Get Updates
Get notified of breaking news, exclusive insights, and must-see stories!

ଗାଜା ହସ୍ପିଟାଲ କମ୍ପ୍ଲେକ୍ସରେ ଇସ୍ରାଏଲର୍ ଏୟାର ଷ୍ଟ୍ରାଇକ୍, 500 ରୁ ଅଧିକ ମୃତ

Israel Airstrike on Gaza Hospital: ହମାସକୁ ଧ୍ୱଂସ କରିବା ନେଇ ଏକ ମାତ୍ର ଲକ୍ଷ୍ୟରେ ଅଟଳ ରହିଛି ଇସ୍ରାଏଲ୍ । ଇସ୍ରାଏଲ୍ କ୍ରମାଗତ ଭାବରେ ହମାସ ଉପରେ ଏୟାର ଷ୍ଟ୍ରାଇକ୍ କରୁଛି । ଏହି ସମୟରେ ଇସ୍ରାଏଲ ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ 500 ଲୋକଙ୍କର ମୃତ୍ୟୁ ହୋଇଛି ।

israel war

ମଙ୍ଗଳବାର ଦିନ ଗାଜା ସିଟି ହସ୍ପିଟାଲରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ମିଳିତ ଜାତିସଂଘ କହିଛି ଯେ ଇସ୍ରାଏଲ ମଧ୍ୟ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଉଥିବା ଏକ ବିଦ୍ୟାଳୟକୁ ଟାର୍ଗେଟ୍ କରାଯାଉଛି ।

ଅଲ-ଜଜିରା ଟେଲିଭିଜନରେ ଗାଜା ସୁରକ୍ଷା ମୁଖ୍ୟ କହିଛନ୍ତି ଯେ ଅଲ-ଅହଲି ଅଲ-ଆରବୀ ଡାକ୍ତରଖାନାରେ 300 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଅତି କମରେ 500 ଲୋକଙ୍କର ମୃତ୍ୟୁ ହୋଇଛି ।

ତେବେ ଇସ୍ରାଏଲ୍ ସେନା ଏହାକୁ ଅସ୍ୱୀକାର କରିଛି । ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି ଯେ, ଏହି ବିସ୍ଫୋରଣ ବିଷୟରେ ଆମ ନିକଟରେ କୌଣସି ବିବରଣୀ ନାହିଁ । ମିଳିତ ଜାତିସଂଘର ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି UNRWA କହିଛି ଯେ ଏହି ଆକ୍ରମଣରେ ବିସ୍ଥାପିତଙ୍କ ଆଶ୍ରୟସ୍ଥଳୀ ଭାବରେ ବ୍ୟବହୃତ ଏକ ବିଦ୍ୟାଳୟକୁ ଟାର୍ଗେଟ କରାଯାଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ଅତି କମରେ 6 ଜଣଙ୍କର ମୃତ୍ୟୁ ଘଟିଛି ।

ଗାଜାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଇସ୍ରାଏଲର 11 ଦିନିଆ ବୋମା ବିସ୍ଫୋରଣରେ ଅତି କମରେ 3,000 ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହ 1300 ରୁ ଅଧିକ ସୈନିକ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ହମାସ୍ କହିଛନ୍ତି ଯେ ଡାକ୍ତରଖାନାରେ ବିସ୍ଫୋରଣରେ ଅଧିକାଂଶ ବିସ୍ଥାପିତଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନର ପ୍ରାଧିକରଣର ଜଣେ ବରିଷ୍ଠ ଅଧିକାରୀ ଏହାକୁ ନରସଂହାର ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+