Get Updates
Get notified of breaking news, exclusive insights, and must-see stories!

ଭାରତ ଫେରିବ ନିରବ ମୋଦୀ, ପ୍ରତ୍ୟାର୍ପଣକୁ ଅନୁମୋଦନ ଦେଲା ବ୍ରିଟେନ କୋର୍ଟ

ନିରବ ମୋଦୀଙ୍କ ବିରୋଧରେ ବ୍ରିଟେନରେ ଦୁଇ ବର୍ଷର ଆଇନଗତ ଯୁଦ୍ଧ ପରେ ଭାରତକୁ ବହୁତ ସଫଳତା ମିଳିଛି । ଭାରତର ଆବେଦନକୁ ଗ୍ରହଣ କରି ବ୍ରିଟେନ କୋର୍ଟ ନିରବ ମୋଦୀଙ୍କ ପ୍ରତ୍ୟାର୍ପଣକୁ ଅନୁମୋଦନ କରିଛନ୍ତି ।

ନୂଆଦିଲ୍ଲୀ : ନିରବ ମୋଦୀଙ୍କ ବିରୋଧରେ ବ୍ରିଟେନରେ ଦୁଇ ବର୍ଷର ଆଇନଗତ ଯୁଦ୍ଧ ପରେ ଭାରତକୁ ବହୁତ ସଫଳତା ମିଳିଛି । ଭାରତର ଆବେଦନକୁ ଗ୍ରହଣ କରି ବ୍ରିଟେନ କୋର୍ଟ ନିରବ ମୋଦୀଙ୍କ ପ୍ରତ୍ୟାର୍ପଣକୁ ଅନୁମୋଦନ କରିଛନ୍ତି । ପିଏନବି ସ୍କାମ ମାମଲାରେ ପଳାତକ ନିରବ ମୋଦୀଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗକୁ ବ୍ରିଟେନ କୋର୍ଟ ଗ୍ରହଣ କରିଛନ୍ତି । ବ୍ରିଟେନରେ ନିରବ ମୋଦୀଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି କରୁଥିବା ବିଚାରପତି କହିଛନ୍ତି ଯେ ନିରବ ମୋଦୀ ପ୍ରମାଣ ନଷ୍ଟ କରିବା ଏବଂ ସାକ୍ଷୀମାନଙ୍କୁ ଭୟଭୀତ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି । ଏଥିସହିତ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ନିରବ ମୋଦୀଙ୍କ ବିରୋଧରେ ଭାରତରେ ଏକ ମାମଲା ଅଛି ଯାହାକୁ ତାଙ୍କୁ ଉତ୍ତର ଦେବାକୁ ପଡିବ ।

Nirav-Modi

ୱେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ କୋର୍ଟର ଜିଲ୍ଲା ଜଜ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ ନୀରାଭ ମୋଦୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରହିଛି । କୋର୍ଟ କହିଛନ୍ତି ଯେ "ଏହି ମାମଲାଗୁଡ଼ିକ ମଧ୍ୟରୁ ଅନେକ ଭାରତରେ ବିଚାର କରିବାକୁ ପଡିବ । ମୁଁ ସନ୍ତୁଷ୍ଟ ଯେ ସେ ଦୋଷୀ ସାବ୍ୟସ୍ତ ହେବାର ଅନେକ ପ୍ରମାଣ ଅଛି।"

ବ୍ୟାରେକ୍ ନଂ 12 ପରଫେକ୍ଟ : କୋର୍ଟ

ଏହା ବ୍ୟତୀତ ଭାରତରେ ବନ୍ଦୀ ଅବସ୍ଥାରେ ଥିବା ସର୍ତ୍ତରେ ସନ୍ତୁଷ୍ଟ ଥିବା ଦର୍ଶାଇ ମୁମ୍ବାଇର ଆର୍ଥର ରୋଡ ଜେଲର ବ୍ୟାରେକ ନମ୍ବର 12 ତାଙ୍କ ପାଇଁ ଠିକ୍ ବୋଲି କହିଛନ୍ତି କୋର୍ଟ । ଅଦାଲତ କହିଛନ୍ତି ଯେ, ଲଣ୍ଡନରେ ଥିବା ସେଲ୍ ଠାରୁ ବ୍ୟାରେକ 12 ର ସ୍ଥିତି ବହୁତ ଭଲ ଦେଖାଯାଉଛି ।

ଜେଲରେ ମିଳିବ ଚିକିତ୍ସା

ନିରବ ମୋଦୀ ଏହି ପ୍ରତ୍ୟାର୍ପଣକୁ ବିରୋଧ କରି କହିଛି ଯେ, ଭାରତରେ ଜେଲର ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ଏହା ଆବଶ୍ୟକୀୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉନାହିଁ । ଏହି କାରଣରୁ କୋର୍ଟ ଶୁଣାଣିରେ ଜେଲର ଅବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ । ଏହା ସହିତ ନୀରବ ମୋଦୀଙ୍କ ପାଇଁ କୋର୍ଟ ଭାରତରେ ଭଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ସୁବିଧା ଥବା ପାଇଛନ୍ତି ।

ଜଜ୍ କହିଛନ୍ତି ଯେ "ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ନିରବ ମୋଦୀଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ଏବଂ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଦିଆଯିବ । ଜଜ୍ ଏହା ମଧ୍ୟ କହିଛନ୍ତି ଯେ, ଯଦି ନୀରବ ମୋଦୀଙ୍କୁ ଭାରତ ପଠାଯାଏ, ତେବେ ତାଙ୍କ ପାଇଁ ଆତ୍ମହତ୍ୟା ହେବାର ଆଶଙ୍କା ନାହିଁ କାରଣ ତାଙ୍କ ପାଇଁ ଆର୍ଥର ରୋଡ ଜେଲରେ ଚିକିତ୍ସା ନେଇ ପର୍ଯ୍ୟାପ୍ତ ସୁବିଧା ରହିବ । "ଏହା ସହ କୋର୍ଟ ନିରବ ମୋଦୀଙ୍କ ମାନସିକ ସ୍ୱାସ୍ଥ୍ୟ ଚିନ୍ତାଧାରାକୁ ଖାରଜ କରି କହିଛନ୍ତି ଯେ, ତାଙଅକ ପରି ପିରସ୍ଥିତିରେ ଥିବା ଲୋକଙ୍କ ପାଇଁ ଏହା ଅସାମାନ୍ୟ ନୁହେଁ ।

Nirav-Modi

ଲଣ୍ଡନ ଜେଲରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମରେ ପଳାତକ ଅଭିଯୁକ୍ତ ନୀରବ ମୋଦୀ ଭାରତକୁ ପ୍ରତ୍ୟାର୍ପଣକୁ ବିରୋଧ କରୁଥିଲା । 49 ବର୍ଷୀୟ ନିରବ ମୋଦୀ ଜେଲରୁ ଭିଡିଓ ଲିଙ୍କ ମାଧ୍ୟମରେ ଉପସ୍ଥିତ ହେବାକୁ ଆବେଦନ କରିଥିଲେ, ଯେଉଁଠାରେ ବିଚାରପତି ତାଙ୍କ ରାୟ ଶୁଣାଇଥିଲେ ଯେ ଅଭିଯୁକ୍ତଙ୍କ ବିରୋଧରେ ଏପରି ମାମଲା ରହିଛି ଯେ, ତାଙ୍କୁ ଭାରତୀୟ କୋର୍ଟରେ ଏହାର ଉତ୍ତର ଦେବାକୁ ପଡିବ ।

ଗୃହମନ୍ତ୍ରୀଙ୍କ ନିକଟକୁ ଯିବ ମାମଲା

ମାଜିଷ୍ଟ୍ରେଟ କୋର୍ଟଙ୍କ ରାୟକୁ ଅନୁମୋଦନ ପାଇଁ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ପାଖକୁ ପଠାଯିବ । ଯାହା ପରେ ମାମଲା ହାଇକୋର୍ଟକୁ ନିଆଯିବାର ସମ୍ଭାବନା ରହିଛି । ଦୁଇଟି ଅପରାଧିକ ମାମଲାରେ ନୀରବ ମୋଦୀଙ୍କୁ ବିଚାର କରାଯିବ । ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ସିବିଆଇ ପାଖରେ ଥିବା ପିଏନବି ବ୍ୟାଙ୍କରୁ ଟଙ୍କା ହେରଫେର୍ ମାମଲା ଏବଂ ଅନ୍ୟଟି ମନି ଲଣ୍ଡରିଂ ସହ ଜଡିତ ଯାହା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+