'ୟୁକ୍ରେନରେ ଅପରେସନ୍ ଆବଶ୍ୟକ ଥିଲା', ରାଲିରେ ବର୍ଷୁଥିଲେ ପୁଟିନ, ହଠାତ୍ ବନ୍ଦ ହେଲା LIVE
ସମର୍ଥକଙ୍କ ଉତ୍ସାହ ବଢାଇବାକୁ ରାଷ୍ଟ୍ରପତି ପୁଟିନ ମଧ୍ୟ ୟୁକ୍ରେନ ଯୁଦ୍ଧକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ । କିନ୍ତୁ, ହଠାତ୍ ଏହାର ସିଧା ପ୍ରସାରଣ ବନ୍ଦ ହୋଇଯାଇଥିଲା ।
ମସ୍କୋ : ୟୁକ୍ରେନରେ ସାମରିକ ଅପରେସନ ଆରମ୍ଭ କରିବା ପରେ ପ୍ରଥମ ଥର ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବାକୁ ଆସିଥିଲେ । ସେଠାରେ ତାଙ୍କର ହଜାର ହଜାର ସମର୍ଥକ 'ପୁଟିନ .. ପୁଟିନ ...ରୁଷ .. ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ।' ସମର୍ଥକଙ୍କ ଉତ୍ସାହ ବଢାଇବାକୁ ରାଷ୍ଟ୍ରପତି ପୁଟିନ ମଧ୍ୟ ୟୁକ୍ରେନ ଯୁଦ୍ଧକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ । କିନ୍ତୁ, ହଠାତ୍ ଏହାର ସିଧା ପ୍ରସାରଣ ବନ୍ଦ ହୋଇଯାଇଥିଲା ।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ଦିନ ଦର୍ଶକ ଭର୍ତ୍ତି ଏକ ଫୁଟବଲ ଷ୍ଟାଡିୟମରେ ତାଙ୍କ ସମ୍ବୋଧନ ସମୟରେ ୟୁକ୍ରେନରେ ସାମରିକ ଅପରେସନକୁ ଯଥାର୍ଥତା ବୋଲ କହିଛନ୍ତି । ତେବେ ରୁଷର ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ରାଷ୍ଟ୍ରପତିଙ୍କ ସମ୍ବୋଧନ ହଠାତ୍ ବନ୍ଦ ହୋଇଯାଇଥିଲା । ଯାହା ପରେ ବର୍ତ୍ତମାନ ରାଜ୍ୟ ପ୍ରଶାସନିକ ସରକାରୀ ଟିଭି ଚ୍ୟାନେଲ ଦ୍ୱାରା କୁହାଯାଇଛି ଯେ ବୈଷୟିକ ତ୍ରୁଟି ହେତୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ହଠାତ୍ ବନ୍ଦ ହୋଇଛି ।
ମସ୍କୋର ଲୁଜନିକି ଷ୍ଟାଡିୟମର ମଧ୍ୟଭାଗରେ ଏକ ମଞ୍ଚରୁ ସେଠାରେ ଉପସ୍ଥିତ ଥିବା ହଜାର ହଜାର ରୁଷ ନାଗରିକଙ୍କୁ ପ୍ରତିଶୃତି ଦେଇ ପୁଟିନ୍ କହିଛନ୍ତି ଯେ କ୍ରେମଲିନ୍ ଏହାର ସମସ୍ତ ଉଦ୍ଦେଶ୍ୟ ପୂରଣ କରିବ । ଏହି ସମୟରେ ପୁଟିନଙ୍କ ଭାଷଣ ପାଇଁ ଷ୍ଟାଡିୟମରେ କ୍ରମାଗତ କରତାଳି ବାଜୁଥିବା ସହ ରୁଷ .. ରୁଷ ର ସ୍ଲୋଗାନ ଦିଆଯାଇଥିଲା ।
ଯଦିଓ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରୁଷକୁ କଟକଣା ଦଉଡିରେ ବାନ୍ଧି ରଖିଛନ୍ତି, ରାଲିରେ ରାଷ୍ଟ୍ରପତି ପୁଟିନଙ୍କ ଉତ୍ସାହର ଅଭାବ ନଥିଲା । ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, "ଆମେ ଜାଣୁ ଆମକୁ କଣ କରିବାକୁ ହେବ, ଏହାକୁ କିପରି କରିବାକୁ ହେବ ଏବଂ କେଉଁ ମୂଲ୍ୟରେ କରିବାକୁ ହେବ । ଏବଂ ଆମେ ଆମର ସମସ୍ତ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିବୁ ।
ଆରଆଇ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କ୍ରିମଲିନର ପ୍ରବକ୍ତା ଦିମିତ୍ରୀ ପେସକୋଭ ଏହାକୁ ନେଇ କହିଛନ୍ତି ଯେ ସର୍ଭରରେ ଯାନ୍ତ୍ରିକ ତ୍ରୁଟି ହେତୁ ପୁଟିନଙ୍କ ଭାଷଣର ପ୍ରସାରଣ ହଠାତ୍ ବନ୍ଦ ହୋଇଯାଇଥିଲା । ତଥାପି, ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ 'ସର୍ଭର ସମସ୍ୟା ହଠାତ୍ କାହିଁକି ଆରମ୍ଭ ହେଲା ଏବଂ ଅସାଧାରଣ ବ୍ୟାଘାତର କାରଣ କ'ଣ ?'
ଏହି ରାଲିରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ ଭାବରେ କହିଥିଲେ ଯେ, ୟୁକ୍ରେନରେ ଏହି ଅପରେସନ ଆବଶ୍ୟକ ଥିଲା ... କାରଣ ଆମେରିକା ରୁଷକୁ ଧମକ ଦେବା ପାଇଁ ଦେଶ (ୟୁକ୍ରେନ) କୁ ବ୍ୟବହାର କରୁଥିଲା ଏବଂ ରୁଷକୁ ୟୁକ୍ରେନ ଦ୍ୱାରା ରୁଷୀୟ ଭାଷାଭାଷୀ ଲୋକଙ୍କ ନରସଂହାର ବିରୋଧରେ ନିଜର ରକ୍ଷା କରିବାକୁ ପଡ଼ିଲା ।
କିନ୍ତୁ ଅପରପକ୍ଷରେ ୟୁକ୍ରେନ କହିଛି ଯେ ସେ ନିଜର ଅସ୍ତିତ୍ୱ ପାଇଁ ଲଢୁଛି ଏବଂ ପୁଟିନଙ୍କ ସମ୍ବୋଧନ ଭିତ୍ତିହୀନ । ଯେତେବେଳେ କି, ପାଶ୍ଚାତ୍ୟ ଦେଶଗୁଡିକ ରୁଷର ଦାବିକୁ କାଳ୍ପନିକ ବୋଲି ବର୍ଣ୍ଣନା କରିଛନ୍ତି ।












Click it and Unblock the Notifications