ଢାକାସ୍ଥିତ ISKCON ମନ୍ଦିରରେ ଆକ୍ରମଣ, ମୂଲ୍ୟବାନ ସାମଗ୍ରୀ ଲୁଟ୍
ଭାରତର ପଡୋଶୀ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ । ଗୁରୁବାର ଦିନ ରାଜଧାନୀ ଢାକାରେ ଅବସ୍ଥିତ ISKCON ରାଧାକାନ୍ତ ମନ୍ଦିର ଉପରେ ଉପଦ୍ରବୀଙ୍କ ଗୋଷ୍ଠୀ ଆକ୍ରମଣ କରିଥିଲେ ।
ନୂଆଦିଲ୍ଲୀ : ଭାରତର ପଡୋଶୀ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ । ଗୁରୁବାର ଦିନ ରାଜଧାନୀ ଢାକାରେ ଅବସ୍ଥିତ ISKCON ରାଧାକାନ୍ତ ମନ୍ଦିର ଉପରେ ଉପଦ୍ରବୀଙ୍କ ଗୋଷ୍ଠୀ ଆକ୍ରମଣ କରିଥିଲେ । ଏହା ପରେ, ସେମାନେ ସେଠାରେ ଭଙ୍ଗାରୁଜା କରିବା ସହ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଏହା ଉପରେ କୌଣସି ପଦକ୍ଷେପ ନେଇନାହାଁନ୍ତି ।

ସୂଚନାନୁସାରେ, ଢାକା, ୱାରିର 222 ଲାଲ ମୋହନ ସାହା ଛକରେ ଏହି ମନ୍ଦିର ଅବସ୍ଥିତ । ଗୁରୁବାର ସନ୍ଧ୍ୟାରେ ହାଜି ସାଇଫୁଲ୍ଲା ନେତୃତ୍ୱରେ ଶହ ଶହ ଲୋକ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହା ସହିତ ସେଠାରେ ରଖାଯାଇଥିବା ସାମଗ୍ରୀ ଭାଙ୍ଗି ଦେଇଥିଲେ । ଏହି ସମୟରେ ମନ୍ଦିରରେ ଉପସ୍ଥିତ ଥିବା ଲୋକଙ୍କୁ ମାରପିଟ୍ କରିଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ବହୁ ସମୟ ପରେ ପୋଲିସ ଉକ୍ତ ଅଞ୍ଚଳରେ ପହଞ୍ଚି ଦୃବୁର୍ତ୍ତଙ୍କୁ ଘଉଡାଇ ଦେଇଥିଲା । ବହୁ ବିଳମ୍ବ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବାଂଲାଦେଶୀ ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହି ମାମଲାରେ ଇସ୍କନ୍ କୋଲକାତା ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ ଏହି ଆକ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆମେ ବାଂଲାଦେଶ ସରକାରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଦେଶର ହିନ୍ଦୁ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରୁଛୁ ।












Click it and Unblock the Notifications