Langya Henipavirus : ଚୀନରେ ଚିହ୍ନଟ ହେଲା ଆଉ ଏକ ଭାଇରସ, ଜଣନ୍ତୁ କଣ ରହିଛି ଏହାର ଲକ୍ଷଣ ଏବଂ ଚିକିତ୍ସା
କରୋନା ମହାମାରୀ ମଧ୍ୟରେ ଦୁନିଆରେ ମଙ୍କିପକ୍ସର ଆତଙ୍କ ଲାଗି ରହିଥିବା ବେଳେ ଅନ୍ୟ ଏକ ନୂଆ ଭାଇରସ୍ ଚିହ୍ନଟ ହୋଇଛି । ଏହି ନୂତନ ଭାଇରସର ନାମ ହେଉଛି ଜୁନୋଟିକ୍ ଲୈଙ୍ଗ୍ୟା ।
ବେଜିଂ : କରୋନା ମହାମାରୀ ମଧ୍ୟରେ ଦୁନିଆରେ ମଙ୍କିପକ୍ସର ଆତଙ୍କ ଲାଗି ରହିଥିବା ବେଳେ ଅନ୍ୟ ଏକ ନୂଆ ଭାଇରସ୍ ଚିହ୍ନଟ ହୋଇଛି । ଏହି ନୂତନ ଭାଇରସର ନାମ ହେଉଛି ଜୁନୋଟିକ୍ ଲୈଙ୍ଗ୍ୟା । ଅଗଷ୍ଟ 8 ରେ, ଚାଇନାରେ ଜୁନୋଟିକ୍ ଲୈଙ୍ଗ୍ୟା ଭାଇରସର 35 ଟି ମାମଲା ନିଶ୍ଚିତ ହୋଇଥିଲା ।

ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଚାଇନାର ଶାଣ୍ଡୋଙ୍ଗ ଏବଂ ହେନାନ ପ୍ରଦେଶର ଲୋକମାନେ ଏହି ନୂତନ ପ୍ରକାରର ଭାଇରସର ସଂକ୍ରମିତ ହୋଇଥିବା ଜଣାପଡିଛି । ଯାଞ୍ଚ ସମୟରେ ଏହା ମଧ୍ୟ ଜଣାପଡିଛି ଯେ 35 ରୋଗୀଙ୍କ ମଧ୍ୟରୁ ପରସ୍ପର ସହ କୌଣସି ସମ୍ପର୍କ ମିଳିନାହିଁ । ଏହା ସହିତ ଏହି ରୋଗୀଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟଙ୍କଠାରେ କୌଣସି ସଂକ୍ରମଣ ନାହିଁ ।
ଦି ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ହେନିପାଭାଇରସକୁ ଲୈଙ୍ଗ୍ୟା ହେନିପାଭାଇରସ୍, LAV ମଧ୍ୟ କୁହାଯାଏ । ଏହି ବାଇରସ ନିରାପତ୍ତା ସ୍ତରରେ 4 ପାଥୋଜେନ ଭାବରେ ବର୍ଗୀକୃତ ହୋଇଛି । ଏହା ପଶୁ ଏବଂ ମଣିଷମାନଙ୍କ ଠାରେ ଗୁରୁତର ରୋଗ ସୃଷ୍ଟି କରିପାରେ । ଏହା ସାଧାରଣତଃ ପଶୁମାନଙ୍କଠାରୁ ବ୍ୟାପିଥାଏ । ବର୍ତ୍ତମାନ ସୁଦ୍ଧା ଏହି ଭାଇରକୁ ଏଡାଇବା ପାଇଁ କୌଣସି ଟିକା କିମ୍ବା ଔଷଧ ପ୍ରସ୍ତୁତ କରାଯାଇ ନାହିଁ ।
କଣ ରହିଛି ଲକ୍ଷଣ
ଏହି ସମୟରେ ଲୈଙ୍ଗ୍ୟା ଜ୍ୱରର କାରଣ ବୋଲି ଜଣାପଡିଛି । NEJM ରିପୋର୍ଟ ଅନୁଯାୟୀ, ଲୈଙ୍ଗ୍ୟା ଜିନୋମ ସଂଗଠନ ଅନ୍ୟ ହେନିପାଭାଇରସ୍ ସହିତ ସମାନ ଏବଂ ମୋଜିଆଙ୍ଗ ହେନିପାଭାଇରସ୍ ସହିତ ଅଧିକ ଜଡିତ । ପୂର୍ବ ଚାଇନାର ରୋଗୀଙ୍କ ଉପରେ ନଜର ରଖିବା ସମୟରେ ଏହା ଚିହ୍ନଟ ହୋଇଥିଲା । 35 ରୋଗୀଙ୍କ ମଧ୍ୟରୁ 26 ଜଣ ଏହି ନୂତନ ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି 26 ଜଣ ରୋଗୀଙ୍କ ଜ୍ୱର ହୋଇଥିଲା । ଏଥିମଧ୍ୟରୁ 54 ପ୍ରତିଶତ ଲୋକ ଥକ୍କା ଅନୁଭବ କରୁଥିବାବେଳେ 50 ପ୍ରତିଶତ ଲୋକଙ୍କ ଠାରେ କାଶ ଲକ୍ଷଣ ଥିଲା । ଏହା ସହିତ 35 ପ୍ରତିଶତ ଲୋକ ମୁଣ୍ଡବିନ୍ଧା ଏବଂ ବାନ୍ତି ହେଇଥଇବା କହିଥିଲେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ 35% ଲୋକଙ୍କର ଯକୃତ ବିଫଳ ହୋଇଥିବାବେଳେ 8% ଲୋକଙ୍କର କିଡନୀ ଫେଲ ହୋଇଛି । ଏହା ସହିତ ରୋଗୀମାନଙ୍କଠାରେ ଶ୍ୱେତ ରକ୍ତ କଣିକା ସଂଖ୍ୟା ହ୍ରାସ ପାଇଛି ।
ବିଶେଷଜ୍ଞମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଜୀବାଣୁ ଯୋଗୁଁ କେହି ମରି ନାହାଁନ୍ତି । କିନ୍ତୁ ଏହା କେତେ ବିପଜ୍ଜନକ ହୋଇପାରେ, ବର୍ତ୍ତମାନ ଅନୁସନ୍ଧାନ ଚାଲିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ ସମୟରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଏହି ଭାଇରସ ପ୍ରାଣୀ ଏବଂ ମଣିଷମାନଙ୍କଠାରେ ଭୟଙ୍କର ରୋଗ ସୃଷ୍ଟି କରିପାରନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications