Get Updates
Get notified of breaking news, exclusive insights, and must-see stories!

Miss Universe 2023: ନିକାରାଗୁଆର ଶେନିସ୍ ପାଲାସିଓସ୍ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ, କେତେ ନମ୍ବରରେ ରହିଲେ ଭାରତର ଶ୍ୱେତା

Miss Universe 2023: ନିକାରାଗୁଆର ଶେନିସ୍ ପାଲାସିଓସ୍ ହେଲେ ମିସ୍ ୟୁନିଭର୍ସ 2023 । 72 ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଲ ସାଲଭାଡୋରର ଜୋସେ ଏଡୋଲ୍ଫୋ ପିନାଡା ଆରେନାରେ ଅନୁଷ୍ଠିତ ହୋଇଥିଲା । ମିସ୍ ୟୁନିଭର୍ସ 2022 ବିଜେତା ଆର'ବୋନି ଗାବ୍ରିଏଲ୍ ଶେନିସ୍ ଙ୍କୁ ମିସ୍ ୟୁନିଭର୍ସ ଭାବରେ ମୁକୁଟ ପିନ୍ଧାଇଛନ୍ତି ।

Miss Universe 2023

ଆପଣଙ୍କୁ କହି ରଖୁଛୁ, ନିକାରାଗୁଆ, ଅଷ୍ଟ୍ରେଲିଆ ଏବଂ ଥାଇଲ୍ୟାଣ୍ଡ ଶ୍ରେଷ୍ଠ ତିନି ସ୍ଥାନରେ ଥିଲେ । କିନ୍ତୁ ଶେନିସ୍ ପାଲାସିଓସ୍ ଏହି ପ୍ରତିଯୋଗିତାରେ ଜିତି ମିସ୍ ୟୁନିଭର୍ସ 2023 ହୋଇଛନ୍ତି । ଭାରତୀୟ ପ୍ରାର୍ଥୀ ଶ୍ୱେତା ଶାରଦା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଏବଂ ପରେ ସେ ଶ୍ରେଷ୍ଠ 20 ରେ ରହିଥିଲେ ।

ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ 20 ରେ ସ୍ଥାନ ପାଇଥିବା ଶ୍ୱେତା ଶାରଦା ହେଉଛନ୍ତି 23 ବର୍ଷ ବୟସ୍କା ମଡେଲ୍ । ଯିଏକି ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ । ଯିଏକି ମିସ୍ ଡିଭା ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ଗତ ବର୍ଷ ଶ୍ୱେତା ଅନ୍ୟ 15 ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତାରେ ଛିଡା ହୋଇଥିଲେ ଏବଂ ମୁମ୍ବାଇରେ ଅନୁଷ୍ଠିତ ସମାରୋହରେ ମିସ୍ ଡିଭା ୟୁନିଭର୍ସ ଟାଇଟଲ୍ ଜିତିଥିଲେ ।

ସେ ଗତ ବର୍ଷର ବିଜେତା ଦିବିତା ରାୟଙ୍କଠାରୁ ଏହି ସମ୍ମାନ ପାଇଥିଲେ । ଯେ ଶାରଦା ଚଣ୍ଡିଗଡ଼ରେ ଜନ୍ମ ହୋଇଥିଲେ । ସେ 16 ବର୍ଷ ବୟସରେ ମୁମ୍ବାଇ ଆସିଥିଲେ । ସେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭରସିଟିରୁ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଛନ୍ତି ଏବଂ ଜଣେ ମଡେଲ ତଥା ବୃତ୍ତିରେ ନୃତ୍ୟଶିଳ୍ପୀ ଅଟନ୍ତି ।

ଏଥର ମିସ୍ ୟୁନିଭର୍ସ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ରାଉଣ୍ଡ ଦେଇ ଗତି କରିବାକୁ ପଡିଥିଲା । ଏହି ବର୍ଷ ପ୍ରାୟ 84 ପ୍ରତିଯୋଗୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+