For Quick Alerts
Turn On Notification  
For Daily Alerts
Oneindia App Download

ଆଇଏସ୍ ମୁଖ୍ୟ ଅବୁ ହାସନର ମୃତ୍ୟୁ, ଅବୁ ଅଲ-ହୁସେନ୍ ଇସଲାମିକ୍ ଷ୍ଟେଟର ନୂଆ ମୁଖ୍ୟ

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ର ମୁଖ୍ୟ ଆବୁ ହାସନ ଅଲ ହାସିମି ଅଲ-କୁରେଶିର ମୃତ୍ୟୁ ହୋଇଛି । ଇସଲାମିକ୍ ଷ୍ଟେଟ୍ ମୁଖପାତ୍ର ଆବୁ ହାସନଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି ।

|

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ର ମୁଖ୍ୟ ଆବୁ ହାସନ ଅଲ ହାସିମି ଅଲ-କୁରେଶିର ମୃତ୍ୟୁ ହୋଇଛି । ଇସଲାମିକ୍ ଷ୍ଟେଟ୍ ମୁଖପାତ୍ର ଆବୁ ହାସନଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି । ଦଳର ମୁଖପାତ୍ର ଏକ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଏକ ଅଡିଓ ବାର୍ତ୍ତାରେ ଏ ନେଇ କହିଛନ୍ତି । ଏହା ସହିତ ଇସଲାମିକ୍ ଷ୍ଟେଟ୍ ମଧ୍ୟ ଏହି ଦଳର ନେତୃତ୍ୱ ନେବାକୁ ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଘୋଷଣା କରିଛନ୍ତି ।

ISI

ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବର୍ତ୍ତମାନ ନୂତନ ଆତଙ୍କବାଦୀ ଅବୁ ଅଲ ହୁସେନ୍ ଅଲ-ହୁସେନି ଅଲ-କୁରେଶୀଙ୍କୁ ଅବୁ ହାସନ ଅଲ-ହାସିମି ଅଲ-କୁରେଶିଙ୍କ ସ୍ଥାନରେ ନୂତନ ମୁଖ୍ୟ ବୋଲି ଘୋଷଣା କରିଛି । ଇସଲାମିକ୍ ଷ୍ଟେଟ୍ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆବୁ ହାସନ ଆହ୍ଲାଙ୍କ ଶତ୍ରୁମାନଙ୍କ ସହ ଲଢେଇରେ ନିହତ ହୋଇଛନ୍ତି । ତେବେ ଏଥିରେ ଅବୁ ହାସନଙ୍କ ମୃତ୍ୟୁ ସମୟ ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Islamic States leader Abu Hasan al-Hashimi al-Qurashi killed In Battle
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X