ନାଇଜେରିଆରେ ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ, 300 ଛାତ୍ରୀଙ୍କୁ ଅପହରଣ
ନାଇଜେରିଆର ଉତ୍ତର-ପଶ୍ଚିମ ଅଞ୍ଚଳର ଜାମଫ୍ରା ପ୍ରଦେଶର ଏକ ବିଦ୍ୟାଳୟରେ ଆତଙ୍କବାଦୀମାନେ 300 ବାଳିକାଙ୍କୁ ଅପହରଣ କରି ନେଇଛନ୍ତି ।
ଆବୁଜା : ନାଇଜେରିଆର ଉତ୍ତର-ପଶ୍ଚିମ ଅଞ୍ଚଳର ଜାମଫ୍ରା ପ୍ରଦେଶର ଏକ ବିଦ୍ୟାଳୟରେ ଆତଙ୍କବାଦୀମାନେ 300 ବାଳିକାଙ୍କୁ ଅପହରଣ କରି ନେଇଛନ୍ତି । ପୋଲିସର ସୂଚନାନୁସାରେ, ଗୋଟିଏ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଅପହରଣର ଏହା ହେଉଛି ଦ୍ୱିତୀୟ ଘଟଣା ।

ପଶ୍ଚିମ ଆଫ୍ରିକୀୟ ଦେଶରେ ସ୍କୁଲ ଅପହରଣ ଘଟଣା ଜିହାଦୀ ସଂଗଠନ ବୋକୋ ହରମ ଏବଂ ଇସଲାମିକ୍ ଷ୍ଟେଟ୍ ଦ୍ୱାରା ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନୀୟ ଉଗ୍ରବାଦୀ ଦଳ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ଅପହରଣ କରିଥିବା ଏହି ସଶସ୍ତ୍ର ଗୋଷ୍ଠୀ ବିଷୟରେ ଏପର୍ଯ୍ୟନ୍ତ ଜଣା ନାହିଁ । ଏହି ଗୋଷ୍ଠୀମାନେ ଅପହରଣ ବଦଳରେ ସରକାରଙ୍କଠାରୁ ଟଙ୍କା ଦାବି କରିଛନ୍ତି । ଏହି ଗୋଷ୍ଠୀ ସହିତ ସରକାରୀ ଏବଂ ସାମରିକ ବାହିନୀର ସମାଧାନ ନହେବା କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରୋଧ ବଢୁଛି ।
ରାତି 1ଟା ବେଳେ ହୋଇଛି ଆକ୍ରମଣ
ଜାମଫ୍ରା ପ୍ରାଦେଶିକ ପୋଲିସ ସୂଚନା ଅନୁସାରେ, ସଶସ୍ତ୍ର ଗୋଷ୍ଠୀ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି । ବାଳିକାମାନଙ୍କୁ ଉଦ୍ଧାର କରିବା ଏବଂ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ସହିତ ପୋଲିସ ଅଭିଯାନ ଆରମ୍ଭ କରିଛି । ଜାମଫ୍ରାର ସୂଚନା କମିଶନର ସୁଲେମାନ ତନଉ ଅଙ୍କା ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଆକ୍ରମଣ ରାତି ପ୍ରାୟ 1ଟା ବେଳେ କରାଯାଇଥିଲା । ଆକ୍ରମଣକାରୀମାନେ ବିଦ୍ୟାଳୟରେ ପହଞ୍ଚି ଗୁଳି ଚଳାଇଥିଲେ । ସୂଚନାନୁସାରେ, ଆତଙ୍କବାଦୀମାନେ ଗାଡିରେ ଆସି ପିଲାମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଅଧିକ ସଂଖ୍ୟକ ପିଲା ହେବାରୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଚଲାଇ ଚଲାଇ ମଧ୍ୟ ନେଇଥିଲେ ।
ତିନି ମାସ ମଧ୍ୟରେ ତୃତୀୟ ଘଟଣା
ଗତ ବର୍ଷ ଡିସେମ୍ବରରୁ ଏହି ଅଞ୍ଚଳରେ ଏହା ଅପହରଣର ତୃତୀୟ ଘଟଣା । ଡିସେମ୍ବରରେ ମଧ୍ୟ 300 ସ୍କୁଲ ପିଲାଙ୍କୁ ମଧ୍ୟ ଅପହରଣ କରାଯାଇଥିଲା । ପରେ ସରକାର ଏବଂ ଅପହରଣକାରୀଙ୍କ ସହ ଆଲୋଚନା ପରେ ଏହି ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଏହି ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଅପହରଣକାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଉଛନ୍ତି । ଯେଉଁଥିପାଇଁ ଅପହରଣ ଘଟଣା ବଢିବାରେ ଲାଗିଛି । ତେବେ ପିଲାମାନଙ୍କୁ ମୁକ୍ତ କରିବା ବଦଳରେ ସରକାର କୌଣସି ପ୍ରକାରର ରାଶି ଦେବାକୁ ମନା କରି ଦେଇଛନ୍ତି ।
ନାଇଜେରିଆରେ ବଢୁଛି ହିଂସା
ନାଇଜେରିଆରେ ବଢୁଥିବା ହିଂସା ଘଟଣାକୁ ନେଇ ରାଷ୍ଟ୍ରପତି ମହମ୍ମଦ ବୁହାରୀ ଏହି ମାସରେ ସେନା ମୁଖ୍ୟଙ୍କୁ ପଦରୁ ହଟାଇ ଦେଇଛନ୍ତି । ସେ ଦୀର୍ଘ ସମୟ ଧରି ଏହି ପଦରେ ଥିଲେ । ଦେଶର ଉତ୍ତର ପୂର୍ବ ଭାଗରେ, ସେନା ବିଦ୍ରୋହୀଙ୍କ ଅଧିକୃତ ଅଞ୍ଚଳରେ ଜିତିବା ଲଢେଇ କରୁଛି ।
ଗତ ସପ୍ତାହରେ ପଡୋଶୀ ଦେଶ ନୀଜରରେ ଉଗ୍ରବାଦୀମାନେ ରାତିରେ ଏକ ବୋର୍ଡିଂ ସ୍କୁଲ ଉପରେ ଆକ୍ରମଣ କରି 42 ଜଣଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ହୋଇଥିବା ଲୋକଙ୍କ ମଧ୍ୟରେ 27 ଜଣ ଛାତ୍ର ଥିଲେ। ସେମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications