Get Updates
Get notified of breaking news, exclusive insights, and must-see stories!

ଆଇଏସ୍ ମୁଖ୍ୟ ଅବୁ ହାସନର ମୃତ୍ୟୁ, ଅବୁ ଅଲ-ହୁସେନ୍ ଇସଲାମିକ୍ ଷ୍ଟେଟର ନୂଆ ମୁଖ୍ୟ

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ର ମୁଖ୍ୟ ଆବୁ ହାସନ ଅଲ ହାସିମି ଅଲ-କୁରେଶିର ମୃତ୍ୟୁ ହୋଇଛି । ଇସଲାମିକ୍ ଷ୍ଟେଟ୍ ମୁଖପାତ୍ର ଆବୁ ହାସନଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି ।

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ର ମୁଖ୍ୟ ଆବୁ ହାସନ ଅଲ ହାସିମି ଅଲ-କୁରେଶିର ମୃତ୍ୟୁ ହୋଇଛି । ଇସଲାମିକ୍ ଷ୍ଟେଟ୍ ମୁଖପାତ୍ର ଆବୁ ହାସନଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି । ଦଳର ମୁଖପାତ୍ର ଏକ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଏକ ଅଡିଓ ବାର୍ତ୍ତାରେ ଏ ନେଇ କହିଛନ୍ତି । ଏହା ସହିତ ଇସଲାମିକ୍ ଷ୍ଟେଟ୍ ମଧ୍ୟ ଏହି ଦଳର ନେତୃତ୍ୱ ନେବାକୁ ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଘୋଷଣା କରିଛନ୍ତି ।

ISI

ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବର୍ତ୍ତମାନ ନୂତନ ଆତଙ୍କବାଦୀ ଅବୁ ଅଲ ହୁସେନ୍ ଅଲ-ହୁସେନି ଅଲ-କୁରେଶୀଙ୍କୁ ଅବୁ ହାସନ ଅଲ-ହାସିମି ଅଲ-କୁରେଶିଙ୍କ ସ୍ଥାନରେ ନୂତନ ମୁଖ୍ୟ ବୋଲି ଘୋଷଣା କରିଛି । ଇସଲାମିକ୍ ଷ୍ଟେଟ୍ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆବୁ ହାସନ ଆହ୍ଲାଙ୍କ ଶତ୍ରୁମାନଙ୍କ ସହ ଲଢେଇରେ ନିହତ ହୋଇଛନ୍ତି । ତେବେ ଏଥିରେ ଅବୁ ହାସନଙ୍କ ମୃତ୍ୟୁ ସମୟ ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+