ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଛାଡ଼ପତ୍ର ନେଲେ ମେଲାନିଆ ପାଇପାରନ୍ତି 50 ମିଲିୟନ ଆମେରିକୀୟ ଡଲାର !
ଛାଡ଼ପତ୍ର ନେବା ପରେ ମେଲାନିଆ ବିଶ୍ୱର ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ ସାମିଲ ହେବେ | ଛାଡ଼ପତ୍ର ପରେ ଆଇନ ଅନୁଯାୟୀ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ପ୍ରାୟ 50 ମିଲିୟନ ଆମେରିକୀୟ ଡଲାର ପାଇବେ |
ଓ୍ୱାସିଙ୍ଗଟନ(ଡିସି) : ମେଲାନିଆ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଧନୀ ବ୍ୟକ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଛାଡ଼ପତ୍ର ନେଇପାରନ୍ତି | ଛାଡ଼ପତ୍ର ନେବା ପରେ ମେଲାନିଆ ବିଶ୍ୱର ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ ସାମିଲ ହେବେ | ଛାଡ଼ପତ୍ର ପରେ ଆଇନ ଅନୁଯାୟୀ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ପ୍ରାୟ 50 ମିଲିୟନ ଆମେରିକୀୟ ଡଲାର ପାଇବେ |
ଯଦି ବା, କୌଣସି କାର୍ଯ୍ୟାଳୟ ସୂତ୍ରରୁ ମେଲାନିଆ, ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଛାଡ଼ପତ୍ର ଚାହୁଁଥିବାର ଖବର ଆସିନାହିଁ, କିନ୍ତୁ ତାଙ୍କର ଜଣେ ବାନ୍ଧବୀ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଛାଡିବା କ୍ଷଣି ମେଲାନିଆ ତାଙ୍କୁ ଛାଡ଼ପତ୍ର ଦେବେ |

ଡୋଲାନ୍ଡ ଟ୍ରମ୍ପ ଏବଂ ମାଲେନିଆଙ୍କ 15 ବର୍ଷୀୟା ଟ୍ରାନଜାକ୍ସନାଲ ମ୍ୟାରେଜ କରିଥିଲେ | ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି | ଯାହାର ନାଁ ବ୍ୟାରୋନ୍ ଟ୍ରମ୍ପ |
'ହ୍ବାଇଟ୍ ହାଉସ୍ ଅଫିସ୍ ଅଫ୍ ପବ୍ଲିକ୍ ଲିଆଇସନ୍'ର ପୂର୍ବତନ 'କମ୍ୟୁନିକେସନ୍' ନିର୍ଦ୍ଦେଶକ ଓମାରୋସା ମ୍ୟାନିଗଲଟ୍ ନିଉମ୍ୟାନ୍ କହିଛନ୍ତି, ଟ୍ରମ୍ପ୍ କ୍ଷମତାରୁ ବିଚ୍ୟୁତ ହେବା ସମୟକୁ ମେଲାନିଆ ଅପେକ୍ଷା କରିଥିଲେ | ରାଷ୍ଟ୍ରପତି କ୍ଷମତାରେ ଥିବାବେଳେ ତାଙ୍କୁ ଛାଡ଼ପତ୍ର ଦେବାକୁ ଚେଷ୍ଟା କଲେ ଟ୍ରମ୍ପ ତାଙ୍କୁ ଦଣ୍ଡ ଦେବାର ଏକ ରାସ୍ତା ପାଇଯିବେ ବୋଲି ନିଉମାନ କହିଛନ୍ତି |












Click it and Unblock the Notifications