• search
For Quick Alerts
Turn On Notification  
For Daily Alerts

ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ

|

କଲମ୍ବୋ : ଶ୍ରୀଲଙ୍କାରେ ଦେଖା ଦେଇଥିବା ରାଜନୈତିକ-ଅର୍ଥନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆସିଛି । ଗୋତାବାୟା ରାଜପକ୍ଷେଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଶ୍ରୀଲଙ୍କା ସଂସଦରେ ଖାରଜ ହୋଇଛି । ଏହି ଅନାସ୍ଥା ପ୍ରସ୍ତାବ 119 -68 ଭୋଟରେ ଖାରଜ ହୋଇଛି । ଅର୍ଥାତ ପ୍ରସ୍ତାବ ବିରୋଧରେ 119 ଟି ଓ ସପକ୍ଷରେ 68 ଟି ଭୋଟ ପଡ଼ିଥିଲା । ତେବେ ଏହି ପ୍ରସ୍ତାବ ଉପରେ ପରବର୍ତ୍ତୀ କାଳରେ ବିତର୍କ ହୋଇପାରେ ବୋଲି ଶ୍ରୀଲଙ୍କାର ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନା କହିଛନ୍ତି ।

Gotabaya Rajapaksa

ବିରୋଧୀ ଦଳ ପକ୍ଷରୁ ଆଗତ ଏହି ପ୍ରସ୍ତାବରେ ରାଜପକ୍ଷେଙ୍କୁ ଶ୍ରୀଲଙ୍କାର ବର୍ତ୍ତମାନ ସଂକଟ ପାଇଁ ଦାବି କରାଯାଇଛି । ସରକାରଙ୍କ ଦ୍ୱାରା ଟିକସ କାଟ ଓ ଅର୍ଗାନିକ କୃଷିକୁ ବାଧ୍ୟତାମୂଳକ କରାଯିବା ଫଳରେ ଏହି ଆର୍ଥିକ ସଂକଟ ସୃଷ୍ଟି ହୋଇଛି ବୋଲି ଏଥିରେ ଅଭିଯୋଗ କରାଯାଇଛି ।

ଆର୍ଥିକ ସମସ୍ୟାରେ ପଡ଼ିଥିବା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ ବିଷୟରେ କହିଛନ୍ତି । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ କୌଣସି ପ୍ରକାରର ତଥ୍ୟ ଲୁଚାଇବାକୁ ଚାହେଁ ନାହିଁ, ମୁଁ ଲୋକମାନଙ୍କୁ ମିଛ କହିବି ନାହିଁ, ଆଗାମୀ କିଛି ମାସ ବହୁତ କଷ୍ଟକର ହୋଇପାରେ । ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟର ପ୍ରଭାବ ଦ୍ୱୀପପୁଞ୍ଜର ସବୁଆଡେ ଦୃଶ୍ୟମାନ ହେଉଛି । ଏପରିକି ଧାର୍ମିକ ସ୍ଥାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୈନିକ ବିଦ୍ୟୁତ କାଟ 15 ଘଣ୍ଟା ପର୍ଯ୍ୟନ୍ତ ବଢିପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No Confidence Motion Against Sri Lanka Failed in Parliament
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X