Get Updates
Get notified of breaking news, exclusive insights, and must-see stories!

ଲାହୋରରେ କେସିଏଫ୍ ମୁଖ୍ୟ ପରମଜିତ କୁ କରି ହତ୍ୟା

Khalistan

ଇସଲାମାବାଦ : ପଞ୍ଜାବର ଲାହୋରରେ ଆତଙ୍କବାଦୀ ତଥା ଖାଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ) ମୁଖ୍ୟ ପରମଜିତ ସିଂହ ଓରଫ ମଲିକ ସର୍ଦ୍ଦାର ସିଂହକୁ ଗୁଳି କରି ହତ୍ୟା କରାଯାଇଛି । କୁହାଯାଉଛି ଯେ ଲାହୋରର ଜୋହର ଟାଉନରେ ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀ ଶନିବାର ସକାଳେ ଏହି ଘଟଣା ଘଟାଇଛନ୍ତି ।

ପରମଜିତ ସିଂହ ପଞ୍ଜୱର ଜୋହର ସହରରେ ଅବସ୍ଥିତ ସୂର୍ଯ୍ୟମୁଖୀ ସୋସାଇଟିରେ ରହୁଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ 6 ଟା ସମୟରେ ଦୁଇଜଣ ଅଜ୍ଞାତ ବାଇକ୍ ଚାଳକ ପରମଜିତ ଉପରକୁ ଗୁଳି ଚଳାଇଥିଲେ । ଘଟଣସ୍ଥଳରେ ତାର ମୃତ୍ୟୁ ହୋଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ ପଞ୍ଜାବରେ ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର କାରବାରରେ ଜଡିତ ଥିଲା ପରମଜିତ୍ । ସେ ତରନତାରନ ନିକଟ ପଞ୍ଜୱର ଗ୍ରାମରେ ଜନ୍ମଗ୍ରହଣ କରିଥିଲା । ସେ ତାର ସମ୍ପର୍କୀୟ ଲାଭ୍ ସିଂହ ଦ୍ୱାରା କଟ୍ଟରପନ୍ଥୀ ହେବା ପରେ 1986 ମସିହାରେ କେସିଏଫରେ ଯୋଗ ଦେଇଥିଲା । ଏହାପୂର୍ବରୁ ସେ ସୋହଲର ଏକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କରେ କାର୍ଯ୍ୟ କରୁଥିଲା ।

ଭାରତୀୟ ସୁରକ୍ଷା ବାହିନୀ ହାତରେ ଲାଭ ସିଂହର ହତ୍ୟା ପରେ ପଞ୍ଜୱର 1990 ଦଶକରେ କେସିଏଫ କମାଣ୍ଡର ଦାୟିତ୍ୱ ଗ୍ରହଣ କରି ପାକିସ୍ତାନକୁ ପଳାଇଥିଲା । ପାକିସ୍ତାନ ଆଶ୍ରୟ ନେଇଥିବା ଆତଙ୍କବାଦୀଙ୍କ ତାଲିକାରେ ପଞ୍ଜୱର ଶୀର୍ଷରେ ରହିଛି । ସେ ସୀମାରେ ଅସ୍ତ୍ରଶସ୍ତ୍ର ଏବଂ ହେରୋଇନ ଚୋରା ଚାଲାଣ ମାଧ୍ୟମରେ ପାଣ୍ଠି ସଂଗ୍ରହ କରି କେସିଏଫକୁ ଚଳାଉଥିଲା । ପାକିସ୍ତାନ ସରକାର ଏହାକୁ ଅସ୍ୱୀକାର କରିବା ସତ୍ତ୍ୱେ ପଞ୍ଜୱର ଲାହୋରରେ ରହିଥିବାବେଳେ ତାର ପତ୍ନୀ ଏବଂ ପିଲାମାନେ ଜର୍ମାନୀ ପଳାଇ ଯାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+