ଭୟରେ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକ : ବିମାନର ଚକରେ ବସି ଯାଉଥିଲେ, ଖସିପଡ଼ି ପ୍ରାଣ ହରାଇଲେ 2 ଜଣ
ଭିଡିଓରେ, ଉଡ଼ନ୍ତା ବିମାନରୁ ଦୁଇଜଣ ଲୋକ ଖସିପଡିଥିବାର ନଜର ଆସିଛନ୍ତି । କୁହାଯାଇଥିଲା ଯେ ଏହି ଲୋକମାନେ ଆମେରିକୀୟ ବିମାନ C-17 ବିମାନର ଚକରେ ବସି ଯିବାକୁ ଚେଷ୍ଟା କରୁଥିଲେ ।
କାବୁଲ : ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଯୋଗୁଁ ଲୋକମାନେ ଯେକୌଣସି ଉପାୟରେ ଦେଶ ଛାଡିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ କାବୁଲ ବିମାନବନ୍ଦରର ଭୟଙ୍କର ଚିତ୍ର ବାହାରକୁ ଆସୁଛି । ଏହି ସମୟରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କାବୁଲ ବିମାନବନ୍ଦର ନିକଟର ବୋଲି କୁହାଯାଉଛି । ଭିଡିଓରେ, ଉଡ଼ନ୍ତା ବିମାନରୁ ଦୁଇଜଣ ଲୋକ ଖସିପଡିଥିବାର ନଜର ଆସିଛନ୍ତି । କୁହାଯାଇଥିଲା ଯେ ଏହି ଲୋକମାନେ ଆମେରିକୀୟ ବିମାନ C-17 ବିମାନର ଚକରେ ବସି ଯିବାକୁ ଚେଷ୍ଟା କରୁଥିଲେ ।

ବିମାନର ଚକ ଉପରେ ବସି ଯାଉଛନ୍ତି ଲୋକ
ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ କିଛି ଲୋକ କାବୁଲ ବିମାନବନ୍ଦରରୁ ବିମାନର ଚକ ଉପରେ ବସିଥିବାର ନଜର ଆସିଛନ୍ତି । ଏହା ପରେ ଭିଡିଓରେ ବିମାନଟି କାବୁଲ ବିମାନବନ୍ଦର ଭବନ ଉପରେ ଉଡ଼ିବା ସମରେ ଦୁଇ ଜଣ ବିମାନରୁ ଖସିପଡିଥିଲେ । କୁହାଯାଉଛି ଯେ ଉଚ୍ଚତାରୁ ଖସିପଡି 2 ଜଣଙ୍କର ମୃତ୍ୟୁ ହୋଇଛି ।
Kabul: people who tied themselves to the plane wheels - fell off the plane pic.twitter.com/Lm5YDbizlw
— Amichai Stein (@AmichaiStein1) August 16, 2021
ଯଦିଓ ଭିଡିଓଟି ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ସ୍ଥାନୀୟ ନ୍ୟୁଜ୍ ଏଜେନ୍ସି ଲୋକଙ୍କ ମତ ଅନୁସାରେ କହିଛି ଯେ ବିମାନରୁ ତିନି ଜଣ ଖସିପଡିଥିଲେ । ଆସୱାକା ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କାବୁଲ ବିମାନବନ୍ଦର ନିକଟରେ ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ ବିମାନର ଟାୟାରକୁ ଧରି ଯାଉଥିବା ଦୁଇଜଣ ଯୁବକ ଖସିପଡ଼ିଥିଲେ ।
Video: People run on tarmac of Kabul international airport as a US military aircraft attempts to take off. pic.twitter.com/9qA36HS0WQ
— TOLOnews (@TOLOnews) August 16, 2021
ଟୋଲୋ ନ୍ୟୁଜ୍ ଏହାର ଟ୍ୱିଟର ହ୍ୟାଣ୍ଡେଲରୁ ଏହାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ଉଡ଼ାଣ ଭରିବା ସମୟରେ ବିମାନ ତଳେ ଲୋକମାନେ ଦୌଡୁଥିବାର ନଜର ଆସିଛନ୍ତି । ବିମାନ ବନ୍ଦରରେ ସବୁଆଡେ ବିଶୃଙ୍ଖଳା ଦେଖାଦେଇଛି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବହୁ ସଂଖ୍ୟାରେ ଲୋକ ବିମାନବନ୍ଦର ଆଡକୁ ଦୌଡୁଛନ୍ତି । ଏଥିସହିତ ଲୋକମାନେ ବିମାନରେ ଚଢିବା ପାଇଁ ପରସ୍ପର ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।












Click it and Unblock the Notifications