ଗାର୍ଡ, ଆମେରିକୀୟ ସେନା, ଏଫ୍ଇଏମ୍ଏ, ଦେଶର ଗଭର୍ଣ୍ଣର୍, ଡାକ୍ତର, ନର୍ସ, ଫାର୍ମାସିଷ୍ଟ୍ ଓ ଅନ୍ୟମାନଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇଛି ।












Click it and Unblock the Notifications