Get Updates
Get notified of breaking news, exclusive insights, and must-see stories!

ଜୋ ବାଇଡେନଙ୍କ ବକ୍ତବ୍ୟ ଲେଖୁଥିବା ବ୍ୟକ୍ତି ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ

ଜୋ ବାଇଡେନଙ୍କ ବକ୍ତବ୍ୟ ପ୍ରସ୍ତୁତ କରିଥିବା ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ବିନୟ ରେଡ୍ଡୀ । ବିନୟ ରେଡ୍ଡୀ 2013 ରୁ 2017 ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ବକ୍ତବ୍ୟ ଲେଖକ ଥିଲେ ।

ଓ୍ୱାସିଙ୍ଗଟନ୍ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆଜି 46ତମ ରାଷ୍ଚ୍ରପତି ଭାବେ ଶପଥ ଗ୍ରହଣ କରିବେ । ତେବେ ସେ ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଦେବାକୁ ଥିବା ବକ୍ତବ୍ୟରେ 'ଏକଜୁଟ୍ ଆମେରିକା' ପ୍ରସଙ୍ଗ ରହିବ ବୋଲି କୁହାଯାଇଛି । ପରାମର୍ଶଦାତାଙ୍କ ଅନୁଯାୟୀ ଆମେରିକୀୟ ସମୟ ମଧ୍ୟାହ୍ନ 12ଟା ରେ କ୍ୟାପିଟଲ ହିଲର ପଶ୍ଚିମ ପାଖରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ଶପଥ ଗ୍ରହଣ କରାଇବା ପରେ ରାଷ୍ଟ୍ରପତି ସ୍ୱାଗତ ଭାଷଣ ଦେବେ ।

jo biden-vinay reddy

କୋଭିଡ୍-19 ସମୟରେ ଆମେରିକାର ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ଏହାକୁ ପୁନଃରୁଦ୍ଧାର କରିବା ସହ ଆମେରିକାର ବିକାଶକୁ ଅଗ୍ରସର କରିବା ନେଇ ରାଷ୍ଟପତି ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି । ଏଥସହିତ ଗତ ଜାନୁଆରୀ 6 ତାରିଖରେ କ୍ୟାପିଟାଲ୍ ହିଲରେ ହୋଇଥିବା ହିଂସାକାଣ୍ଡ ମଧ୍ୟ ଆମେରିକା ଉପରେ ବିଶେଷ ପ୍ରଭାବ ପକାଇଛି । ଡୋନାଲ୍ଡ ଟ୍ରମ୍ପଙ୍କର ସମର୍ଥକ ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ସମୟରେ ଟ୍ରମ୍ଫଙ୍କ ପରାଜୟକୁ ଅସ୍ୱୀକାର କରି ହିଂସାକାଣ୍ଡ ଭିଆଇଥିଲେ । ତେଣୁ ସମସ୍ତଙ୍କୁ ଏକଜୁଟ୍ କରିବା ସହ ଆମେରିକାକୁ ଆହୁରି ବିକାଶ କରିବା ନେଇ ବକ୍ତବ୍ୟ ରଖିବେ ।

ତେବେ ଜୋ ବାଇଡେନଙ୍କ ଏହି ସ୍ୱଗତ ଭାଷଣ ପ୍ରସ୍ତୁତି କରିବା ପଛରେ ରହିଛି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଚେଷ୍ଟା । ଆସନ୍ତୁ ଜାଣିବା କିଏ ଏହି ଭାରତୀୟ ବଂଶୋଦ୍ଭବ ? କଣ ରହିଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା ?

ଜୋ ବାଇଡେନଙ୍କ ବକ୍ତବ୍ୟ ପ୍ରସ୍ତୁତ କରିଥିବା ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ବିନୟ ରେଡ୍ଡୀ । ବିନୟ ରେଡ୍ଡୀ 2013 ରୁ 2017 ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ବକ୍ତବ୍ୟ ଲେଖକ ଥିଲେ ।

ଓହିଓ ଷ୍ଟେଟ୍ ୟୁନିଭରସିଟି କଲେଜ୍ ଅଫ୍ ଲ'ର ପୂର୍ବତନ ଛାତ୍ର ରେଡ୍ଡୀ, ବାଇଡେନଙ୍କ ବକ୍ତୃତା ନିର୍ଦ୍ଦେଶକ ରହିଛନ୍ତି । ବିନୟ ମିଆମି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅର୍ଜନ କରିବା ସହ ରାଜନୀତି ବିଜ୍ଞାନ ଏବଂ ଦାର୍ଶନିକରେ ଶିକ୍ଷା ଅର୍ଜନ କରିଛନ୍ତି । ତେଲେଙ୍ଗାନା ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରେଡ୍ଡୀ ଆମେରିକାରେ ଜନ୍ମଗ୍ରହଣ କରିଥିଲେ; ତାଙ୍କ ପରିବାର ତେଲେଙ୍ଗାନାର ପୋଥେରିଡିପେଟା ଗାଁର ବୋଲି କୁହାଯାଇଛି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ତାଙ୍କ ଯୋଜନା ସହ ପରିଚିତ ଲୋକମାନେ କହିଛନ୍ତି ଯେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭରୁ ବାଇଡେନ ଏହି ଭାଷଣ ପ୍ରସ୍ତୁତ କରୁଛନ୍ତି । ଏକତା, ଦ୍ୱିପାକ୍ଷିକତା ଏବଂ ଆଶାବାଦୀତା ତାଙ୍କ ଭାଷଣର ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ସହାୟକମାନେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+