ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଆମେରିକାର କାଲିଫର୍ଣ୍ଣିଆର ଏକ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେତେକ ଦୃବୃର୍ତ୍ତ ଭାଙ୍ଗି ଦେଇଛନ୍ତି । ଏହା ପରେ ଆମେରିକାରେ ରହୁଥିବା ଭାରତୀୟ ମାନେ ଏପରି ଘୃଣ୍ୟ କାମର ଯାଞ୍ଚ କରିବା ନେଇ ଆମେରିକାର ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଆମେରିକାର କାଲିଫର୍ଣ୍ଣିଆର ଏକ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେତେକ ଦୃବୃର୍ତ୍ତ ଭାଙ୍ଗି ଦେଇଛନ୍ତି । ଏହା ପରେ ଆମେରିକାରେ ରହୁଥିବା ଭାରତୀୟ ମାନେ ଏପରି ଘୃଣ୍ୟ କାମର ଯାଞ୍ଚ କରିବା ନେଇ ଆମେରିକାର ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଉତ୍ତର କାଲିଫର୍ନିଆର ଡେଭିସ୍ ସିଟିର ସେଣ୍ଟ୍ରାଲ ପାର୍କରେ ଥିବା ଗାନ୍ଧୀଙ୍କ 6 ଫୁଟ ଉଚ୍ଚ, 650 ପାଉଣ୍ଡ (294 କିଲୋଗ୍ରାମ) ପିତ୍ତଳ ପ୍ରତିମୂର୍ତ୍ତି ଗୋଡ ଏବଂ ମୁହଁ ଭଙ୍ଗା ଯାଇଥିବା ସହ ସେଗୁଡ଼କୁ କିଏ ନେଇଯାଇଥିବା ନେଇ ସ୍ଥାନୀୟ ଡେଭିସ୍ ଏଣ୍ଟରପ୍ରାଇଜ୍ ଦୈନିକ ରିପୋର୍ଟ କରିଛି । ଜାନୁଆରୀ 27 ଦିନ ସକାଳେ ମହାତ୍ମା ଗାନ୍ଧୀଙ୍କ ଭଙ୍ଗାରୁଜା ହୋଇଥିବା ପ୍ରତିମୂର୍ତ୍ତିକୁ ଜଣେ ପାର୍କ କର୍ମଚାରୀ ପାଇଥଲେ ବୋଲି ପୋଲିସ କହିଛି । ଏହି ପ୍ରତିମୂର୍ତ୍ତିକୁ ହଟାଯାଇଛି ଏବଂ ଏହାର ମୂଲ୍ୟାଙ୍କନ ନହେବା ପର୍ଯ୍ୟନ୍ତ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ ବୋଲି ଡେଭିସ୍ ସିଟି କାଉନସିଲର ଲୁକାସ ଫ୍ରିରିକ୍ସ କହିଛନ୍ତି । ସାକ୍ରାମେଣ୍ଟୋ ବି ରିପୋର୍ଟ କରିଛି ଯେ ମୂର୍ତ୍ତିଟି କେବେ ଭାଙ୍ଗି ଦିଆଯାଇଥିଲା ଏବଂ ଏହା ପଛର ଉଦ୍ଦେଶ୍ୟ କ'ଣ ହୋଇଥାଇପାରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଡେଭିସ୍ ପୋଲିସର ଡେପୁଟି ଚିଫ୍ ପଲ୍ ଡୋରୋଶୋଭ କହିଛନ୍ତି ଯେ "ଡେଭିସରେ ଲୋକଙ୍କ ଭାବନାର ଏହା ଏକ ଅଂଶ, ଲୋକଙ୍କ ଭାବନାରେ ଆଘାତ ପହଞ୍ଚିଥିବାରୁ ଆମେ ଏହାକୁ ଗୁରୁତର ସହ ନେଉଛୁ ।

Mahatma-Gandhi

ଭାରତ ସରକାର ଡେଭିସ୍ ସହରକୁ ଦାନ କରିଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଚାରି ବର୍ଷ ପୂର୍ବେ ଗାନ୍ଧୀ ବିରୋଧୀ ତଥା ଭାରତ ବିରୋଧୀ ସଂଗଠନର ବିରୋଧ ସତ୍ତ୍ୱେ ମଧ୍ୟର ନଗର ପରିଷଦ ଏହାକୁ ସ୍ଥାପନ କରିଥିଲା । ଅର୍ଗାନାଇଜେସନ୍ ଫର୍ ମାଇନରିଟିସ୍ ଇନ୍ ଇଣ୍ଡିଆ (OFMI), ଯାହା ଏହି ବିରୋଧର ନେତୃତ୍ୱ ନେଇଥିଲା ଏବଂ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରିଥିଲା ​। ଡେଭିସ୍ ସିଟିର ଲୋକମାନେ କିନ୍ତୁ ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସମର୍ଥନ କରିଥିଲେ । ସେବେଠାରୁ OFMI ଗାନ୍ଧୀ ମୂର୍ତ୍ତି ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା ।

ଏହି ଘଟଣାରେ ଭାରତୀୟ-ଆମେରିକୀୟମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ ସୋସାଇଟି ଇଣ୍ଟରନ୍ୟାସନାଲ୍ (FISI) ର ଗୌରାଙ୍ଗ ଦେଶାଇ କହିଛନ୍ତି, "ଅନେକ ବର୍ଷ ଧରି OFMI ଏବଂ ଅନ୍ୟ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ପରି ଭାରତ ବିରୋଧୀ ତଥା ହିନ୍ଦୁଫୋବିକ୍ ରେଡିକାଲ୍ ସଂଗଠନ ଦ୍ୱାରା ଘୃଣାର ବାତାବରଣ ସୃଷ୍ଟି ହେଉଥିଲା । ଏହା ସହିତ ଦେଶାଇ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ କେବଳ ଭାରତୀୟ ଆଇକନ୍ ବିରୁଦ୍ଧରେ ଘୃଣା ଅଭିଯାନ ଚଳାଇ ନାହାଁନ୍ତି ବରଂ ହିନ୍ଦୁଫୋବିୟାକୁ ପ୍ରୋତ୍ସାହନ ଦେବା ସହ ଏବଂ କାଲିଫର୍ଣ୍ଣିଆର ସ୍କୁଲ ପାଠ୍ୟ ପୁସ୍ତକରୁ ଭାରତ ସମ୍ପର୍କିତ ପାଠ୍ୟକ୍ରମକୁ ଉଠାଇବା ପ୍ରୟାସରେ ଅଛନ୍ତି ।

2016 ରେ, OFMI ଷଷ୍ଠ ଏବଂ ସପ୍ତମ ଶ୍ରେଣୀ କାଲିଫର୍ନିଆ ସ୍କୁଲ ପାଠ୍ୟପୁସ୍ତକରୁ 'ଭାରତ'ର ନାମକୁ ହଟାଇ ଏହାକୁ 'ଦକ୍ଷିଣ ଏସିଆ'ଉଲ୍ଲେଖ କରିବା ନେଇ ଅଭିଯାନ ଚଳାଇଥିଲା । ଅଭିଭାବକ ଏବଂ ଛାତ୍ରମାନଙ୍କ ବିରୋଧ ପରେ କାଲିଫର୍ଣ୍ଣିଆ ଶିକ୍ଷା ବିଭାଗ ଏହାକୁ ଅପରିବର୍ତ୍ତିତ ରଖିଥିଲା ।

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଗୃହ ସୁରକ୍ଷା ବିଭାଗ (DHS) ଏବଂ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (FBI) ଅନୁସନ୍ଧାନ କରିବାକୁ ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ (HAF)ଦାବି କରିଛି । ହାଫ କାଲିଫର୍ଣ୍ଣିଆର ଆଡଭୋକେସୀ ନିର୍ଦ୍ଦେଶକ ତଥା ଡେଭିସ୍ ବ୍ୟବସାୟ ଏବଂ ଅର୍ଥ ଆୟୋଗର ପୂର୍ବତନ ସଦସ୍ୟ ଇସନ କାଟୀର କହିଛନ୍ତି ଯେ, ଆମେ ଏହି ଘଟଣାକୁ ନିନ୍ଦା କରୁଛୁ ଏବଂ ଗୃହ ସୁରକ୍ଷା ବିଭାଗ ଏବଂ FBI କୁ ଏହି ଘୃଣ୍ୟ ଅପରାଧର ଅନୁସନ୍ଧାନ କରିବାକୁ ଆହ୍ୱାନ କରୁଛୁ । କାରଣ ଏହା ଭାରତୀୟ ଆମେରିକୀୟ ସମ୍ପ୍ରଦାୟକୁ ଭୟଭୀତ କରିବା ଉଦ୍ଦେଶ୍ୟରେ ହୋଇଥାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+