Get Updates
Get notified of breaking news, exclusive insights, and must-see stories!

କେବଳ କମଳା ହାରିସ୍ ନୁହଁ, ତାଙ୍କ ସ୍ୱାମୀ ମଧ୍ୟ ରଚିଲେ ଇତିହାସ, ହେଲେ ପ୍ରଥମ 'ଦ୍ୱିତୀୟ ଭଦ୍ରଲୋକ'

କମଳା ହାରିସ ଉପରାଷ୍ଟ୍ରପତି ଭାବେ ଶପଥ କରିବା ପରେ ତାଙ୍କ ସ୍ୱାମୀ ଏମହାଁଫ୍ ମଧ୍ୟ ଆମେରିକାର ପ୍ରଥମ 'ଦ୍ୱିତୀୟ ଜେଣ୍ଟଲମ୍ୟାନ୍' ହୋଇଛନ୍ତି ।

ଓ୍ୱାସିଙ୍ଗଟନ୍ : ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଇତିହାସ ସୃଷ୍ଟି କରିଛନ୍ତି । ଯାହାକି ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ । ରାଷ୍ଟ୍ରପତି ନିର୍ବାଚନ ସମୟରୁ ଭାରତ ସମେତ ସମଗ୍ର ବିଶ୍ୱରେ ଆଲୋଚନାର କେନ୍ଦ୍ର ପାଲଟିଥିଲେ କମଳା ହାରିସ୍ । ଶେଷରେ ସେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି ଏଥସହିତ ତାଙ୍କ ସ୍ୱାମୀ ଡୌଗ୍ ଏମହାଁଫ୍ ମଧ୍ୟ ଇତିହାସ ରଚିଛନ୍ତି ।

Kamala-harris-Doug-Emhoff

କମଳା ହାରିସଙ୍କ ସ୍ୱାମୀ ମଧ୍ୟ ରଚିଲେ ଇତିହାସ

କମଳା ହାରିସ ଉପରାଷ୍ଟ୍ରପତି ଭାବେ ଶପଥ କରିବା ପରେ ତାଙ୍କ ସ୍ୱାମୀ ଏମହାଁଫ୍ ମଧ୍ୟ ଆମେରିକାର ପ୍ରଥମ 'ଦ୍ୱିତୀୟ ଜେଣ୍ଟଲମ୍ୟାନ୍' ହୋଇଛନ୍ତି । ଏଥିସହ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଆମେରିକା ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ @SecondGentleman ବ୍ୟବହାର କରିବେ । କମଳା ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବା ଫଳରେ ତାଙ୍କ ସ୍ୱାମୀ ଆମେରିକାର ପ୍ରଥମ ଦ୍ୱିତୀୟ ଭଦ୍ରଲୋକ ହୋଇପାରିଛନ୍ତି ।

ଟ୍ୱିଟର ଖୋଲିଲା @SecondGentleman ଆକାଉଣ୍ଟ

ଏମହାଁଫ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ମୁଁ ମୋର ବଢୁଥିବା ଦାୟିତ୍ୱକୁ ବୁଝିପାରୁଛି । କିନ୍ତୁ ଆଜି ଆମେ ଯେଉଁ ସ୍ଥାନରେ ଅଛୁ ତାହା କେବଳ ପରିବାର, ବନ୍ଧୁ ଏବଂ ଅନ୍ୟମାନଙ୍କ ସମର୍ଥନ ପାଇ ସମ୍ଭବ ହୋଇଛି । ଆମକୁ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଏବଂ ଆମେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ।' କମଲା ହାରିସଙ୍କ ଶପଥ ଗ୍ରହଣ ପୂର୍ବରୁ ଟ୍ୱିଟର ତାଙ୍କ ସ୍ୱାମୀଙ୍କ @SecondGentleman ଆକାଉଣ୍ଟ୍ ସୃଷ୍ଟି କରିଥିଲା । କେବଳ ଗୋଟିଏ ଦିନରେ ଏହି ଆକାଉଣ୍ଟରେ 4 ଲକ୍ଷ ଫଲୋଅର୍ ହୋଇଯାଇଥିଲେ ।

କମଳା ହାରିସଙ୍କ ଜନ୍ମ ଗ୍ରାମ ହେଲା ଉତ୍ସବ ମୁଖର

ଆମେରିକାର ଉପରାଷ୍ଟ୍ରପତି ଭାବେ କମଳା ହାରିସଙ୍କ ଶପଥ ଗ୍ରହଣ ପରେ ତାମିଲନାଡୁରୁ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି ଯେଉଁଥିରେ ଲୋକମାନେ କମଳା ହାରିସଙ୍କୁ ଉପରାଷ୍ଟ୍ରପତି ହେବାରେ ଆନନ୍ଦରେ ଉତ୍ସବ ପାଳନ କରୁଛନ୍ତି । ଏହି ଭିଡିଓ କାମଳା ହାରିସଙ୍କ ମା'ଙ୍କ ପୈତୃକ ଗ୍ରାମର । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ କିଛି ଲୋକ ଟିଭିରେ ଲାଇଭ କମଲା ହାରିସଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଦେଖୁଛନ୍ତି, ଯେଉଁଥିରେ ଲୋକମାନଙ୍କ ହାତରେ କମଳାଙ୍କ ପୋଷ୍ଟର ମଧ୍ୟ ଧରିଥିବାର ଦେଖିବାକୁ ମିଳିଛି । ଉପରାଷ୍ଟ୍ରପତି ଭାବେ ହାରିସ୍ ଶପଥ ଗ୍ରହଣ କରିବାବେଳେ ସ୍ଥାନୀୟ ଲୋକମାନେ ବାଣ ଫୁଟାଇା ସହ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+