ବୌଦ୍ଧ ମଠରେ ଧାଡିରେ ଠିଆ କରି ଗୁଳି ଚଳାଇଲା ସେନା, 29 ଜଣଙ୍କର ମୃତ୍ୟୁ
ମିଆଁମାରରେ ପୁଣି ଏହି ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶନିବାର ଦିନ ଶାନ ପ୍ରଦେଶର ଏକ ମଠରେ ତିନିଜଣ ଭିକ୍ଷୁଙ୍କ ସମେତ ଅତି କମରେ 29 ଜଣଙ୍କର ମୃତ୍ୟୁ ହୋଇଛି ।

ମିଆଁମାରରେ ପୁଣି ଏହି ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶନିବାର ଦିନ ଶାନ ପ୍ରଦେଶର ଏକ ମଠରେ ତିନିଜଣ ଭିକ୍ଷୁଙ୍କ ସମେତ ଅତି କମରେ 29 ଜଣଙ୍କର ମୃତ୍ୟୁ ହୋଇଛି । ମିଆଁମାର ନାଓ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ କେଏନଡିଏଫ ଏବଂ ସେନା ସମର୍ଥିତ ଜୁଣ୍ଟା ପରସ୍ପର ଉପରେ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ କରିଛନ୍ତି । ରିପୋର୍ଟ ଅନୁଯାୟୀ, ହତ୍ୟା କରାଯାଇଥିବା ଲୋକମାନେ ଦେଶର ଦକ୍ଷିଣ ଅଞ୍ଚଳର ଶାନ ପ୍ରଦେଶର ଏକ ବୌମଠରେ ଆଶ୍ରୟ ନେଇଥିଲେ ।
ରବିବାର ଦିନ ଅନଲାଇନରେ ପୋଷ୍ଟ କରାଯାଇଥିବା ଫଟୋରେ ଗାଁର ମଠ ପ୍ରବେଶ ଦ୍ୱାର ନିକଟରେ ତିନିଜଣ ବୌଦ୍ଧ ଭିକ୍ଷୁଙ୍କ ସମେତ ଅନେକ ରକ୍ତ ଜୁଡୁବୁଡୁ ଶରୀର ଦେଖାଯାଇଛି । ମଠର ସମ୍ମୁଖରେ ବୁଲେଟ୍ ଚିହ୍ନ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ମାସ ଆରମ୍ଭରେ ସାଙ୍ଗୌଗ କ୍ଷେତ୍ରର ମ୍ୟୁନମୁ ଟାଉନସିପ୍ ରେ ଜୁଣ୍ଟା ସୈନିକ ଦ୍ୱାରା 17 ଜଣଙ୍କର ହତ୍ୟା କରିବାର କିଛି ଦିନ ପରେ ଶନିବାର ଦିନ ନନ୍ନେଣ୍ଟରେ ଏହି ଘଟଣା ଘଟିଛି ।
ସରକାରୀ ବିରୋଧୀ କରିନୀ ନ୍ୟାସନାଲ୍ ଡିଫେନ୍ସ ଫୋର୍ସ (KNDF) ଦ୍ୱାରା ପ୍ରକାଶିତ ଏବଂ ମିଆଁମାର ନାଓ ଦ୍ୱାରା ସ୍ୱାଧୀନ ଭାବରେ ଯାଞ୍ଚ କରାଯାଇଥିବା ଫଟୋଗୁଡ଼ିକରେ ପୀଡିତଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶରେ ଗୁଳିର କ୍ଷତ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଏହି ଘଟଣା ଶାନ ପ୍ରଦେଶର ରାଜଧାନୀ ନାଇପୟୀତାୱ ଏବଂ ପଡୋଶୀ ଦେଶ ଥାଇଲ୍ୟାଣ୍ଡର ସୀମା ମଧ୍ୟରେ ଅବସ୍ଥିତ । KNDF ହେଉଛି ଏକ ସଶସ୍ତ୍ର ଗୋଷ୍ଠୀ ଯାହା ମିଆଁମାର ସୈନ୍ୟ ବିରୁଦ୍ଧରେ ଅପରେସନ୍ କରିଥାଏ ।
KNDF ର ପ୍ରବକ୍ତାଙ୍କ ଅନୁସାରେ, ମଠ ସାମ୍ନାରେ ସେମାନଙ୍କୁ ଛିଡ଼ା କରି ଭିକ୍ଷୁକ ସହିତ ଅନ୍ୟ ସମସ୍ତଙ୍କୁ କ୍ରୁରତାର ସହ ଗୁଳି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା 22 ଜଣଙ୍କ ମୃତଦେହ ମିଳିଛି । ଏବେବି ଘଟଣାସ୍ଥଳରେ ଅନ୍ୟ 7 ଜଣଙ୍କର ମୃତଦେହ ଥାଇପାରେ ।












Click it and Unblock the Notifications