ଇସ୍ରାଏଲ୍ ଉପରେ 130 ରକେଟ୍ ମାଡ଼ କଲା ହମାସ୍, ଭାରତୀୟ ମହିଳାଙ୍କ ସମେତ 32 ଜଣଙ୍କର ମୃତ୍ୟୁ

ମଙ୍ଗଳବାର ଦିନ ପାଲେଷ୍ଟାଇନ ହାମାସ ସଂଗଠନ ତେଲ ଅଭିବ, ଆସ୍କେଲନ ଏବଂ ହୋଲନ ସହର ଉପରେ 130 ରକେଟ ଆକ୍ରମଣ କରି ଜେରୁଜେଲମରେ ପ୍ରବଳ ହିଂସା ଘଟାଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ମହିଳାଙ୍କ ସମେତ 32 ଜଣଙ୍କର ମୃତ୍ୟୁ ହୋଇଛି ।

ଜେରୁଜେଲମ୍ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ମଙ୍ଗଳବାର ଦିନ ପାଲେଷ୍ଟାଇନ ହାମାସ ସଂଗଠନ ତେଲ ଅଭିବ, ଆସ୍କେଲନ ଏବଂ ହୋଲନ ସହର ଉପରେ 130 ରକେଟ ଆକ୍ରମଣ କରି ଜେରୁଜେଲମରେ ପ୍ରବଳ ହିଂସା ଘଟାଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ମହିଳାଙ୍କ ସମେତ 32 ଜଣଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏହି ବିଷୟରେ ସୂଚନା ଦିଆଯାଇଛି । ଏହି ହିଂସାରେ ଶହ ଶହ ଲୋକ ମଧ୍ୟ ଆହତ ହୋଇଛନ୍ତି । ହାମାସ ଆକ୍ରମଣର ଜବାବରେ ଇସ୍ରାଏଲ ବାୟୁସେନା ମଧ୍ୟ ଏହା ଜବରଦଖଲ କରିଥିବା ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରି ଆକ୍ରମଣାତ୍ମକ ପ୍ରତିକ୍ରିୟା ଦେଇଛି ।

israel

ରକେଟ୍ ଆକ୍ରମଣରେ ମୃତ୍ୟୁ ହୋଇଥିବା ଭାରତୀୟ ମହିଳା କେରଳର ଏବଂ ତାଙ୍କ ନାମ ସୌମ୍ୟା ସନ୍ତୋଷ, ଯିଏକି 7 ବର୍ଷ ଧରି ଇସ୍ରାଏଲରେ ରହୁଥିଲେ ଏବଂ ସେଠାରେ ଘରୋଇ ସହାୟତା ଭାବରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି । ତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଆସ୍କେଲନ୍ ସହରର 31 ବର୍ଷିୟ ସୌମ୍ୟାଙ୍କ ଘରେ ଯେଉଁ ସମୟରେ ରକେଟ୍ ମାଡ଼ ହୋଇଥିଲା ସେତେବେଳେ ସେ କେରଳରେ ଥିବା ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ଭିଡିଓ କଲରେ କଥା ହେଉଥିଲେ । ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ଡକ୍ଟର ରନ୍ ମଲକା ଟ୍ୱିଟ୍ କରି ସୌମ୍ୟାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

israel

ଆପଣଙ୍କୁ କହିରଖୁଛୁ, ରକେଟ୍ ଆକ୍ରମଣର ଏକ ଭିଡିଓ ମଧ୍ୟ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦ୍ୱାରା ସୋସିଆଲ୍ ମିଡିଆରେ ସେୟାର କରାଯାଇଛି, ଯେଉଁଥିରେ ଆପଣ ଦେଖିପାରିବେ ଯେ ହାମାସ ଦ୍ୱାରା ଏହି ଆକ୍ରମଣ କିପରି କରାଯାଇଥିଲା । ଏହି ଆକ୍ରମଣରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ 'ହାମାସ୍ ଏହାର ସମସ୍ତ ସୀମା ଅତିକ୍ରମ କରିଛି, ବର୍ତ୍ତମାନ ସେମାନଙ୍କୁ କୌଣସି ପରିସ୍ଥିତରେ ଛଡ଼ା ଯିବ ନାହିଁ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି, ସେମାନଙ୍କୁ ଏହି ଆକ୍ରମଣ ଭାରି ପଡ଼ିବ ।'

କଣ ରହିଛି ମାମଲା, କାହିଁକି ହେଉଛି ଆକ୍ରମଣ ?

ସୋମବାର ଦିନ ଜେରୁଜେଲମର ଅଲ-ଆକସା ମସଜିଦରେ ପାଲେଷ୍ଟାଇନ ଏବଂ ଇସ୍ରାଏଲର ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା । ବାସ୍ତବରେ, ଇସ୍ରାଏଲର ଇହୁଦୀ ନ୍ୟାସନାଲିଷ୍ଟ ମାନେ 1967 ରେ ଏକ ବିଜୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଥିଲେ ଏବଂ ସେମାନେ ଏକ ପଦଯାତ୍ରା କରିଥିଲେ । 1967 ମସିହାରେ ଇସ୍ରାଏଲ ଜେରୁଜେଲମର ଅନେକ ଅଂଶ ଦଖଲ କରିଥିଲା । ଏହି ପଦଯାତ୍ରା ମାଧ୍ୟମରେ ସେ ନିଜ ଖୁସିର ଉତ୍ସବ ପାଳନ କରୁଥିଲେ, କିନ୍ତୁ ପାଲେଷ୍ଟାଇନ ଉଗ୍ରବାଦୀମାନେ ଏହାକୁ ପସନ୍ଦ କରିନଥିଲେ ଏବଂ ଏହି ପଦଯାତ୍ରା ଉପରେ ଆକ୍ରମଣ କରିଥିଲେ । ଯାହା ପରେ ସେଠାରେ ହିଂସା ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନ ଉଗ୍ରବାଦୀଙ୍କ ପ୍ରତିକ୍ରିୟାରେ ଇସ୍ରାଏଲ୍ ରବର ବୁଲେଟ୍ ବ୍ୟବହାର କରି ଅନେକ ଉଗ୍ରବାଦୀଙ୍କୁ ଆଘାତ ଦେଇଥିଲା ଏବଂ ଯାହାକି ପରେ ମଙ୍ଗଳବାର ଦିନ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+