Get Updates
Get notified of breaking news, exclusive insights, and must-see stories!

ଅନେକ ବୋମା ବିସ୍ଫୋରଣରେ ଥରି ଉଠିଲା କାବୁଲ, ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା

କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଅନେକ ବୋମା ବିସ୍ପୋରଣରେ ଥରି ଉଠିଥିଲା କାବୁଲ । ଟୋଲୋ ନ୍ୟୁଜ୍ ଏ ନେଇ ସୂଚନା ଦେଇଛି ।

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୋମା ବିସ୍ପୋରଣ ଘଟଣା ବନ୍ଦ ହେବାର ନାଁ ନେଉନାହିଁ । କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଅନେକ ବୋମା ବିସ୍ପୋରଣରେ ଥରି ଉଠିଥିଲା କାବୁଲ । ଟୋଲୋ ନ୍ୟୁଜ୍ ଏ ନେଇ ସୂଚନା ଦେଇଛି । ଖବର ଅନୁଯାୟୀ ସୁରକ୍ଷା ଅଧିକାରୀ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

blast

ଏହା ପୂର୍ବରୁ ଜାନୁଆରୀ 1 ରେ ଆଫଗାନିସ୍ତାନରେ କାବୁଲ ବିମାନବନ୍ଦର ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ଡିସେମ୍ବର 28 ରେ ଆଫଗାନିସ୍ତାନର ତାଲୁକାନ ପ୍ରଦେଶରେ ମଧ୍ୟ ଏକ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 4 ଜଣ ଆହତ ହୋଇଥିଲେ । ତାଖରର ତାଲିବାନର ସୁରକ୍ଷା କମାଣ୍ଡର ଅବଦୁଲ ମୁବେନ ସଫି କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନିକ କର୍ମଚାରୀଙ୍କ ଡେସ୍କ ତଳେ ରଖାଯାଇଥିବା ଏକ ବୋମା ବିସ୍ପୋଣ ହେବା ପରେ ଏହି ଦୁର୍ଘଟଣା ଘଟିଥିଲା । ତା ପୂର୍ବରୁ ଡିସେମ୍ବର 26 ରେ ବାଦାଖଶାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

ଡିସେମ୍ବର 12 ରେ ଆତଙ୍କବାଦୀମାନେ କାବୁଲର ଶାହର-ଏ-ନାୱା ହୋଟେଲ ଉପରେ ଆକ୍ରମଣ କରିଥିଲେ । ଏହି ହୋଟେଲକୁ ଚାଇନିଜ୍ ହୋଟେଲ କୁହାଯାଏ କାରଣ ଏହା ଚାଇନାର ଲୋକଙ୍କ ପ୍ରିୟ ହୋଟେଲ । ଏହି ଆକ୍ରମଣରେ 5 ଚୀନ୍ ନାଗରିକ ଆହତ ହୋଇଥିଲେ । ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି । ଚୀନ୍ ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ପାଇଁ ଏହା ଏହି ଆକ୍ରମଣ କରିଛି ବୋଲି ଆଇଏସ୍ କହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+