For Quick Alerts
Turn On Notification  
For Daily Alerts
Oneindia App Download

'ହିଜାବ'ର ନିଆଁରେ ଜଳୁଛି ଇରାନ ! ଏପର୍ଯ୍ୟନ୍ତ 75 ଜଣଙ୍କର ମୃତ୍ୟୁ

ଇରାନରେ ହିଜାବ ବିରୁଦ୍ଧରେ ଲାଗିଥିବା ବିରୋଧର ନିଆଁ ବଢିବାରେ ଲାଗିଛି । ଏକ ସରକାରୀ ଗୋଷ୍ଠୀ କହିଛନ୍ତି ଯେ କୁର୍ଦ୍ଦ ମହିଳା ମହସା ଆମିନୀଙ୍କ ମୃତ୍ୟୁ ପରେ ହିଂସା ଘଟଣାରେ 75 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

|

ତେହେରାନ : ଇରାନରେ ହିଜାବ ବିରୁଦ୍ଧରେ ଲାଗିଥିବା ବିରୋଧର ନିଆଁ ବଢିବାରେ ଲାଗିଛି । ଏକ ସରକାରୀ ଗୋଷ୍ଠୀ କହିଛନ୍ତି ଯେ କୁର୍ଦ୍ଦ ମହିଳା ମହସା ଆମିନୀଙ୍କ ମୃତ୍ୟୁ ପରେ ହିଂସା ଘଟଣାରେ 75 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ ଇରାନ କର୍ତ୍ତୃପକ୍ଷ ଦେଶରେ ହୋଇଥିବା ଅଶାନ୍ତି ବିରୋଧରେ ବଳ ପ୍ରୟୋଗ କରିବାରୁ 75 ରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଛି ।

iran hijab protest

ଏଥି ସହିତ, ଇରାନର ଅଧିକାରୀମାନେ ସରକାରୀ ମୃତ୍ୟୁ ସଂଖ୍ୟା 41 କହିଛନ୍ତି । ଏହି ହିଂସାତ୍ମକ ପ୍ରଦର୍ଶନରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ସୁରକ୍ଷା ବାହିନୀର ସଦସ୍ୟ ମଧ୍ୟ ଅଛନ୍ତି ।ଏଥି ସହିତ ବିକ୍ଷୋଭକାରୀମାନେ ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନେଇଙ୍କ ତିନି ଦଶନ୍ଧିରୁ ଅଧିକ ଶାସନକୁ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ।

ଇରାନରେ ମହସା ଆମିନୀଙ୍କ ମୃତ୍ୟୁରୁ ହୋଇଥିବା ହିଜାବ ବିରୋଧ ନିଆଁ ସାରା ବିଶ୍ୱରେ ବ୍ୟାପିଛି । ଏ ସମ୍ପର୍କରେ ବିଦେଶରେ ହିଜାବ ବିରୋଧୀ ପ୍ରଦର୍ଶନ ଚାଲିଛି । ଇରାନର ମହିଳାମାନେ ସେମାନଙ୍କର ହିଜାବ ଜାଳିବା ସହ କେଶ କାଟି ବିରୋଧ କରୁଛନ୍ତି । ସେମାନେ ହିଜାବ ଆଇନକୁ ବିରୋଧ କରୁଛନ୍ତି । ଏହି ପ୍ରତିବାଦରେ ମହିଳାମାନଙ୍କୁ ସମର୍ଥନ କରିବାକୁ ଆମେରିକା ପ୍ରତିଶୃତି ଦେଇଛି । ଏହା କୁହାଯାଉଛି ଯେ ମହସାଙ୍କୁ ଇରାନର ନୈତିକତା ପୋଲିସ ଗିରଫ କରିଥଲା କାରଣ ସେ ହିଜାବ ଠିକ୍ ଭାବରେ ପିନ୍ଧି ନଥିଲେ, ଯାହା ଦେଶର ମହିଳାମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଡ୍ରେସ କୋଡ ବିରୁଦ୍ଧ ଅଟେ । ଏଥି ସହିତ, ପୋଲିସ୍ ହେପାଜତରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ଇରାନର ନୈତିକତା ପୋଲିସ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି ।

1200 ରୁ ଅଧିକ ଲୋକ ଗିରଫ

ଅଧିକାରୀ କହିଛନ୍ତି ଯେ ହିଜାବ ବିରୋଧୀ ପ୍ରଦର୍ଶନ ସମୟରେ 1,200 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଆମେ ଆପଣଙ୍କୁ କହି ରଖଛୁ ମହସା ଅମିନୀଙ୍କ ମୃତ୍ୟୁ ପରେ ଇରାନର ମହିଳାମାନେ ହିଜାବ ପିନ୍ଧିବା ପାଇଁ କରାଯାଇଥିବା କଠୋର ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାକ୍ଷୀମାନେ AFP କୁ କହିଛନ୍ତି ଯେ ସୋମବାର ରାତିରେ ତେହେରାନ ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରଦର୍ଶନକାରୀମାନେ ପୁନର୍ବାର ରାସ୍ତାକୁ ଓହ୍ଲାଇଛନ୍ତି । 16 ସେପ୍ଟେମ୍ବରରେ ଅମିନୀଙ୍କ ମୃତ୍ୟୁ ପରଠାରୁ ଦେଶବ୍ୟାପୀ ବିରୋଧ ଚାଲିଛି ।

ଏହି ପ୍ରଦର୍ଶନ ସମୟରେ ତେହେରାନ ଜନତା ଏକଛତ୍ରବାଦୀ ଶାସନର ଅନ୍ତ ପାଇଁ ସ୍ଲୋଗାନ ଦେଇଥିଲେ ଏବଂ 83 ବର୍ଷିୟ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ତିନି ଦଶନ୍ଧିରୁ ଅଧିକ ଶାସନର ସମାପ୍ତ କରିବାକୁ ଦାବି କରୁଛନ୍ତି ।

ଇରାନ ମାନବ ଅଧିକାର (IHR) ଦ୍ୱାରା ପ୍ରକାଶିତ ଫଟୋରେ ଦର୍ଶାଯାଇଛି ଯେ ସୁରକ୍ଷା ବାହିନୀ ଦ୍ୱାରା ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ବଳ ପ୍ରୟୋଗ କରି ଲୋକମାନଙ୍କ ବିରୋଧକୁ ଦମନ କରିବାକୁ ଚେଷ୍ଟା କରାଯାଉଛି । IHR କହିଛି ଯେ ପୂର୍ବ 57 ତୁଳନାରେ ଇରାନରେ ହୋଇଥିବା କଟକଣା ସମୟରେ ଅତି କମରେ 76 ଜଣଙ୍କର ମୃତ୍ୟୁ ଘଟିଛି ।

ଇରାନ ସରକାରଙ୍କ ଏହି କାର୍ଯ୍ୟକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଆମେରିକା ପରେ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଏହି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି । ଜର୍ମାନୀ ଇରାନର ରାଷ୍ଟ୍ରଦୂତଙ୍କୁ ତାଗିଦ କରିବା ସହ କାନାଡା ଇରାନ ଉପରେ ପ୍ରତିବନ୍ଧକ ଘୋଷଣା କରିଛି । ଏଥି ସହିତ ଇଉରୋପୀୟ ୟୁନିଅନ୍ ମଧ୍ୟ ଇରାନର ସାମ୍ପ୍ରତିକ ପରିସ୍ଥିତିକୁ ନିନ୍ଦା କରିଛି । ତେହେରାନ ବ୍ରିଟିଶ ଏବଂ ନରୱେ ଦୂତମାନଙ୍କୁ ନୋଟିସ୍ ଜାରି କରିଛି । ଏହି ସମଗ୍ର ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ସହ ଇରାନର ତିକ୍ତତା ବଢୁଥିବା ଜଣାପଡିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
More than 75 people have been killed in Hijab Protest In Iran
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X