ଭାରତ-ଚୀନ୍ ସୀମା ବିବାଦକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ପ୍ରତିକ୍ରିୟା : ଚୀନର ମନୋଭାବ ଅତ୍ୟନ୍ତ ଖରାପ
ସୀମା ବିବାଦ ପାଇଁ ଚୀନ୍ ଦାୟୀ । ଭାରତର ସୀମାକୁ ବେଆଇନ ଭାବେ ଦଖଲ କରିବା ଉଦ୍ୟମ ସମ୍ପୂର୍ଣ୍ଣ ଭୁଲ ଏବଂ ଆମେରିକା ଭାରତ-ଚୀନ୍ ସୀମା ବିବାଦ ଉପରେ ତୀକ୍ଷ୍ଣ ନଜର ରଖିଛି ।
ୱାଶିଂଟନ୍ : ଭାରତ ଓ ଚାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଡେନ ପ୍ରତିକ୍ରିୟା ରଖିଛନ୍ତି । ବାଡେନ୍ ପ୍ରଶାସନ ଚୀନ୍ର ବିସ୍ତାରବାଦୀ ନୀତିକୁ ନେଇ ଚିନ୍ତା ପ୍ରକଟ କରି ଭାରତକୁ ଆମେରିକାର ବନ୍ଧୁ ବୋଲି କହିଛନ୍ତି । ଆମେରିକା କହିଛି ଯେ ଚୀନ୍ ଯେପରି ପଡ଼ୋଶୀମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ତାହା ଅତ୍ୟନ୍ତ ବିପଜ୍ଜନକ । ଭାରତ-ଚୀନ୍ ସୀମା ବିବାଦ ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି । ଏବଂ ସୀମା ବିବାଦ ପାଇଁ ଚୀନ୍ ଦାୟୀ ବୋଲି ଆମେରିକା କହିଛି।

ପଡୋଶୀ ଦେଶକୁ ଧମକ ଦେଉଛି ଚୀନ୍
ଆମେରିକାର ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ (ଏନଏସସି) ମୁଖପାତ୍ର ଏମଲି ଜେ ହର୍ନ ହର୍ଣ୍ଣ ହ୍ୱାଇଟ ହାଉସରେ ଏକ ବିବୃତ୍ତିରେ କହିଛନ୍ତି, ପଡୋଶୀ ଦେଶ ସହ ଚୀନ୍ର ମନୋଭାବ ଅତ୍ୟନ୍ତ ଖରାପ । ଚୀନ୍ ଏହାର ପଡ଼ୋଶୀମାନଙ୍କୁ ଭୟଭୀତ କରିବାକୁ ଚାହୁଁଛି । ଭାରତ ସହ ସୀମା ବିବାଦକୁ ନେଇ ଆମେରିକା ବିଶେଷ ଚିନ୍ତିତ । ସୀମା ବିବାଦ ସୃଷ୍ଟି ପାଇଁ ବେଜିଂ ଦାୟୀ ବୋଲି ଆମେରିକା କଗିଛି । ସେ ଆହୁରି ମଧ୍ୟ କହିଛନ୍ତି, ଭାରତର ସୀମାକୁ ବେଆଇନ ଭାବେ ଦଖଲ କରିବା ଉଦ୍ୟମ ସମ୍ପୂର୍ଣ୍ଣ ଭୁଲ ଏବଂ ଆମେରିକା ଭାରତ-ଚୀନ୍ ସୀମା ବିବାଦ ଉପରେ ତୀକ୍ଷ୍ଣ ନଜର ରଖିଛି ।
ଭାରତ ଆମେରିକାର ବନ୍ଧୁ : ଆମେରିକା ପ୍ରଶାସନ
ହ୍ୱାଇଟ ହାଉସରେ ଜୋ ବାଇଡେନ ପ୍ରଶାସନ ନିଜ ବିବୃତ୍ତିରେ କହିଛି ଯେ, ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଦୁଇ ଦେଶ ସମସ୍ୟାର ସମାଧାନ ଦିଗରେ ଆଗେଇବା ଉଚିତ୍ । ଆମେରିକା ଶାନ୍ତିପୂର୍ଣ୍ଣ ବୁଝାମଣାକୁ ସମର୍ଥନ କରେ। ଭାରତ ସୀମାରେ ଚୀନର ଜବରଦଖଲକୁ ନେଇ ଏକ ପ୍ରଶ୍ନରେ ଏନଏସସି ମୁଖପାତ୍ର କହିଛନ୍ତି, ଆମେରିକା ଚୀନ୍ ଏବଂ ଭାରତ ମଧ୍ୟରେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁଛି କିନ୍ତୁ ବେଜିଂ ଏହାର ପଡ଼ୋଶୀମାନଙ୍କୁ ଭୟଭୀତ କରିବାକୁ ଚାହୁଁଛି । ଯାହାକି ଏକ ଚିନ୍ତାର ବିଷୟ ।
ହ୍ୱାଇଟ ହାଉସ୍ ଏହାର ବିବୃତ୍ତିରେ କହିଛି ଯେ ଆମେ ଆମର ବନ୍ଧୁ ଏବଂ ସହକର୍ମୀମାନଙ୍କ ସହ ସର୍ବଦା ଭାରତ ପ୍ରଶାନ୍ତ ମହାସାଗରର ସୁରକ୍ଷା ପାଇଁ ଛିଡା ହୋଇଛୁ । ବିଡେନ ପ୍ରଶାସନ ବିଶ୍ୱାସ କରେ ଯେ ଚୀନ୍ କେବଳ ପଡ଼ୋଶୀମାନଙ୍କୁ ଧମକ ଦେଉନାହିଁ ବରଂ ସେମାନଙ୍କୁ ପ୍ରତ୍ସାହିତ କରୁଛି । ଭାରତ ଏବଂ ଆମେରିକା ବନ୍ଧୁ ଏବଂ ଆମେରିକା ତାର ବନ୍ଧୁ ଏବଂ ସହଯୋଗୀଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ । କ୍ଷମତା ଗ୍ରହଣ କରିବା ପରେ ଭାରତ-ଚୀନ୍ ସୀମା ବିବାଦକୁ ନେଇ ବାଇଡେନ ପ୍ରଶାସନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି ।

ଆମେରିକା ଗଣମାଧ୍ୟମରେ ଭାରତ-ଚୀନ ସୀମା ବିବାଦ
ଚୀନର ଭାରତ ସୀମାରେ ପ୍ରବେଶ ନେଇ ଭାରତର ମନୋଭାବ ମଧ୍ୟ ଅତ୍ୟନ୍ତ କଠୋର ରହିଛି । ବଜେଟ୍ ଅଧିବେଶନରେ ସଂସଦକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଚୀନ୍ ସହିତ ସୀମା ବିବାଦକୁ ଦୃଷ୍ଟିରେ ରଖି ଭାରତ LAC ଉପରେ ନିଜର ଶକ୍ତି ବୃଦ୍ଧି କରୁଛି । ଭାରତ କ୍ରମାଗତ ଭାବେ ସୀମାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରୁଛି । ଯେକୌଣସି ପରିସ୍ଥିତିରେ, ଭାରତ ଏହାର ସାର୍ବଭୌମତ୍ୱକୁ କିପରି ରକ୍ଷା କରିବ ତାହା ଭାରତକୁ ଭଲ ଭାବେ ଜଣା । ଭାରତର ଏହି ବିବୃତ୍ତି ପରେ ଆମେରିକାର ନ୍ୟୁଜ୍ ପେପର ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ, ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି । ଅନେକ ରିପୋର୍ଟ ଦାବି କରୁଛି ଯେ ଚୀନ୍ କ୍ରମାଗତ ଭାବରେ LAC ଉପରେ ନିଜର ସୈନ୍ୟ ବୃଦ୍ଧି କରୁଛି ଏବଂ ଏହା ମଧ୍ୟ ଦାବି କରାଯାଇଛି ଯେ ଚୀନ୍ ଅରୁଣାଚଳ ପ୍ରଦେଶରେ ଏକ ସ୍ଥାୟୀ ଗ୍ରାମ ନିର୍ମାଣ କରିଛି । ଯଦିଓ ଚୀନ୍ ଭାରତୀୟ ଜମିରେ କିମ୍ବା ଏହାର ନିର୍ମାଣ କାର୍ଯ୍ୟ କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ ହ୍ୱାଇଟ ହାଉସର ଏହି ବିବୃତ୍ତି ନିଶ୍ଚିତ ଭାବେ ଭାରତ ସପକ୍ଷରେ ରହିଛି ବୋଲି କୁହାଯାଉଛି ।












Click it and Unblock the Notifications