For Quick Alerts
Turn On Notification  
For Daily Alerts
Oneindia App Download

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ : ମାଷ୍ଟରମାଇଣ୍ଡ ଲଖବୀକୁ 15 ବର୍ଷ ଜେଲ ଦଣ୍ଡାଦେଶ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଏବାର ଅପରେସନ କମାଣ୍ଡର ଜାକିଉର ରେହମାନ ଲଖବୀକୁ ପାକିସ୍ତାନ କୋର୍ଟ 15 ବର୍ଷ ଦେଲ ଦଣ୍ଡାଦେଶ ଦେଇଛନ୍ତି ।

|

ଇସଲାମାବାଦ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଏବାର ଅପରେସନ କମାଣ୍ଡର ଜାକିଉର ରେହମାନ ଲଖବୀକୁ ପାକିସ୍ତାନ କୋର୍ଟ 15 ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଆତଙ୍କବାଦୀକୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଲଖବୀକୁ ପାକିସ୍ତାନରେ ଗିରଫ କରାଯାଇଥିଲା । ଲାହୋରର ଆତଙ୍କବାଦ ବିରୋଧୀ କୋର୍ଟ ଲଖବୀକୁ ଏହି ଦଣ୍ଡ ଘୋଷଣା କରିଛନ୍ତି ।

Mumbai-attack-mastermind-lakhvi

ଆତଙ୍କବାଦୀଙ୍କ ପାଇଁ ସଂଗ୍ରହ କରୁଥିଲା ପାଣ୍ଠି

ଦୋଷୀ ଲଖବୀକୁ ଆତଙ୍କବାଦୀ ମାସୁଦ ଅଜହରର ନିଜ ଲୋକ ବୋଲି ବିବେଚନା କରାଯାଏ । ସେ ସ୍ୱାସ୍ଥ୍ୟସେବା ନାମରେ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିବା ଅଭିଯୋଗ ହୋଇଛି । ଏହି ପାଣ୍ଠି ଆତଙ୍କବାଦୀଙ୍କୁ ତାଲିମ ଦେବା ଏବଂ ସେମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ ପାଇଁ ବ୍ୟବହୃତ ହୋଇଥାଏ ।

2008 ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀ ନେତା ହାଫିଜ ସଇଦ ସହ ମିଶି ଲଖବୀ ଏହାର ଷଡଯନ୍ତ୍ର କରିଥିଲା । ଲଖବୀ ମୁମ୍ବାଇ ଆକ୍ରମଣ ସମସ୍ତ ଯୋଜନା ପ୍ରସ୍ତୁତ କରି ହାଫିଜ ସଇଦଙ୍କୁ ଦେଇଥିଲା । ହାଫିଜ ସଇଦ ଅୁମତି ଦେବା ପରେ 10 ଜଣ ସଶସ୍ତ୍ର ଆତଙ୍କବାଦୀ 26 ନଭେମ୍ବର 2008 ରେ ମୁମ୍ବାଇ ସହରରେ ପ୍ରବେଶ କରିଥିଲେ । ଏହି ଆତଙ୍କବାଦୀମାନେ ସହରର ପ୍ରମୁଖ ସ୍ଥାନକୁ ଟାର୍ଗେଟ କରି ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ 166 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 300 ରୁ ଅଧିକ ଲୋକ ଆହତ ହୋଇଥିଲେ ।

ପାକିସ୍ତାନ କୋର୍ଟ ଏପରି ଏକ ସମୟରେ ଏହି ଦଣ୍ଡାଦେଶ ଦେଇଛି, ଯେଉଁ ସମୟରେ FATF ବୈଠକ ହେବାକୁ ଯାଉଛି, ଯେଉଁଥିରେ ପାକିସ୍ତାନ ଉପରେ ନିଷ୍ପତ୍ତି ନିଆଯିବ । ଆତଙ୍କବାଦୀଙ୍କୁ ନେଇ ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିଛି । ଫଳରେ ଆତଙ୍କବାଦକୁ ସମର୍ଥନ ଦେବା ଅଭିଯୋଗରେ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) ପାକିସ୍ତାନକୁ ଗ୍ରେ ଲିଷ୍ଟେଡ୍ କରି ରଖିଛି, ଫଳରେ ଆନ୍ତର୍ଜାତିକ ଅନୁଷ୍ଠାନରୁ ଋଣ ପାଇବା ପାକିସ୍ତାନ ପାଇଁ କଷ୍ଟକର ହୋଇପଡ଼ିଛି । ଏହି ତାଲିକାର ସମୀକ୍ଷା ପାଇଁ FATF ଜାନୁଆରୀ-ଫେବୃଆରୀରେ ବୈଠକ କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mumbai Terro Attack Master Mind Lakhvi sentenced 15 years jail by pakistan Court.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X