'ଭୋକିଲା ରହିଲେ ଯୀଶୁଙ୍କୁ ଭେଟିବ', କେନିଆରେ 21 ଜୀବନ ନେଇଗଲା ଅନ୍ଧବିଶ୍ୱାସ

ଏମିତି ଏକ ଦେଶ ଯେଉଁଠି ଯୀଶୁଙ୍କୁ ଭେଟିବାକୁ ଲୋକ ଭୋକିଲା ରହୁଛନ୍ତି । ଏପରିକି ପରିସ୍ଥିତି ଏମିତି ହୋଇଛି ଲୋକମାନେ ଅନ୍ଧବିଶ୍ୱାସକୁ ଏମିତି ମାନି ନେଇଛନ୍ତି ଯେ ଏଥିରେ 21 ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଚର୍ଚ୍ଚର ପାଦ୍ରୀଙ୍କ ଏପରି ଅନ୍ଧବିଶ୍ୱାସ କଥା ରେ ପଡ଼ି କେନିଆରେ ଏପର୍ଯ୍ୟନ୍ତ 21 ଜଣ ଲୋକ ଭୋକିଲା ରହି ପ୍ରାଣ ହରାଇଛନ୍ତି । କୁହାଯାଉଛି ଯେ ପାଦ୍ରୀ ଲୋକମାନଙ୍କୁ ଭୋକିଲା ରହିଲେ ଶୀଘ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଭେଟି ପାରିବେ ବୋଲି କହିଥିଲେ ।
କେନିଆ ପୋଲିସ ଏପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ସହର ମାଲିଣ୍ଡି ନିକଟ କିଲଫି ପ୍ରଦେଶର ଶାକାହୋଲା ଠାରୁ 21 ଟି ମୃତଦେହ ଜବତ କରିଛି । ଏହି ମୃତ ଦେହରେ ଶିଶୁ ମଧ୍ୟ ଅଛନ୍ତି । 100 ରୁ ଅଧିକ ମୃତଦେହ ମିଳିବା ନେଇ ଆଶଙ୍କା କରାଯାଉଛି । ଏହି କବର ଶାଖୋଲ ଜଙ୍ଗଲରେ ମିଳିଛି ।
ଗତ ସପ୍ତାହରେ ଗୁଡ୍ ନ୍ୟୁଜ୍ ଆନ୍ତର୍ଜାତୀୟ ଚର୍ଚ୍ଚର 17 ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତେ ଭୋକରେ ମରିବାକୁ ଅପେକ୍ଷା କରିଥିଲେ । ଯେତେବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କଲା, ସେମାନେ ପୁଷ୍ଟିହୀନ ଦେଖାଯାଉଥିଲେ ଏବଂ ଭୋକ କାରଣରୁ ସେମାନଙ୍କ ଅବସ୍ଥା ଖରାପ ଥିଲା । ସେ କହିଛନ୍ତି ଯେ ସେମାନେ ମ୍ୟାକେନ୍ଜି ଏବଂ ଚର୍ଚ୍ଚର ଅନୁଗାମୀ ।
ଗୁଡ୍ ନ୍ୟୁଜ୍ ଆନ୍ତର୍ଜାତୀୟ ଚର୍ଚ୍ଚର ପାଦରୀ ଏହି ଲୋକଙ୍କୁ କହିଥିଲେ ଯେ ଯଦି ସେମାନେ ଭୋକରେ ରହି ନିଜକୁ କବର ଦେବେ, ତେବେ ସେମାନେ ଯୀଶୁଙ୍କୁ ଭେଟି ସ୍ୱର୍ଗକୁ ଯିବେ । ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚ୍ଚର ପାଦ୍ରୀ ପଲ୍ ମ୍ୟାକେଙ୍କି ନ୍ୟୁଥେଙ୍ଗଙ୍କୁ ପୋଲିସ ଗିରଫ କରିଛି ।












Click it and Unblock the Notifications