ବ୍ରିଟେନର ନୂତନ ରାଜା ହେଲେ ଚାର୍ଲ୍ସ ତୃତୀୟ, ଅଭିଷେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ଉପରାଷ୍ଟ୍ରପତି ଧନଖଡ଼

King Charles III

70 ବର୍ଷ ପରେ ବ୍ରିଟେନ ଏହାର ନୂତନ ରାଜା ପାଇଛି । ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ସେ ରାଜା ଭାବରେ ଶପଥ ଗ୍ରହଣ କରିଛନ୍ତି । ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ 74 ବର୍ଷ ବୟସରେ ମୁକୁଟ ପିନ୍ଧିଛନ୍ତି । ଲଣ୍ଡନର ଐତିହାସିକ ୱେଷ୍ଟମିନିଷ୍ଟର ଆବେରେ ଏହି ଶୋଭାଯାତ୍ରାରେ ବ୍ରିଟେନର ନୂତନ ରାଜା ମୁକୁଟ ପିନ୍ଧିଥିଲେ ।

କ୍ୟାଣ୍ଟରବେରି ର ଆର୍କବିଶପ୍ ଜଷ୍ଟିନ ୱେଲବି ଚାର୍ଲ୍ସ ତୃତୀୟଙ୍କ ମୁଣ୍ଡରେ ସେଣ୍ଟ ଏଡୱାର୍ଡର କ୍ରାଉନ୍ ରଖିଥିଲେ । ନୂତନ ରାଜା ମୁକୁଟ ପିନ୍ଧିବା ପରେ ୱେଲବି କହିଥିଲେ "ଭଗବାନ ରାଜାଙ୍କୁ ରକ୍ଷା କରନ୍ତୁ।" ଏହା ପରେ ଏଡିନବର୍ଗ, କାର୍ଡିଫ୍ ଏବଂ ବେଲଫାଷ୍ଟ ସମେତ ବ୍ରିଟେନର 13 ଟି ସ୍ଥାନରୁ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜାଭିଷେକକୁ ରୟାଲ୍ ନୌସେନା ଜାହାଜରୁ ତୋପ ସଲାମୀ ଦିଆଯାଇଥିଲା ।

କିଙ୍ଗ ଚାର୍ଲ୍ସ ତୃତୀୟ 360 ବର୍ଷ ପୁରୁଣା ସେଣ୍ଟ ଏଡୱାର୍ଡର କ୍ରାଉନ୍ ପିନ୍ଧିବାରେ ସବୁଠାରୁ ବୟସ୍କ ରାଜା ହୋଇପାରିଛନ୍ତି । 70 ବର୍ଷ ପରେ ବ୍ରିଟିଶ ରାଜ ପରିବାରରେ ଏହି ଶୋଭାଯାତ୍ରା କରାଯାଇଛି । ଏହାପୂର୍ବରୁ 1953 ମସିହାରେ ରାଣୀ ଏଲିଜାବେଥ ମୁକୁଟ ପିନ୍ଧିଥିଲେ । ସେତେବେଳେ ରାଜା ଚାର୍ଲ୍ସଙ୍କୁ ମାତ୍ର 4 ବର୍ଷ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ 100 ରୁ ଅଧିକ ଦେଶର ମୁଖ୍ୟଙ୍କ ସହ 2000 ରୁ ଅଧିକ ସମ୍ମାନିତ ଅତିଥି ଯୋଗ ଦେଇଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିଲେ । ଏହାପୂର୍ବରୁ ଶୁକ୍ରବାର (ମେ 5) ରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଲଣ୍ଡନରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ଭେଟିଥିଲେ ।

ସୂଚନାଥାଉକି, ଚାର୍ଲ୍ସଙ୍କ ମାତା ରାଣୀ ଏଲିଜାବେଥଙ୍କ ଗତ ବର୍ଷ ସେପ୍ଟେମ୍ବରରେ ମୃତ୍ୟୁ ହୋଇଥିଲା । ଏହା ପରେ ଚାର୍ଲ୍ସ ରାଜା ହୋଇଥିଲେ । ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କୁ ବ୍ରିଟେନର ରାଜା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+