6 ଦିନର ଯୁଦ୍ଧରେ 6000 ରୁଷୀୟ ସୈନିକ ନିହତ ହୋଇଥିବା ଦାବି କଲେ ୟୁକ୍ରେନ ରାଷ୍ଟ୍ରପତି

ରୁଷର ସେନା ସଂପର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ପ୍ରାୟ 6000 ରୁଷୀୟ ପ୍ରାଣ ହରାଇଛନ୍ତି ।

କ୍ୱିଭ୍ : ରୁଷ ଓ ୟୁକ୍ରେନ୍ ମଧ୍ୟର୍ ଜାରି ରହିଥିବା ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ରୁଷ ସେନା ୟୁକ୍ରେନ୍ ରେ ପସି ଗୁଳିଗୋଳା ଓ ରକେଟ୍ ମାଡ଼ ଜାରି ରଖିଛନ୍ତି । ୟୁକ୍ରେନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିବା ପରଠରୁ ଆଜି ପର୍ଯ୍ୟନ୍ତ ଲଗାତାର 7 ଦିନ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି । 24 ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ୟୁକ୍ରେନ ବହୁତ କ୍ଷତି ସହିଛି ।

Volodymyr Zelenskyy

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 64 କିଲୋମିଟର ଲମ୍ବା ରୁଷର ସେନା ବିଶାଳ କନଭେନ୍ ୟୁକ୍ରନ୍ ରାଜଧାନୀରେ ଅଛନ୍ତି । ଯାହା ଉପଗ୍ରହ ଫଟୋରେ ମଧ୍ୟ ପ୍ରକାଶ ପାଇଛି । ଏହି ସମୟରେ, ରୁଷର ସେନା ସଂପର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ପ୍ରାୟ 6000 ରୁଷୀୟ ପ୍ରାଣ ହରାଇଛନ୍ତି ।

ଆଜି ସପ୍ତମ ଦିନରେ ମଧ୍ୟ ରୁଷ ଏହାର ଆକ୍ରମଣକୁ ମନ୍ଥର କରିନାହିଁ । ୟୁକ୍ରେନ୍ ର ବଡ଼ ବଡ଼ ସହରକୁ ରୁଷ ଟାର୍ଗେଟ୍ କରୁଛି । ଆଜି ସକାଳେ ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ୱିଟର ଲେଖାଯାଇଛି ଯେ ରୁଷିଆ ସେନା ଜାଇଟୋମାୟର ରେ ଥିବା ପ୍ରସୂତୀ ବିଭାଗକୁ ନଷ୍ଟ କରିଦେଇଛି । ୟୁକ୍ରନ୍ ର ରାଜଧାନୀ ବ୍ୟତୀତ ଅନ୍ୟ ଏକ ବଡ଼ ସହର ଖାର୍କିଭ୍ ଉପରେ ମଧ୍ୟ ରୁଷ ସେନା ଏହାର ରକେଟ୍ ଓ ଗୁଳିମାଡ଼ ଜାରି ରଖିଛି ।

ୟୁକ୍ରେନର ପୂର୍ବ ସହର ଖାର୍କିଭ୍ ଆଞ୍ଚଳିକ ଗଭର୍ଣ୍ଣର ଓଲେଗ ସିନେଗୁବୋଭ ବୁଧବାର କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ଗୁଳି ବିନିମୟରେ ଅତି କମରେ 21 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 112 ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ଦ୍ୱାରା ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହରର ଆବାସିକ ଅଞ୍ଚଳ ତଥା ଆଞ୍ଚଳିକ ପ୍ରଶାସନ ଭବନ ଉପରେ ପଡିଛି ଏବଂ ଖାର୍କିଭରେ ଶହ ଶହ ଘର ନଷ୍ଟ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+