ପାଲେଷ୍ଟାଇନ୍ ଆତଙ୍କବାଦୀ ଆକ୍ରମଣ ପରେ ଯୁଦ୍ଧ ଡାକରା ଦେଲା ଏହି ଦେଶ
ନୂଆଦିଲ୍ଲୀ: ଇସ୍ରାଏଲ୍ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ମାନେ ଭୟଙ୍କର ଆକ୍ରମଣ କରିଛନ୍ତି । ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ 5000 ରକେଟ୍ ମାଡ଼ରେ ଇସ୍ରାଏଲ୍ କମ୍ପି ଉଠିଛି ।

ଏହା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ୍ । ଇସ୍ରାଏଲ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜା ଆକାଶରେ ରକେଟର ଶବ୍ଦ ଶୁଣିବାକୁ ମିଳିଥିଲା । ସକାଳେ ସାଇରନ୍ ର ଶବ୍ଦ ତେଲ ଆଭିଭଠାରୁ ପ୍ରାୟ 70 କିଲୋମିଟର ଦୂରରୁ ଶୁଣିବାକୁ ମିଳିଥିଲା । ରକେଟ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବ ।
ଅବରୋଧିତ ଗାଜା ଷ୍ଟ୍ରିପରୁ ଭୟଙ୍କର ରକେଟ୍ ଆକ୍ରମଣ ପରେ ଇସ୍ରାଏଲ୍ ଯୁଦ୍ଧ ସ୍ଥିତି ଘୋଷଣା କରିଛି । ଏକ ଉତ୍ସବର ଛୁଟିଦିନରେ ଉଚ୍ଚ ସାଇରନ୍ ଏବଂ ହାମାସ୍ ରକେଟ୍ ମାଡ଼ ହୋଇଥିଲା । ହାମାସ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ସୂଚନା ଦେଇ ଦେଶର ପ୍ରତିରକ୍ଷା ବାହିନୀ ଏହା କହିଛନ୍ତି ।
ଇସ୍ରାଏଲ ହାମାସକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବେ ଗ୍ରହଣ କରେ ।












Click it and Unblock the Notifications