ଜେରୁଜେଲମ୍ ରେ ଅଲ ଅକ୍ସା ମସଜିଦ ଉପରେ ଇସ୍ରାଏଲ୍ ସେନା ଆକ୍ରମଣ, ରକେଟ୍ ମାଡ଼ କଲା ହାମାସ
ଜେରୁଜେଲମ୍ : ଜେରୁଜେଲମର ମୁସଲମାନ ମାନଙ୍କ ତୃତୀୟ ପବିତ୍ର ଅଲ-ଅକ୍ସା ମସଜିଦ ଉପରେ ଇସ୍ରାଏଲ ପୋଲିସ ଆକ୍ରମଣ କରିଛି । ଖବର ଅନୁଯାୟୀ ଇସ୍ରାଏଲ ପୋଲିସ ଆକ୍ରମଣରେ ପ୍ରାୟ 7 ଜଣ ପୂଜକ ଆହତ ହୋଇଛନ୍ତି ।
ବୁଧବାର ସକାଳେ ଜେରୁଜେଲମର ପୁରୁଣା ସହରର ଅଲ-ଅକ୍ସା ମସଜିଦ ଉପରେ ଇସ୍ରାଏଲ୍ ସୈନ୍ୟ ଆକ୍ରମଣ କରି ପାଲେଷ୍ଟାଇନ ଉପାସକମାନଙ୍କ ଉପରେ ଆକ୍ରମଣ କରିଛି ।

ଏହି ଘଟଣା ଅଧିକୃତ ୱେଷ୍ଟ୍ ବ୍ୟାଙ୍କ୍ ଅଞ୍ଚଳରେ ପ୍ରତିବାଦର କାରଣ ହୋଇଥିବା ବେଳେ ଇସ୍ରାଏଲୀୟ ସେନା କହିଛି ଯେ, ଗାଜାରୁ 9 ଟି ରକେଟ୍ ନିକ୍ଷେପ କରାଯାଇଛି । ତା'ପରେ ଇସ୍ରାଏଲ୍ର ଦକ୍ଷିଣାଞ୍ଚଳ ନଗରୀମାନଙ୍କରେ 'ସାଇରନ୍' (ସତର୍କ ଘଣ୍ଟି) ବଜାଯାଇଥିଲା ।
ଅଲ ଅକ୍ସା ମସଜିଦ ବିବାଦ ଅତୀତରେ ଇସ୍ରାଏଲ ଏବଂ ଗାଜାର ହାମାସ ଶାସକମାନଙ୍କ ମଧ୍ୟରେ ଘାତକ ଯୁଦ୍ଧର କାରଣ ହୋଇଛି । ଶେଷ ଯୁଦ୍ଧ 2021 ମସିହାରେ ହୋଇଥିଲା, ଯେଉଁଥିରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହାମାସ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା । ତେବେ ଏହି ଆକ୍ରମଣ ପରେ ଇସ୍ରାଏଲ ପୋଲିସ ଦଙ୍ଗା ବନ୍ଦ କରିବା ପାଇଁ ଏହି ପଦକ୍ଷେପ ନେଇଥିବା ଦାବି କରିଛି ।












Click it and Unblock the Notifications